ଚେନ୍ନାଇରେ ଫଶିିଛନ୍ତି ପୁରୀର ୧୮ ତୀର୍ଥଯାତ୍ରୀ

ପୁରୀ ଅଫିସ,୨୬ା୩: ତୀର୍ଥ କରିବାକୁ ଯାଇଥିବା ପୁରୀର ୧୮ଜଣ ଚେନ୍ନାଇରେ ଅଟକି ରହିଛନ୍ତି। ଏବେ ଟ୍ରେନ୍‌ ଏବଂ ବିମାନ ସେବା ବନ୍ଦ ହୋଇଯାଇଥିବାରୁ ସେମାନେ ଓଡ଼ିଶା ଫେରି ପାରୁନାହାନ୍ତି। ବହୁତ ହଇରାଣରେ ରହୁଥିବାବେଳେ ଉଦ୍ଧାର ପାଇଁ ଏକ ଭିଡିିଓ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏ ନେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଜିଲା ପ୍ରଶାସନକୁ ମଧ୍ୟ ଜଣାଇଛନ୍ତି।
ସୂଚନା ମୁତାବକ, ପୁରୀର ବିଭିନ୍ନ ସ୍ଥାନରୁ ୧୮ଜଣ ତୀର୍ଥଯାତ୍ରୀ ଗତ ୧୧ତାରିଖରେ ବିଭିନ୍ନ ତୀର୍ଥସ୍ଥଳ ଭ୍ରମଣରେ ଯାଇଥିଲେ। ଗତ ୨୧ ତାରିଖରେ ରାମେଶ୍ୱରମ୍‌ରେ ପହଞ୍ଚିଥିଲେ। ୨୨ ତାରିଖ ଜନତା କର୍ଫ୍ୟୁ ଯୋଗୁ ସେଠାରେ ରହିଥିଲେ। ଏହାପରେ ସମସ୍ତ ଟ୍ରେନ୍‌ ବାତିଲ ହୋଇଥିଲା। ସେମାନେ ସେହିଠାରୁ ବିମାନ ଟିକେଟ କରିଥିଲେ। ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚି ଭୁବନେଶ୍ୱର ଆସିବେ ବୋଲି ଯୋଜନା କରିଥିଲେ। ରାମେଶ୍ୱରମ୍‌ରୁ ଚେନ୍ନାଇରେ ପହଞ୍ଚିବା ପରେ ହଠାତ୍‌ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଏବେ ସେମାନେ ଚେନ୍ନାଇର ଗୀତା ଭବନରେ ରହିଛନ୍ତି। ଓଡ଼ିଶା ଫେରିବାକୁ ଚାହୁଁଥିଲେ ମଧ୍ୟ ଆସିପାରୁନାହାନ୍ତି। ତେଣୁ ରାଜ୍ୟ ସରକାର ସେମାନଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିବ କି ହର୍ମୁଜ୍ ପ୍ରଣାଳୀ? ଆମେରିକାର ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୪।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ଦାବି କରାଯାଇଛି ଯେ ଇରାନ ଶୀଘ୍ର ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବାର ସମ୍ଭାବନା ନାହିଁ । ଏହାର…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ଖୁସି ଖବର! ହର୍ମୁଜ ପାର୍ ହୋଇ ଭାରତ ଆସୁଛି ତେଲ-ଗ୍ୟାସ ଜାହାଜ, କମିଯିବକି ଦର?

ନୂଆଦିଲ୍ଲୀ,୪।୪: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ଅଛି । ଭାରତୀୟ ପତାକା ଲାଗିଥିବା ଜାହାଜ ସହିତ, ଅନ୍ୟ ତିନୋଟି ଜାହାଜ ସଫଳତାର…

ଟ୍ରମ୍ପଙ୍କୁ ବଡ଼ ଝଟକା: ପାକିସ୍ତାନରେ ଆଲୋଚନା କରିବାକୁ ମନା କଲା ଇରାନ, ୪୮ ଘଣ୍ଟାର ଅସ୍ତ୍ରବିରତି ସର୍ତ୍ତକୁ କଲା ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପାକିସ୍ତାନ, କାତାର ଏବଂ ତୁର୍କୀ ଦ୍ୱାରା ମଧ୍ୟସ୍ଥତା ପାଇଁ କରାଯାଇଥିବା ପ୍ରୟାସ ବିଫଳ ହୋଇଛି, କାରଣ ଇରାନ…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ କୂଅରେ ପଡିଗଲା କାର୍, ଗୋଟିଏ ପରିବାରର ୯ ମୃତ

ମୁମ୍ବାଇ,୪ା୪: ମହାରାଷ୍ଟ୍ରର ନାଶିକରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପାଣି ଭର୍ତ୍ତି କୂଅରେ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri