ଚିନିକଳ ଖୋଲିବା ଆଶା ଉଜ୍ଜୀବିତ : ଏକାଠି ହେଲେ ମନ୍ତ୍ରୀ, ପ୍ରଶାସକ, ନେତା, କୃଷକ

ନୟାଗଡ଼ ଅଫିସ,୯ା୮: ନୟାଗଡ଼ ଜିଲାରେ ବନ୍ଦ ହୋଇ ପଡ଼ିଥିବା ଚିନିକଳ ଖୋଲିବା ପ୍ରସଙ୍ଗରେ ଗୁରୁବାର ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ, ଜିଲାପାଳ, ବିଭିନ୍ନ ଦଳର ନେତା, କୃଷକ, ଶ୍ରମିକମାନେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ବୈଠକ ପରେ ଚିନିକଳ ଖୋଲିବା ଆଶା ଉଜ୍ଜୀବିତ ହୋଇଛି।
ଜିଲାପାଳ ଡା. ଏନ୍‌. ତିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସମେତ ଚିନିକଳ ସୁରକ୍ଷା ଅଭିଯାନର କର୍ମକର୍ତ୍ତା ବିଶ୍ୱନାଥ ମହାପାତ୍ର, ମନୋଜ କୁମାର ସାହୁ, ସନ୍ତୋଷ କୁମାର ପ୍ରଧାନ, ଯୋଗେନ୍ଦ୍ର ଖୁଣ୍ଟିଆ, ଜନାର୍ଦ୍ଦନ ଦଳବେହେରା, ଚକ୍ରଧର ଜେନା, ଉମେଶ ଚନ୍ଦ୍ର ମହାପାତ୍ର, ଗୋଲକ ବିହାରୀ ମୁଦୁଲି, ଜଗନ୍ନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ପ୍ରତିବନ୍ଧକକୁ ହଟାଇ ଚିନିକଳ ଚାଲୁ କରିବା ନିମନ୍ତେ ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଥିଲା। ୨୦୦୪ ମସିହାରେ ସମବାୟ ଚିନିକଳ ଏକ ଚୁକ୍ତିପତ୍ର ବଳରେ ତ୍ରୈଲୋକ୍ୟ ମିଶ୍ରଙ୍କୁ ପରିଚାଳନା ନିମନ୍ତେ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ସମସ୍ତ ଚୁକ୍ତି ଖିଲାପ କରି ସେ ୨୦୧୫ରେ କାରଖାନାରେ ତାଲା ପକାଇ ଚାଲିଯାଇଥିଲେ। ଏପରି କି ଚାଷୀଙ୍କ ବକେୟା ଟଙ୍କା କିମ୍ବା କର୍ମଚାରୀଙ୍କ ଦରମା ଦେଇ ନ ଥିଲେ। ବର୍ତ୍ତମାନ ସେ ଚିନିକଳ ଉପରେ ନିଜର ମାଲିକାନା ଜାହିର କରିବା, ପ୍ରତାରଣାମୂଳକ ଭାବେ ବ୍ୟାଙ୍କରୁ ଟଙ୍କା ନେଇ ଖସି ପଳାଇବା ଓ ବ୍ୟାଙ୍କ ଟଙ୍କା ଆଦାୟ ନାମରେ କାରଖାନାକୁ ଏକ କବାଡ଼ିଆ କମ୍ପାନୀକୁ ବିକ୍ରି କରିବା ମସୁଧା ବଡ ଷଡ଼ଯନ୍ତ୍ର ବୋଲି ବୈଠକରେ କୁହାଯାଇଥିଲା। ପ୍ରକାଶ ଯେ, କାରଖାନା ଚଳାଇବାର ୩ବର୍ଷ ପରେ ସମବାୟ ବିଭାଗ ସହିତ ତ୍ରୈଲୋକ୍ୟ ମିଶ୍ରଙ୍କ ଚୁକ୍ତି ସ୍ବତଃ ରଦ୍ଦ ହୋଇଯାଇଥିବା ବେଳେ ଏହାକୁ ସେ ନବୀକରଣ କରି ନ ଥିଲେ। ଚୁକ୍ତିପତ୍ର ବିକ୍ରି ସ୍ବତ୍ୱ ଥାଇ କବଲା ହୋଇ ନ ଥିବାରୁ ତ୍ରୈଲୋକ୍ୟ ତାଙ୍କର ମାଲିକାନା ହରାଇ ସାରିଥିବା ଓ ଏହା ସମବାୟ ବିଭାଗ ହାତକୁ ଫେରିଆସିଥିବା ନେଇ ବୈଠକରେ ମତପ୍ରକାଶ ପାଇଥିଲା। ରାଜ୍ୟ ସରକାର ସହାୟତା ପ୍ରଦାନ କରି ଚିନିକଳ ଚାଲୁ କରିବା ପାଇଁ କର୍ମକର୍ତ୍ତାମାନେ ମନ୍ତ୍ରୀ ସାହୁଙ୍କ ପାଖରେ ଦାବି ରଖିଥିଲେ। ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ସବୀର କୁମାର ପଣ୍ଡାଙ୍କୁ ସାତଦିନ ଭିତରେ ଚିନିକଳର ମାଲିକାନା ସ୍ବତ୍ୱ, ୟୁକୋ ବ୍ୟାଙ୍କ କିପରି ଚିନିକଳକୁ ବିକ୍ରି ପାଇଁ ନିଲାମ ବିଜ୍ଞାପନ ବାହାର କରିଥିଲା ସେ ବିଷୟରେ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଅନ୍ୟପଟେ ସବୀର ପ୍ରସ୍ତୁତ ହୋଇ ଆସି ନ ଥିବାରୁ କର୍ମକର୍ତ୍ତାମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ। ସାତଦିନ ପରେ ପୁନର୍ବାର ବୈଠକ ବସି ଏ ନେଇ ଆଲୋଚନା କରାଯିବ। ଅନ୍ୟପଟେ ବାରମ୍ବାର ଚିନିକଳ ପରିସରରୁ ଚୋରି ହେଉଥିବାରୁ ଏହାର ସୁରକ୍ଷା ପାଇଁ ବୈଠକରେ ଦାବି ହୋଇଥିଲା। ଜିଲାପାଳ ଏ ନେଇ ଏସ୍‌ପିଙ୍କୁ କହିବା ସହିତ ସେଠାରେ ପୋଲିସ ମୁତୟନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ସୂଚନାଯୋଗ୍ୟ ଯେ, ଚିନିକଳ ଲିଜ୍‌ ନେବା ଦ୍ୱାରା ତ୍ରୈଲୋକ୍ୟ ମିଶ୍ରଙ୍କ ୧୪୯୮ କୋଟି କ୍ଷତି ହୋଇଥିବା ନେଇ ସେ କୋର୍ଟରେ କେସ୍‌ କରିଛନ୍ତି। ସେହିଭଳି ଜିଲା ପ୍ରଶାସନ ପକ୍ଷରୁ ଚିନିକଳ ବନ୍ଦ ହେବା ଦ୍ୱାରା ୫ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ନେଇ କୋର୍ଟରେ ଦାବି କରାଯାଇଛି। ୟୁକୋ ବ୍ୟାଙ୍କର ମଧ୍ୟ ୨୧ କୋଟି କ୍ଷତି ହୋଇଥିବା ନେଇ କୋର୍ଟରେ କେସ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri