ଚିଲିକା ଡଙ୍ଗାବୁଡ଼ି ଘଟଣାରେ ୪ ଗିରଫ

ବାଲୁଗାଁ,୩।୨(ଡି.ଏନ୍‌.ଏ.): ରବିବାର ସନ୍ଧ୍ୟାରେ ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ସମ୍ପୃକ୍ତ ଡଙ୍ଗା ମାଲିକଙ୍କ ସମେତ ୪ ଜଣଙ୍କୁ ବାଲୁଗାଁ ଥାନା ପୋଲିସ ଗିରଫ କରିଛି। ଅନ୍ୟପକ୍ଷେ ଚିଲିକାରେ ବିନା ଲାଇସେନ୍ସରେ ଚଳାଚଳ କରୁଥିବା ଯାତ୍ରୀବାହୀ ଓ ମାଛଧରା ଡଙ୍ଗା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୋମବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ମଙ୍ଗଳବାରଠାରୁ ସମଗ୍ର ଚିଲିକାରେ ଚଢ଼ାଉ କରାଯାଇ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି।
ଦୁର୍ଘଟଣାର ଶିକାର ହୋଇଥିବା ଡଙ୍ଗାର ରେଜିଷ୍ଟ୍ରେଶନ ନଂ.ଆଇଏନ୍‌ଡି-ଓଆର-୦୬-ଏମ୍‌ଓ-୧୦୫୩୪ ଏବଂ ମାଲିକ ସ୍ଥାନୀୟ ଚନ୍ଦ୍ରାପୁଟ ଗ୍ରାମର ନବଘନ ଜାଲି ବୋଲି ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ କ୍ଷେତ୍ରବାସୀ ବେହେରା ସୂଚନା ଦେଇଛନ୍ତି। ବାଲୁଗାଁ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଏ ସଂକ୍ରାନ୍ତରେ ଦଫା ୨୮୦,୩୩୭,୩୩୮,ଆଇପିସି ୩୪ ଧାରା ଅନୁଯାୟୀ ନଂ. ୧୮/୨୦ରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଡଙ୍ଗା ମାଲିକଙ୍କ ସମେତ ୩ କର୍ମଚାରୀ ଅଶୋକ ଜାଲି, ବିଶେଖ ଜାଲି ଓ ସୁଦର୍ଶନ ଜାଲିଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ରବିବାର ସକାଳେ ବାଲୁଗାଁ ନିକଟସ୍ଥ ବଡ଼କୂଳ, କୋରିଆସାହି, କାନ୍ଥମାଳ, ଆଙ୍କୁଲା ଓ ଚନ୍ଦ୍ରାପୁଟ ଗ୍ରାମର ୪୫ଜଣ ମହିଳା ଓ ପୁରୁଷ ଚିଲିକା ମଧ୍ୟସ୍ଥ କାଳିଜାଈ ପୀଠକୁ ଦର୍ଶନ ଏବଂ ବଣଭୋଜି ପାଇଁ ୩ଟି ମାଛଧରା ଡଙ୍ଗା ଯୋଗେ ଯାଇଥିଲେ। ସେଠାରେ ଭୋଜିସାରି ସନ୍ଧ୍ୟାରେ ଫେରୁଥିବା ବେଳେ ପ୍ରତିକୂଳ ପାଗ ସହ ବର୍ଷାପବନ ହୋଇଥିଲା। ୩ଟି ଡଙ୍ଗା ମଧ୍ୟରୁ ଗୋଟିଏ ଡଙ୍ଗାରେ ଭୋଜିସାମଗ୍ରୀ ସହ କିଛି ଯାତ୍ରୀ ଥିଲେ ଏବଂ ଅନ୍ୟ ଏକ ଡଙ୍ଗାରେ ୧୫ ଜଣ ଯାତ୍ରୀ ଥିବାବେଳେ ତୃତୀୟ ଡଙ୍ଗାରେ ୨୫ ଯାତ୍ରୀଙ୍କ ସମେତ ମାଛଧରା ସରଞ୍ଜାମ ମହଜୁଦ ଥିଲା। ପ୍ରଥମ ଦୁଇଟି ଡଙ୍ଗା ସୁରକ୍ଷିତ ଭାବେ ଆସୁଥିବା ବେଳେ ତୃତୀୟ ଡଙ୍ଗାଟି କାଳିଜାଈ ଗଣ୍ଡଠାରୁ ଅନତି ଦୂରରେ ପହଞ୍ଚିଥିବା ବେଳେ ଏହି ସମୟରେ ପବନ ବହିବା ଯୋଗୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ତେବେ ସୌଭାଗ୍ୟବଶତଃ ନିକଟରେ ଥିବା ଅନ୍ୟ ମାଛଧରା ଡଙ୍ଗା ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନେ ଚିକିତ୍ସାଧୀନ ଅଛନ୍ତି।
ଏହି ପରିପ୍ରେକ୍ଷୀରେ ସୋମବାର ବାଲୁଗାଁ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ପୋଲିସ, ସିଡିଏ, ମତ୍ସ୍ୟ ବିଭାଗ, ଅନ୍ତର୍ଦେଶୀୟ ଜଳପଥ ପରିବହନ ବିଭାଗ ଓ ଚିଲିକା ତହସିଲର ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ମଙ୍ଗଳବାରଠାରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଲାଇସେନ୍ସ ନ ଥିବା ଉଭୟ ମାଛଧରା ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ନିଷିଦ୍ଧ କରାଯିବ ଏବଂ ଖିଲାପ କଲେ ସମ୍ପୃକ୍ତ ଡଙ୍ଗା ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମହାଳିକ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ ଜୁନ୍‌ ୧୬ ତାରିଖରେ ଅନୁରୂପ ଭାବେ କାଳିଜାଈ ଦର୍ଶନ ସାରି ଫେରୁଥିବା ଏକ ଯାତ୍ରୀବାହୀ ଡଙ୍ଗା କାଳବୈଶାଖୀ ଯୋଗୁ ବୁଡ଼ିଯିବାରୁ ୬ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଚିଲିକାରେ ବେଆଇନ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ନିଷିଦ୍ଧ କରାଯାଇଥିଲା। ସେତେବେଳେ ଦୀର୍ଘ ୩ ମାସ ଧରି ଚିଲିକାରେ ଯାତ୍ରୀ ପରିବହନ ଠପ୍‌ ହୋଇପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri