ଚିନ୍ତା ବଢ଼ାଇଲାଣି ସ୍ବଳ୍ପ ବୃଷ୍ଟି

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ରାଜ୍ୟରେ ମରୁଡ଼ି ପରିସ୍ଥିତି ଉପୁଜିଲାଣି। ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ ଉଜୁଡ଼ି ଗଲାଣି। ଅନେକ ଅଞ୍ଚଳରେ ଗଜା ମରୁଡ଼ିର ଆଶଙ୍କା ମଧ୍ୟ ଦେଖାଦେଲାଣି। ବର୍ଷା ଚିନ୍ତାରେ ଚାଷୀ ରହିଥିବାବେଳେ ଆସନ୍ତା ଦୁଇଦିନ ମଧ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ଦୁର୍ବଳ ରହିଥିବା ମୌସୁମୀ ପୁଣି ଥରେ ସକ୍ରିୟ ହେବ। ୨୫ତାରିଖଠାରୁ ଉପକୂଳ ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବା ସହ ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଦୁଇଦିନ ବର୍ଷା ନାହିଁ। କାଳବୈଶାଖୀ ପ୍ରଭାବରେ ୨୩ ତାରିଖରେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହୋଇପାରେ। ୨୪ ତାରିଖରେ ମଧ୍ୟ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୫ ତାରିଖରୁ ଓଡ଼ିଶାରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ବାଭାବିକଠାରୁ ୨୯ ପ୍ରତିଶତ କମ୍‌ ବର୍ଷା ହୋଇଛି। ଅଗଷ୍ଟ ଶେଷ ସୁଦ୍ଧା କମ୍‌ ବର୍ଷାର ଭରଣା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଜନସାଧାରଣଙ୍କୁ କଲବଲ କରୁଛି। ଖରାଦିନ ଭଳି ବର୍ତ୍ତମାନ ତାତି ଅସମ୍ଭାଳ ହୋଇପଡ଼ୁଛି। ସକାଳ ୯ଟା ପରେ ଖରା ଏମିତି ହେଉଛି ଯେ ଲୋକେ ବାହାରକୁ ବାହାରିବାକୁ ବି ଡରୁଛନ୍ତି। ସୋମବାର ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୬ଡିଗ୍ରୀ ଉପରେ ରହିଥିଲା।
ସେପଟେ ବର୍ଷା ଅଭାବରୁ ରାଜ୍ୟର ଅଧିକାଂଶ ଜଳଭଣ୍ଡାରରେ ସାଂଘାତିକ ସ୍ଥିତି ଉପୁଜିଛି। ହୀରାକୁଦ ସମେତ ପ୍ରମୁଖ ଜଳଭଣ୍ଡାର ଗୁଡ଼ିକରେ ଧାର୍ଯ୍ୟ କ୍ଷମତାଠାରୁ ଯଥେଷ୍ଟ କମ୍‌ ପାଣି ରହିଛି। ସ୍ଥିତି ଏମିତି ହୋଇଛି ଯେ, ହୀରାକୁଦ ଏବଂ ଅନ୍ୟ ଡ୍ୟାମ୍‌ରୁ ଜଳ ବିଦ୍ୟୁତ ଉତ୍ପାଦନ କମାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯଦି ଶୀଘ୍ର ପର୍ଯ୍ୟାପ୍ତ ପରିମାଣର ବର୍ଷା ନ ହୁଏ, ତେବେ ଶିଳ୍ପ ଓ ଚାଷ ପାଇଁ ପାଣି ଯୋଗାଣ ପ୍ରଭାବିତ ହେବ। ହୀରାକୁଦ ଉପରମୁଣ୍ଡରେ ବର୍ଷା ଅଭାବଜନିତ ସ୍ଥିତି ଅତି ଗମ୍ଭୀର ଥିବାରୁ ଜଳଭଣ୍ଡାରରୁ ଜଳସ୍ତର ହ୍ରାସ ପାଇଛି। ଗତବର୍ଷ ଜୁଲାଇ ୨୦ ତାରିଖରେ ଜଳସ୍ତର ୬୦୭.୨୫ ଫୁଟ୍‌ ଥିବାବେଳେ ଚଳିତବର୍ଷ ସମାନ ତାରିଖରେ ୫୯୯.୮୩ ଫୁଟ୍‌ ରହିଛି। ସୋମବାର ଜଳସ୍ତର ଆହୁରି କମି ୫୯୮.୮୫ ଫୁଟ୍‌ରେ ପହଞ୍ଚତ୍ଛି। ଏବେ ସେକେଣ୍ଡ ପ୍ରତି ୨୩୦୦ ଘନଫୁଟ ଜଳ ହୀରାକୁଦକୁ ପ୍ରବେଶ କରୁଥିବା ବେଳେ କେନାଲ ଓ ପାୱାର ଚ୍ୟାନେଲ୍‌ ଦେଇ ସେକେଣ୍ଡ ପ୍ରତି ୧୨ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି। ଯାହାଦ୍ୱାରା ଜଳସ୍ତର କମିବାରେ ଲାଗିଛି। କେବଳ ହୀରାକୁଦ ନୁହେଁ ବାଲିମେଳା, ରେଙ୍ଗାଲି, ମାଛକୁଣ୍ଡ ଆଦି ଜଳଭଣ୍ଡାରରେ ମଧ୍ୟ ଗତବର୍ଷ ତୁଳନାରେ ଜଳସ୍ତର କମିଛି। ସେହିପରି ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗତବର୍ଷ ଜଳସ୍ତର ୬୩୩.୦୪ ମିଟର ରହିଥିବାବେଳେ ଚଳିତ ବର୍ଷ ୬୩୦. ୫୮ ମିଟର ରହିଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମୁଥିବାରୁ ତା’ର ପ୍ରଭାବ ପଡ଼ିବା ବି ଆରମ୍ଭ ହୋଇଯାଇଛି। ତେଣୁ ବାଧ୍ୟ ହୋଇ ହୀରାକୁଦରୁ ଜଳ ବିଦ୍ୟୁତ ଉତ୍ପାଦନ କମାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ଜଳଭଣ୍ଡାରରେ ମଧ୍ୟ ଜଳ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁଶନ ଯିବାବେଳେ ଛାତ୍ରୀଙ୍କୁ ଅସଦାଚରଣ ମାମଲା: ପୋଲିସକୁ ଡେମୋ ଦେଖାଇଲେ ଅଭିଯୁକ୍ତ; ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

