Posted inଖେଳ

ଚେନ୍ନାଇ-ମୁମ୍ବାଇ ରୋମାଞ୍ଚକ ମୁକାବିଲା ଆଜି

ଚେନ୍ନାଇ, ୨୬।୪(ପି.ଟି.)- ଆଇପିଏଲ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଏକ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ତିନିଥର ଲେଖାଏ ଟାଇଟଲ ଜିତିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ ଏହି ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ସୁପର୍‌ କିଙ୍ଗ୍ସ ପ୍ଲେ-ଅଫ୍‌ରେ ପ୍ରବେଶ ଲାଗି ଆବଶ୍ୟକ ୧୬ ପଏଣ୍ଟ ହାସଲ କରିସାରିଛି। କିନ୍ତୁ ଘରୋଇ ଦଳ ଏହି ମ୍ୟାଚ୍‌ ଜିତି ଶୀର୍ଷ ସ୍ଥାନକୁ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ରହିଛି।

୨ଟି ପରାଜୟ ପରେ ଧୋନୀ ବାହିନୀ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୬ ଉଇକେଟ୍‌ରେ ପରାସ୍ତ କରି ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛି। ଏହି ମ୍ୟାଚ୍‌ରେ ଭେଟେରାନ ଅଷ୍ଟ୍ରେଲୀୟ ଖେଳାଳି ଶେନ୍‌ ଓ୍ବାଟ୍‌ସନ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଚେନ୍ନାଇ ବିଜୟରେ ନାୟକ ସାଜିଥିଲେ। ଫଳରେ ଚଳିତ ସିଜନରେ କ୍ରମାଗତ ବିଫଳ ହୋଇଆସୁଥିବା ଓ୍ବାଟ୍‌ସନ ଶେଷରେ ଫର୍ମକୁ ଫେରିବା ଟିମ୍‌ ମ୍ୟାନେଜ୍‌ମେଣ୍ଟ ପାଇଁ ଆଶ୍ୱସ୍ତି ଆଣିଛି। ତେବେ ମଧ୍ୟକ୍ରମରେ ଅଭିଜ୍ଞ ସୁରେଶ ରାଇନା, ଅମ୍ବାତି ରାୟୁଡୁ ଓ କେଦାର ଯାଦବ ବର୍ତ୍ତମାନ ସୁଦ୍ଧା ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି, ଯାହା ଅଧିନାୟକ ଧୋନୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅପରପକ୍ଷରେ ଦୀପକ ଚହର, ଇମ୍ରାନ ତାହିର, ରବୀନ୍ଦ୍ର ଜାଡେଜା ଓ ହରଭଜନ ସିଂଙ୍କୁ ନେଇ ଚେନ୍ନାଇ ବୋଲିଂ ବିଭାଗ ସିଜନରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଛି। ବିଶେଷକରି ଘରୋଇ ସ୍ପିନ୍‌ ଟ୍ରାକ୍‌ରେ ଏମାନେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇ ସାରିଛନ୍ତି।

ଭ୍ରମଣକାରୀ ମୁମ୍ବାଇ ବର୍ତ୍ତମାନ ସୁଦ୍ଧା ୧୦ ମ୍ୟାଚ୍‌ ଖେଳି ୧୨ ପଏଣ୍ଟ ହାସଲ କରି ତାଲିକାର ୩ୟ ସ୍ଥାନରେ ରହିଛି। ପ୍ଲେ-ଅଫ୍‌ ଦୌଡ଼ରେ ରହିଥିବା ରୋହିତ୍‌ ଶର୍ମାଙ୍କ ଦଳ ଏହାର ଶେଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ନିକଟରୁ ପରାଜୟ ବରଣ କରିଥିଲା। ଅଧିନାୟକ ରୋହିତ୍‌ଙ୍କ ସମେତ କ୍ୱିଣ୍ଟନ ଡି କକ୍‌, କିରନ ପୋଲାର୍ଡ ଏବଂ ପାଣ୍ଡ୍ୟା ବ୍ରଦର୍ସ ହାର୍ଦ୍ଦିକ ଓ କ୍ରୁନାଲଙ୍କୁ ନେଇ ମୁମ୍ବାଇର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ୍‌ ଶକ୍ତିଶାଳୀ ରହିଛି। ତେଣୁ ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟକୁ ଅଲ୍‌ବିଦା କଲେ ୨୦୦୭ ଟି୨୦, ୨୦୧୧ ବିଶ୍ୱକପ୍‌ ହିରୋ

ନୂଆଦିଲ୍ଲୀ,୨୬।୨: ପୂର୍ବତନ ଭାରତୀୟ ଅଲରାଉଣ୍ଡର ୟୁସୁଫ ପଠାନ ଶୁକବ୍ରାର ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ବଡ଼...

