ଚୈତନ୍ୟଙ୍କ ପରିବାର ଉପରେ ଦୁଃଖର ପାହାଡ଼: ସରକାରୀ ସହାୟତାକୁ ଅପେକ୍ଷା

ଡାବୁଗାଁ,୧୫।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଜୟନ୍ତୀନଗରଠାରେ ଦୀର୍ଘଦିନ ଧରି ବିଛଣାରେ ପଡ଼ିରହିଛନ୍ତି ଚୈତନ୍ୟ ଜାନି। ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ତାଙ୍କ ବାମ ହାତ ଓ ଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଅର୍ଥାଭାବରୁ ଚିକିତ୍ସା ହୋଇପାରୁ ନ ଥିବା ସେ କହିଛନ୍ତି। ଚୈତନ୍ୟଙ୍କ ଚିକିତ୍ସା ନିମନ୍ତେ ପାଖରେ ଯାହାଥିଲା ସବୁ ବିକି ଭାଙ୍ଗି ସାରିବା ପରେ ଏବେ ସରକାରୀ ସାହାଯ୍ୟକୁ ଚାହିଁ ରହିଛନ୍ତି। ବୋଝ ଉପରେ ଲଳିତା ବିଡ଼ା ସଦୃଶ ଚୈତନ୍ୟଙ୍କ ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ଼ ଖସିପଡ଼ିଛି। କିଛିମାସ ତଳେ ଚୈତନ୍ୟଙ୍କ ୧ବର୍ଷର ନାତିର ରକ୍ତହୀନତାରେ ମୃତ୍ୟୁ ଘଟିଥିଲା। ଚୈତନ୍ୟଙ୍କ ପୁଅ କୁଲି ମଜୁରି କରି ଯାହା ଆଣୁଛନ୍ତି ତାହା ପରିବାର ଭରଣପୋଷଣ ପାଇଁ ନିଅଣ୍ଟ। ଦୁଃଖ ଶୁଣିବାକୁ କେହି ନାହାନ୍ତି। ଖୁବ୍‌ଶୀଘ୍ର ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ନିଜର ଦୁଃଖ ଜଣାଇବେ ବୋଲି ପରିବାରବର୍ଗ କହିଛନ୍ତି। ଚୈତନ୍ୟଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହିତ ଖେଳିବାକୁ ପାକିସ୍ତାନ ରାଜି ହେବା ପରେ ରାତାରାତି ଦ୍ୱିଗୁଣିତ ହୋଇଗଲା ଫ୍ଲାଇଟ୍‌ ଟିକେଟ୍‌ ଦାମ୍‌

ନୂଆଦିଲ୍ଲୀ,୧୦।୨: ICC ସହିତ ଏକ ବୈଠକ ପରେ, ପାକିସ୍ତାନ କ୍ରିକେଟ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି ହୋଇଛି। ମ୍ୟାଚ ୧୫ ଫେବୃଆରୀରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲା ସିପିଆଇ, ଏହି ସବୁ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୦।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ନିଶା ମହାରଣାଙ୍କୁ ମିଳିଲା ଜାମିନ, ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ ପରେ…

ବଲାଙ୍ଗୀର, ୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁର ଏକ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାକୁ ନେଇ କିଛି…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

୧୫ରେ ମହାଶିବରାତ୍ରୀ ପାଳନ ନେଇ କୌଣସି ଦନ୍ଦ୍ୱ ନାହିଁ: ଲିଙ୍ଗରାଜ ମନ୍ଦିର ସୁପରଭାଇଜର

ଭୁବନେଶ୍ୱର,୧୦।୨: ଆସନ୍ତା ୧୫ରେ ପାଳନ ହେବ ମହାଶିବରାତ୍ରି। ଏଥିରେ କୌଣସି ଦନ୍ଦ୍ୱ ନାହିଁ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା…

କଳସ ଯାତ୍ରା ସମୟରେ ଦଳାଚକଟା, ମହିଳା ମୃତ

ଗ୍ବାଲିୟର,୧୦।୨: ମଧ୍ୟ ପ୍ରଦେଶ ଗ୍ବାଲିୟରର ନବଗ୍ରହ ପୀଠ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ସମୟରେ କଳସ ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଶୋଭାଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri