ଚିଲିକାରେ ଅଟକି ରହିଥିବା ଜାହାଜରୁ ତେଲ କାଢ଼ିବା ପ୍ରକ୍ରିୟା ଆରମ୍ଭ: ପଡ଼ିଲା ପାଇପ, ଆଜି ବାହାରିିବ ତେଲ

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୨୯।୮ (ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ରାଜହଂସ ଓ ଖିରିସାହି ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମାଲେସିଆର ଏକ ପଣ୍ୟବାହୀ ଜାହାଜ ଜିନ ହଓ୍ବା ୪୨ ଲାଗିଛି। ଜାହାଜଟି ଦୀର୍ଘ ୨୧ ଦିନ ଧରି ଲାଗି ରହିଥିବା ବେଳେ ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଜାହାଜର କଣ୍ଟେନରଟି ବର୍ତ୍ତମାନ ସମୁଦ୍ର ମଧ୍ୟକୁ ଓଲଟି ପଡିଛି। ଜାହାଜଟି ପାଣି ମଧ୍ୟକୁ ଢଳି ରହିଛି। ଜାହାଜରେ ଥିବା ୩୦ ହଜାରରୁ ଊର୍ଦ୍ଧ୍ୱ ଲିଟର ତେଲ ଯଦି ଲିକ୍‌ ହେବ ଚିଲିକାର ଜୈବ ବିବିଧତା ପାଇଁ ବିପଦ ସାଜିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ଜାହାଜରୁ ତେଲ କଢାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ଜାହାଜରୁ ତେଲ ବାହାର କରିବାକୁ ପାଇପ ପକାଯାଇଛି। ଗୁରୁବାର ତେଲ ବାହାର କରାଯିବ ବୋଲି ଜଣାପଡିଛି।
ପ୍ରକାଶ ଥାଉକି, ଗତ ୮ ତାରିଖରେ ମାଲେସିଆର ପଣ୍ୟବାହୀ ଜାହାଜ ବଙ୍ଗୋପସାଗରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କୃଷ୍ଣପ୍ରସାଦ ବ୍ଲକର ରାଜହଂସ ନିକଟରେ ଲାଗିଥିଲା। ଏହି ଜାହାଜରେ ଭରି ରହିଛି ୩୦ ହଜାର ଲିଟର ଡିଜେଲ, ୧ ହଜାର ଲିଟର ଲ୍ୟୁବ ଅଏଲ, ୨୦୦ ଲିଟର ହାଇଡ୍ରୋଲିକ ତେଲ। ଜାହାଜରୁ ତେଲ ଖାଲି କରିବାକୁ ୩ ଦିନ ତଳେ ଜିଲା ପ୍ରଶାସନ ତତ୍ପର ହୋଇଛି। ଫଳରେ ଉକ୍ତ ଜାହାଜ ମାଲିକଙ୍କ ସହ ଯୋଗାଯୋଗ କରି ତେଲ କଢାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ବୁଧବାର ୩ ଟି ଦଳ ଆସି ଜାହାଜ ନିକଟରେ ପହଞ୍ଚତ୍ ପାଇପ ପକାଇବା କାମ ଆରମ୍ଭ କରିଛନ୍ତି। ପାରାଦୀପସ୍ଥିତ ମେରାଇନ ସର୍ଭେରୁ ଶରତ ଚନ୍ଦ୍ର ସାହୁ ଜାହାଜର ସ୍ଥିତି ତଦନ୍ତ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଏହି ତେଲ କାଢିବାକୁ କଲିକତାର ଏକ ଠିକା ସଂସ୍ଥାକୁ ଦିଆଯାଇଛି। ଏହି ଠିକା ସଂସ୍ଥାର ସଦସ୍ୟ ଅମିତ ଶାହ ଏଠାରେ ଉପସ୍ଥିତ ରହିଛନ୍ତି। ଏହା ସହ ଜାହାଜଠାରୁ ତେଲ କାଢିବା ପାଇଁ ପାଇପ ସଂଯୋଗ କରିବାକୁ ବାଲେଶ୍ୱରରୁ ଏକ ୬ ଜଣିଆ ଦଳ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଜାହାଜରୁ ରାଜହଂସ (ତେଲ କଢାଯିବା ସ୍ଥାନ) ପର୍ଯ୍ୟନ୍ତ ୧ ହଜାର ମିଟର ପାଇପ ବିଛାଯାଇଛି। ଗୁରୁବାର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଭେସେଲ ଦ୍ୱାରା ଟ୍ୟାଙ୍କର ପହଞ୍ଚତ୍ବା ପରେ ତେଲ ବାହାର କରାଯିବ। ଏ ନେଇ ସମସ୍ତ ପ୍ରସ୍ତୁତି ସରିଯାଇଛି। ଏହି ତେଲ କାଢିବାକୁ ଅତିକମରେ ୨ରୁ ୩ ଦିନ ସମୟ ଲାଗିବ ବୋଲି ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟଙ୍କୁ ସାହା ‘ୟୁସେ ସଂଗଠନ’: ବୁଦ୍ଧିଜୀବୀଙ୍କ ପ୍ରଶଂସା

ପରଜଙ୍ଗ,୨।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ବସ୍ତି,ସାହି ମାନଙ୍କରେ ନୂତନ ବର୍ଷର ପ୍ରଥମ ଦିବସରେ ୟୁଥ ୟୁନାଇଟେଡ଼ ଫୋର୍‌ ସଷ୍ଟେନେବ୍ଲ୍ୟୁ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟ...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri