ଚିଲିକାରେ ମାଲେସିଆ ଜାହାଜ ଅଟକିବା ଘଟଣା: ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଜଙ୍ଗଲ ବିଭାଗର ଭିନ୍ନ ମନ୍ତବ୍ୟ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଯାନ୍ତ୍ରିକ ତ୍ରୁଟି ଯୋଗୁ ମାଲେସିଆର ପଣ୍ୟବାହୀ ଜାହାଜ ‘ଟଗ୍‌ ଜିନ୍‌ ହୱା ୩୨’ ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଚିଲିକା ମୁହାଣର ରାଜହଂସ ଓ ଖିରିସାହି ଗାଁ ନିକଟ ବଙ୍ଗୋପସାଗର ଉପକୂଳରେ ୧୧ଦିନ ହେବ ଅଟକି ରହିଛି। ଜାହାଜରୁ ତେଲ ବାହାର ନ କଲେ ଚିଲିକାର ଜୈବ ବିବିଧତା ପ୍ରତି ବଡ଼ ବିପଦ ରହିଥିବା ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ଚିଲିକା ପ୍ରତି ବିପଦ ନ ଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କହିଛନ୍ତି। ଗୋଟିଏ ବିଭାଗର ଦୁଇ ପ୍ରକାର ମନ୍ତବ୍ୟକୁ ନେଇ ବର୍ତ୍ତମାନ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।

ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର କହିଛନ୍ତି, ଅଚଳ ବିଦେଶି ଜାହାଜଟି ବିପଦ ବଢ଼ାଉଛି। ସମୟ ଗଡ଼ିବା ସହିତ ଭୟ ବଢୁଛି। କାରଣ ଯାନ୍ତ୍ରିକ ତ୍ରୁଟି ଯୋଗୁ ଜାହାଜଟି ଅଟକି ରହିଥିବାବେଳେ ଏଥିରେ ଥିବା ୩୦ ହଜାର ଲିଟର ତେଲ ହିଁ ଚିନ୍ତାର କାରଣ ପାଲଟିଛି। ଉକ୍ତ ପଣ୍ୟବାହୀ ଜାହାଜରୁ ତେଲ ବାହାର ନ କଲେ ଚିଲିକାର ଜୈବ ବିବିଧତା ପ୍ରତି ବଡ଼ ବିପଦ ରହିଛି। ଜାହାଜଟିରୁ କିଭଳି ତେଲ କଢ଼ାଯିବ ସେନେଇ ସମ୍ପୃକ୍ତ କମ୍ପାନୀ ସହ ସେ କଥା ହୋଇଛନ୍ତି। ଏପରିକି ଶୀଘ୍ର ଏହାକୁ ସ୍ଥାନାନ୍ତର କରାଯିବ ବୋଲି ସଚିବ ଆଶ୍ୱାସନା ଦେଇଛନ୍ତି। ଅନ୍ୟପକ୍ଷରେ ସିଡିଏ କର୍ତ୍ତୃପକ୍ଷ ଭିନ୍ନ ମତ ଦେଇଛନ୍ତି। ସିଡିଏର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ଜାହାଜରୁ ତେଲ ଲିକ୍‌ ସମ୍ଭାବନା କମ୍‌ ରହିଛି। ଏହା ଉପରେ ପୁରୀ ଜିଲାପାଳ ନଜର ରଖିଛନ୍ତି। ଏଥିସହିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଅନୁସାରେ କାମ ହେଉଛି ବୋଲି ସିଡିଏ କର୍ତ୍ତୃପକ୍ଷ କହିଛନ୍ତି। ଏପରିସ୍ଥଳେ ପ୍ରକୃତ ସ୍ଥିତିକୁ ନେଇ କିଛି ସ୍ପଷ୍ଟ ହେଉନାହିଁ। ଏହା ଚିଲିକା ପ୍ରତି ବିପଦ ସୃଷ୍ଟି ହେବ ନା ନାହିଁ ତାହା ଜଣାପଡ଼ୁନାହିଁ। ସେପଟେ ପରିବେଶବିତ୍‌ମାନେ ମଧ୍ୟ ଚିଲିକାର ଜୈବ ବିବିଧତା ପ୍ରତି ବିପଦ ଥିବା ମତପ୍ରକାଶ କରୁଛନ୍ତି। ସୂଚନାଯୋଗ୍ୟ, ଗତ ୭ ତାରିଖରୁ ଅଟକିଥିବା ପଣ୍ୟବାହୀ ଜାହାଜଟିରେ ୩୦ ହଜାର ଲିଟର ଡିଜେଲ ସହ ୧ହଜାର ଲିଟର ଲ୍ୟୁବ୍‌ ଅଏଲ ଓ ୨୦୦ ଲିଟର ହାଇଡ୍ରୋଲିକ୍‌ ଅଏଲ ମହଜୁଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ପିଟି ପିଟି ହତ୍ୟା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭଦ୍ରକ ଅଫିସ,୨ା୧୦-ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡର ଭିଡିଓ ସୋସିଆଲ...