କଟକରୋଡ,୧ା୯(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଥିବା ଏକ ଅସଦାରଚରଣ ଘଟଣାରେ ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଶନିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ କଟକ ଜିଲା ବାଙ୍କୀ...

ଉପନିର୍ବାଚନ ସମୟରେ ଲାଗିଲା ମାଓବାଦୀ ବ୍ୟାନର

ପାଠଇକମାଳ,୨୬।୧୧(ଡିଏନଏ): ବରଗଡ଼ ଜିଲା ପାଇକମାଳ ଠାରୁ ୬ କି.ମି ଦୂର ମାଗୁରମାଲ ଛକ ନିଶାନୀ ଦେବୀ ମନ୍ଦିର ନିକଟରେ ମାଓବାଦୀ ବ୍ୟାନର ଲାଗି ଥିବା ଶନିବାର...

ପରଲୋକରେ ଜଷ୍ଟିସ ଦେବପ୍ରିୟ ମହାପାତ୍ର

କଟକ ଅଫିସ, ୩୧।୮: ସୁର୍ପିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ବୁଧବାର କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ...

୫ଦିନ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ, ୧୧।୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବୁଧବାରଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ବନବିଭାଗର ଯଶିପୁର କାଳିଆଣି ଓ ପିଠାବଟାର...

କୋଟିଆକୁ ନେଇ ଥମୁନି କାଦୁଅ ଫିଙ୍ଗା

ଭୁବନେଶ୍ୱର, ୧୭ା୨(ବ୍ୟୁରୋ): କୋରାପୁଟର କୋଟିଆ ସମେତ ଓଡ଼ିଶାର କେତେକ ସୀମାନ୍ତ ଜିଲାରେ ଆନ୍ଧ୍ର ସରକାର ନିର୍ବାଚନ କରାଇବା ପ୍ରସଙ୍ଗରେ ଆରୋପ ପ୍ରତ୍ୟାରୋପ ଥମିବାର ନଁା ଧରୁନି।...

ଏଫସିଆଇ ଏମ୍‌ଡି ହେଲେ ଅଶୋକ ମୀନା

ଭୁବନେଶ୍ବର, ୧୧ା୮(ବ୍ୟୁରୋ): ୨ ଜଣ ଆଇଏଏସ୍‌ ଅଫିସର ଗତ ସପ୍ତାହରେ ଡେପୁଟେସନ ସାରି ଓଡ଼ିଶା ଫେରିଛନ୍ତି। ବୁଧବାର ରାଜ୍ୟ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଅଶୋକ...

ମୋ କଲେଜ ଅଭିଯାନ ଲାଗି ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ ଦିଗରେ ପୁରାତନ ଛାତ୍ରୀଛାତ୍ରଙ୍କ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କୁ ତାଙ୍କ ଶିକ୍ଷାନୁଷ୍ଠାନ ସହିତ ଯୋଡ଼ିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ...

ଓଡ଼ିଶା ଦିବସ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୪(ବ୍ୟୁରୋ): କଳିଙ୍ଗ, ଉତ୍କଳ ପରେ ଓଡ଼ିଶା ନାମରେ ପରିଚିତ ଏହି ପବିତ୍ର ଭୂଖଣ୍ଡ ୧୯୩୬ ଏପ୍ରିଲ ୧ରେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ସେବେଠାରୁ ଏହି...

Advertisement
Archives

Model This Week