Posted inଜାତୀୟ

ଚେତୁ ନାହାଁନ୍ତି ଜନତା ଚିନ୍ତାରେ ସରକାର

ଲୁଧିଆନା,୪।୧୧: ଉତ୍ତର ଭାରତ ଅର୍ଥାତ୍‌ ରାଜଧାନୀ ଦିଲ୍ଲୀରେ ଏବେ ବାୟୁ ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଛି ଯେ ଲୋକେ ଘରୁ ବାହାରିବା କଷ୍ଟକର ହୋଇ ପଡିଛି। କାରଣ ଏଠି ଲୋକେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ପଡୋଶୀ ରାଜ୍ୟକୁ ଦାୟୀ କରିଥିବା ବେଳେ ସାଧାରଣ ଜନତା କିନ୍ତୁ ସେମାନଙ୍କ ଜିଦ୍‌ରେ ଯେମିତି ଅଟଳ ରହିଛନ୍ତି। ବିଶେଷ କରି ହରିୟାଣା ଓ ପଞ୍ଜାବରେ କୃଷକମାନେ ଅତ୍ୟଧିକ ପରିମାଣର ନଡା ଜାଳିବାରୁ ବାୟୁ ପ୍ରଦୂଷଣର ମାତ୍ରା ବଢୁଛି ବୋଲି କୁହାଯାଉଛି। ଯାହା ଫଳରେ ରବିବାର ଦିଲ୍ଲୀର ପ୍ରଦୂଷଣ ସ୍ତର ଅତି ସାଂଘାତିକ ସ୍ତରରେ ପହଞ୍ଚିଛି। ଏବେ ଏଠାରେ ଅଡ୍‌ ଇଭିନ୍‌ ନମ୍ବରର ଗାଡି ଚଳାଚଳ ଆରମ୍ଭ କରାଯାଇଥିବା ବେଳେ ସ୍କୁଲ ଗୁଡିକୁ ୫ ତାରିଖ ପର୍ଯ୍ୟନ୍ତ ଛୁଟି କରିଦିଆଯାଇଛି। ଏହାସହ ଜରୁରୀ କାମ ନ ଥିଲେ ଘରୁ ବାହାରକୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହାପରେ ବି ସୋମବାର ପଞ୍ଜାବର ଅଧିକାଂଶ ସ୍ଥାନରେ ଚାଷୀ ନଡା ପୋଡୁଥିବା ଦେଖାଯାଇଛି। ଏମାନଙ୍କର ଯୁକ୍ତି ହେଲା ସରକାରଙ୍କ ତରଫରୁ ଏଥିପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଏମାନେ ନିରୁପାୟ ହୋଇ ଏହାକୁ ପୋଡି ଦେଉଛନ୍ତି। କାରଣ ନଡାର ଆଉ କୌଣସି କାମ ନ ଥିବାରୁ ଏହା ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକର ଆଉ ୫ କଂଗ୍ରେସ ବିଧାୟକ ଗଲେ ସୁପ୍ରିମକୋର୍ଟ

ବେଙ୍ଗାଲୁରୁ,୧୩।୭: କର୍ନାଟକର ମେଣ୍ଟ ସରକାର ସଙ୍କଟରେ ଥିବା ବେଳେ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପତ୍ରକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ପୂର୍ବରୁ କୋର୍ଟ ଏହି...

ଭାଜପାକୁ ଝଟକା: ବିହାରରେ ଲାଗୁ ହେବ ନାହିଁ ଏନ୍‌ଆର୍‌ସି

ପାଟନା,୧୩।୧: ଭାଜପାର ବିହାର ସହଯୋଗୀ ଜେଡିୟୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିହାରରେ ଲାଗୁ ହେବାକୁ ମନା କରିଦେଇଛି। ଫଳରେ ଭାଜପାକୁ ଝଟକା ଲାଗିଛି। ସୋମବାର...

ଆଡ୍‌ମିଟ୍‌ କାର୍ଡରେ ସନି ଲିଓନ

ବେଙ୍ଗାଲୁରୁ, ୯।୧୧: କର୍ନାଟକ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦେଉଥିବା ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡରେ ତାଙ୍କ ଫଟୋ ବଦଳରେ ବଲିଉଡ୍‌ ଅଭିନେତ୍ରୀ ସନି ଲିଓନ୍‌ଙ୍କ ଫଟୋ...

ଲକ୍ଷ୍ନୌରେ ବୁଲ୍‌ଡୋଜର ଶୋଭାଯାତ୍ରା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶରେ ଭୋଟ ଗଣନା ଜାରି ରହିଛି। ଏଥିରେ ଭାଜପା ଆଗରେ ଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଲକ୍ଷ୍ନୋଠାରେ ଭାଜପା...

ବନ୍ଦ ହେବ ସରକାରୀ ମଦ ଦୋକାନ

ନୂଆଦିଲ୍ଲୀ,୧୬ ।୧୧: ରାଜଧାନୀ ଦିଲ୍ଲୀରେ ଔପଚାରିକ ଭାବେ ଏବେ ସରକାରୀ ମଦ ଦୋକାନ ବନ୍ଦ ହେବାକୁ ଯାଉଛି । ଏବେ ଏହା କେବଳ ଘରୋଇ ଦୋକାନରେ...

୩ ଭାଜପା ଏମ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ,୯ା୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ପ୍ରସ୍ତୁତ ଜାଲ୍‌ ତଥା ବିକୃତ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି ଭାଜପା ଏମ୍‌ପି ରାଜ୍ୟବର୍ଦ୍ଧନ ସିଂ...

ବାଣ କାରଖାନାରେ ବିସ୍ଫୋରଣ; ୪ ମୃତ

ଲକ୍ଷ୍ନୌ,୧।୧୦ : ଉତ୍ତରପ୍ରଦେଶର ଶାମଲି ଜିଲାରେ ବେଆଇନ ବାଣ କାରଖାନାରେ ଶୁକ୍ରବାର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ...

ସୂର୍ଯ୍ୟୋପରାଗର ବିରଳ ଦୃଶ୍ୟ ଦେଖିଲେ ମୋଦି

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଗୁରୁବାର ଦୃଶ୍ୟମାନ ହୋଇଛି। ଏହି ବିରଳ ଦୃଶ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିଥିବା ବେଳେ ଏହାର ଏକ ଫଟୋ...

Advertisement
Archives

Model This Week