ଛଉ ମୋହରେ ବିଦେଶୀ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଓଡ଼ିଶାର ଲୋକନୃତ୍ୟ ମୋହରେ ପଡ଼ିଛନ୍ତି ବିଦେଶୀ। ମୟୂରଭଞ୍ଜର ପ୍ରସିଦ୍ଧ ଛଉନୃତ୍ୟ ରାଜ୍ୟ ଓ ରାଜ୍ୟ ବାହାରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଓଡ଼ିଶୀ ନୃତ୍ୟ...

ସମୁଦ୍ରରେ ଭାସିଗଲେ ଯୁବକ

ପୁରୀ ଅଫିସ,୧୨ା୬: ଗାଧୋଉଥିବା ବେଳେ ସମୁଦ୍ରରେ ଭାସି ଯାଇଛନ୍ତି ଜଣେ ଯୁବକ। ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଉଜ୍ବଳ ଦାସ। ଲାଇଫ୍‌ ଗାର୍ଡଙ୍କ...

ଭାଇ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ବାରିପଦା ଅଫିସ,୧୩।୧୧: ମୟୂରଭଞ୍ଜ ଜିଲା ବାରିପଦା ଅତିରିକ୍ତ ଜିଲା ଦୌରା ଜଜ୍‌(୧)କୋର୍ଟରେ ଶୁକ୍ରବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ଚୌଧୁରୀ ପ୍ରବୀର...

ପରଲୋକରେ କଥାକାର ହେମନ୍ତ ମହାପାତ୍ର

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ସୁପରିଚିତ ଓଡ଼ିଆ କଥାକାର, ପ୍ରାକ୍ତନ ବରିଷ୍ଠ ଇତିହାସ ପ୍ରାଧ୍ୟାପକ ଡକ୍ଟର ହେମନ୍ତ କୁମାର ମହାପାତ୍ରଙ୍କର ଗୁରୁବାର ଅପରାହ୍ଣରେ ପରଲୋକ ହୋଇଯାଇଛି। ୧୯୫୫ରେ ତିର୍ତ୍ତୋଲର ରାମଦାସପୁର...

କଟକ ସହର ମାଳିସାହି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

କଟକ ଅଫିସ,୪।୭: କଟକ ସହର ରାଣୀହାଟସ୍ଥିତ ମାଳିସାହି ବସ୍ତିରୁ ଶୁକ୍ରବାର ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏ ନେଇ ଉକ୍ତ ବସ୍ତିକୁ ଶନିବାର...

ମହିଳାଙ୍କୁ ଯୌତୁକ ନିର୍ଯାତନା: ବନ୍ଧା ହେଲେ ଶାଶୁ-ଶ୍ୱଶୂର, ଦେଢଶୂର

ବଡବିଲ, ୨୯।୧: କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଜନିତ ନିର୍ଯାତନା ଓ ତଣ୍ଟି ଚିପି ହତ୍ୟା ଉଦ୍ୟମ...

କୋଭିଡ୍‌ ପରୀକ୍ଷା ନେଇ ଭାଜପା-ବିଜେଡି ଭିତରେ କଟାକ୍ଷ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଇଥିବା ନିର୍ଦ୍ଦେଶକୁ କୌଣସି ସରକାରୀ ଅଧିକାରୀ...

Advertisement
Archives

Model This Week