ଚେନ୍ନାଇରେ କାଳବୈଶାଖୀ: ଗଞ୍ଜାମର ୫୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ଘର ଭାଙ୍ଗିଲା

ପାତ୍ରପୁର,୨୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ବହୁ ଶ୍ରମିକ ଚେନ୍ନାଇରେ ରହି ଦାଦନ ଖଟୁଛନ୍ତି। ଲକଡାଉନ ପରେ ବହୁ ଶ୍ରମିକ ଚାଲିଚାଲି, ସାଇକେଲ ଓ ଜଳପଥରେ ବିପଦପୂର୍ଣ୍ଣ ଭାବେ ଘରକୁ ଫେରୁଛନ୍ତି। ଶନିବାର ଚେନ୍ନାଇରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ତିରିବୁଲ ଜିଲାରେ ଭାରତ ଇଲେକ୍ଟ୍ରି ପାୱାର ଲିମିଟେଡ଼ରେ କାମକରି ମିଞ୍ଜୁର ବ୍ଲକ ଆତିପାଟୁ ଗ୍ରାମ ଭବାନୀ ଲେବର କଲୋନିରେ ରହୁଥିବା ପାତ୍ରପୁର ବ୍ଲକ ଗୁଣ୍ଡ୍ରା ଗ୍ରାମର କିଶୋର ସେଠୀ, ଷିଷ୍ଟୁ ମାଧବ ରାଓ, ଗଙ୍ଗାଧର ପାତ୍ର, ଅର୍ଜୁନ ସେଠୀଙ୍କ ସମେତ ରଙ୍ଗେଇଲୁଣ୍ଡା ବ୍ଲକ କନିଷି ଓ ଚିକିଟି ବ୍ଲକ ସୁନ୍ଦରଡ଼ା ଆଦି ଅଞ୍ଚଳର ୫୦ରୁ ଉର୍ଦ୍ଦ ଶ୍ରମିକ ରହୁଥିଲେ। ଶନିବାର ରାତିରେ ଶୋଇଥିବାବେଳେ ଭୋର ପ୍ରାୟ ୩ଟାରେ ଝଡବର୍ଷା ହୋଇଥିଲା। ପବନରେ ଟିଣ ଉଡିଯିବାସହ ଘରେ ବର୍ଷାପାଣି ପଶି ବ୍ୟାପକ କ୍ଷୟକ୍ଷତି ହୋଇଛି। ଶ୍ରମିକମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେମାନେ ପହଞ୍ଚତ୍ ଖାଦ୍ୟ ସାମଗ୍ରୀ ଦେବାସହ ଟିଣ ଛପର ପକାଇବା ବ୍ୟବସ୍ଥା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳ ଜିଲାରେ ୭୭.୩୭ ପ୍ରତିଶତ ମତଦାନ: ୫ କ୍ଷେତ୍ର ମଧ୍ୟରୁ ପାଲଲହଡ଼ାର ରେକର୍ଡ

ଅନୁଗୋଳ ଅଫିସ, ୨୫।୪- ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ମତଦାନ ପ୍ରକ୍ରିୟା ଶେଷ ହୋଇଛି। ମୋଟ୍‌ ୭୭.୩୭ ପ୍ରତିଶତ ମତଦାତା ମତଦାନ କରିଥିବା...

ବ୍ୟକ୍ତିଗତ ଜମିରେ ରାସ୍ତା ନିର୍ମାଣକୁ ବିରୋଧ

ଆଳି,୧୫ା୪(ଡି.ଏନ.ଏ.): ଆଳି ବ୍ଲକ ଅନ୍ତର୍ଗତ ଅରଗଳ ଗଁଶରେ କେତେଜଣ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିରେ ପଞ୍ଚାୟତ କର୍ତ୍ତୃପକ୍ଷ ଜୋରଜବରଦସ୍ତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ...

ସହରକୁ ପଶି ଆସିଲା କୁଟୁରା

ଦେବଗଡ଼,୧୨ା୫(ଡି.ଏନ.ଏ.): ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମହୁଲଢିପା ସାହିକୁ ମଙ୍ଗଳବାର ପଶି ଆସିଥିବା ଏକ କୁଟୁରାକୁ ବନ ବିଭାଗ ଉଦ୍ଧାର କରିଛି। ଉଦ୍ଧାର ପରେ ଆହତ କୁଟୁରାର...

ଉନ୍ନତି, ଉପକୃତଙ୍କ ସମ୍ପର୍କରେ ମାଗିଲେ ରିପୋର୍ଟ

ଅନୁଗୋଳ ଅଫିସ/କଣିହଁ।, ୧୧।୧ – ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଅନୁଗୋଳ ଗସ୍ତର ଦ୍ୱିତୀୟ ଦିନରେ...

କଣ୍ଟାବାଞ୍ଜି ତହସିଲ ଓ ସବ୍‌ ରେଜିଷ୍ଟ୍ରୀ ଅଫିସରେ ବ୍ୟାପକ ଲାଞ୍ଚ କାରବାର, ଦୁର୍ନୀତି ଅଭିଯୋଗ: ଓକିଲ ସଂଘର ଧାରଣା

କଣ୍ଟାବାଞ୍ଜି,୬।୮(ଡି.ଏନ୍‌.ଏ.): କଣ୍ଟାବାଞ୍ଜି ତହସିଲ ଓ ସବ୍‌ ରେଜିଷ୍ଟ୍ରୀ ଅଫିସରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଲାଞ୍ଚ କାରବାର ଓ ଦୁର୍ନୀତି ଅଭିଯୋଗ ନେଇ ସ୍ଥାନୀୟ ଓକିଲ ସଂଘ ପକ୍ଷରୁ...

ଯାଜପୁରରୁ ଚିହ୍ନଟ ନୂଆ ୧୪ ଆକ୍ରାନ୍ତ କଟିକଟା ଅଞ୍ଚଳର: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୬କୁ ବୃଦ୍ଧି

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଯାଜପୁର ଜିଲାରେ ଚିହ୍ନଟ ହୋଇଥିବା ସମସ୍ତ ୧୪ ନୂଆ ଆକ୍ରାନ୍ତ କଟିକଟା ଅଞ୍ଚଳର। ପୂର୍ବରୁ ଏଠାରେ ୬ଟି କେସ୍‌ ବାହାରିଥିଲା। ସେମାନେ ପଶ୍ଚିମବଙ୍ଗ ଫେରନ୍ତା...

ମାମଲା ରଫାଦଫା ପାଇଁ ଲାଞ୍ଚ: ଫରେଷ୍ଟର ଗିରଫ

ଦେବଗଡ, ୬ା୧୧(ଡି.ଏନ.ଏ.) : କାଠ ଜବତ ମାଲଲାର ରଫାଦଫା କରିବା ପାଇଁ ଜଣେ ଯୁବକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବଗଡ ବନଖଣ୍ଡ...

ପୋଷ୍ଟାଲ ଇନ୍ସପେକ୍ଟରଙ୍କୁ ଗିରଫ କଲା ସିବିଆଇ

ରାଇରଙ୍ଗପୁର,୧୫ା୧(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁରସ୍ଥିତ ଜଣେ ପୋଷ୍ଟାଲ ଇନ୍ସପେକ୍ଟର ଲାଞ୍ଚ ମାମଲାରେ ସିବିଆଇ ଦ୍ୱାରା ମଙ୍ଗଳବାର ଗିରଫ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱର ସିବିଆଇ ଅଫିସର ଏକ...

Advertisement
Archives

Model This Week