କ୍ଲୁଜନର ଆଫଗାନିସ୍ତାନ ମୁଖ୍ୟ କୋଚ୍‌

କାବୁଲ, ୨୮।୯ (ପି.ଟି.)- ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନରଙ୍କୁ ଶୁକ୍ରବାର ଆଫଗାନିସ୍ତାନ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଆଫଗାନିସ୍ତାନ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ‘ଭାରତକୁ ସଂଘର୍ଷ କରିବାକୁ ପଡ଼ିପାରେ’

ନୂଆଦିଲ୍ଲୀ, ୨୪ା୫(ପି.ଟି.)-ସାଉଥାମ୍ପଟନର ଏଜାସ ବାଓଲଠାରେ କଣ୍ଡିଶନ ଯଦି ପେସ୍‌ ବୋଲରଙ୍କୁ ସୁହାଏ ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଭାରତୀୟ କ୍ରିକେଟ ଦଳକୁ...

ଆଶେସ ସିରିଜ ଆରମ୍ଭ: ବ୍ରଡ୍‌ଙ୍କୁ ୫ ଉଇକେଟ, ସ୍ମିଥଙ୍କ ଶତକ

ବର୍ମିଂହାମ, ୨।୮- ସ୍ଥାନୀୟ ଏଜବାଷ୍ଟନ ଗ୍ରାଉଣ୍ଡରେ ଗୁରୁବାର ଆରମ୍ଭ ହୋଇଛି ଇଂଲଣ୍ଡ-ଅଷ୍ଟ୍ରେଲିଆ ଆଶେସ ସିରିଜ-୨୦୧୯। ଘରୋଇ ପରିବେଶ ଏବଂ ଦର୍ଶକ ସମର୍ଥନରେ ଇଂଲଣ୍ଡ ବୋଲରମାନେ ଆରମ୍ଭରେ...

ସିରିଜ ବରାବର ସ୍ଥିତିକୁ ଆଣିଲା ଶ୍ରୀଲଙ୍କା

କୁଲିଜ୍‌ (ଆଣ୍ଟିଗୁଆ), ୭ା୩ (ଏପି)- ଶ୍ରୀଲଙ୍କା ସ୍ପିନରଙ୍କ ପ୍ରଭାବୀ ବୋଲିଂ ଯୋଗୁ ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ଶ୍ରୀଲଙ୍କା ୪୩...

ତନିସ୍କାଙ୍କୁ ୧ ରୌପ୍ୟ, ୨ ବ୍ରୋଞ୍ଜ

ଭୁବନେଶ୍ୱର, ୧୮।୩ (କ୍ରୀଡ଼ା ପ୍ରତିନିଧି)- ପଶ୍ଚିମବଙ୍ଗର ଆସନସୋଲଠାରେ ଚଳିତ ମାସ ୧୧ରୁ ୧୪ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ବନ୍ଧୁକ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଗ...

ସୁଷମାଙ୍କ ବିୟୋଗରେ କୋହଲିଙ୍କ ଶୋକ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ଏ ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ...

ବହୁମୂଲ୍ୟ ଚୁକ୍ତି କରିବାକୁ ଯାଉଛନ୍ତି ବାଲେ

ପ୍ୟାରିସ୍‌, ୨୮।୭(ଏଏଫ୍‌ପି)- ରିୟଲ ମାଡ୍ରିଡ ଫରଓ୍ବାର୍ଡ ଗ୍ୟାରେଥ ବାଲେ ଏକ ବହୁମୂଲ୍ୟ ଚୁକ୍ତି କରିବାକୁ ଯାଉଛନ୍ତି। ସେ ଚାଇନିଜ ସୁପର ଲିଗ୍‌ କ୍ଳବ୍‌ ଜିଆଙ୍ଗସୁ ସୁନିଙ୍ଗ...

Advertisement
Archives

Model This Week