Posted inଖେଳ

ଚିତ୍ରାଙ୍କୁ ସ୍ବର୍ଣ୍ଣ, ଅଜୟଙ୍କୁ ରୌପ୍ୟ

ଦୋହା, ୨୫।୪(ପି.ଟି.)- ଭାରତର ପି.ୟୁ. ଚିତ୍ରା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ନିଜର ମହିଳା ୧୫୦୦ ମିଟର ଟାଇଟଲ ବଜାୟ ରଖିଛନ୍ତି। ସେ ୪:୧୪.୫୬ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଭାରତର ଏହାଥିଲା ତୃତୀୟ ସ୍ବର୍ଣ୍ଣ ପଦକ। ଚିତ୍ରା ଭୁବନେଶ୍ୱରରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ମଧ୍ୟ ୪:୧୭.୯୨ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପୁରୁଷ ୧୫୦୦ ମିଟରରେ ଅଜୟ କୁମାର ସରୋଜ ସିଜନ ଶ୍ରେଷ୍ଠ ୩:୪୩.୧୮ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ବାହାରିନର ଆବ୍ରାହମ୍‌ କିପ୍‌ଚିର୍‌ଚିର୍‌ ରୋଟିଚ୍‌ ୩:୪୨.୮୫ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୪x୪୦୦ ମିଟର ରିଲେରେ ଭାରତ ରୌପ୍ୟ ପଦକ ହାସଲ କରିଛି। ପ୍ରାଚୀ, ପୁଭମ୍ମା ରାଜୁ ମଚେତିରା, ସରିତାବେନ ଲକ୍ଷ୍ମଣଭାଇ ଗାଏକ୍ୱାଡ ଓ ବିସ୍ମୟା ଭେଲୁଭାକୋର୍ଥଙ୍କୁ ନେଇ ଗଠିତ ଭାରତୀୟ ଦଳ ୩:୩୨.୨୧ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଏଥିରେ ବାହାରିନ(୩:୩୨.୧୦ ସେକେଣ୍ଡ) ଦଳକୁ ସ୍ବର୍ଣ୍ଣ ପଦକ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆନ୍‌ ଓପନ୍‌: ଶରନଙ୍କ ଅଗ୍ରଗତି, ବୋପାନ୍ନା ଆଉଟ୍‌

ମେଲବୋର୍ନ,୨୩।୧(ପିଟି)- ଅଷ୍ଟ୍ରେଲିଆନ ଓପନରେ ଭାରତୀୟ ଖେଳାଳିମାନେ ପୁରୁଷ ଡବଲ୍ସରେ ମିଶ୍ର ପ୍ରଦର୍ଶନ କରିଛନ୍ତି। ଦିଭିଜ ଶରନ ତାଙ୍କ ନ୍ୟୁଜିଲାଣ୍ଡ ପାର୍ଟନର ଆର୍ଟିମ ସିଟାକଙ୍କ ସହ ଦ୍ୱିତୀୟ...

ହାଇଜମ୍ପ କୁଇନ୍‌ ଉଷା

ରାଜ୍ୟର ମହିଳା କ୍ରୀଡ଼ାବିତ୍‌ଙ୍କ ସଫଳତାର ଯାତ୍ରା ପ୍ରକୃତରେ ଆରମ୍ଭ ହୋଇଥିଲା ୭୦ ଦଶକରୁ ଏବଂ ଏହି ଧାରାର ଆଦ୍ୟ ସଫଳ ନାୟିକା ଥିଲେ ଉଷାରାଣୀ ମିଶ୍ର।...

ପ୍ରଶଂସା କଲେ ଏଫ୍‌ଆଇଏଚ୍‌ ସଭାପତି

ଭୁବନେଶ୍ୱର, ୩୦।୧(କ୍ରୀଡ଼ା ପ୍ରତିନିଧି): ହକି ବିଶ୍ୱକପ୍‌ ଇତିହାସରେ ଚଳିତ ସଂସ୍କରଣର ଆୟୋଜନ ଅନ୍ୟତମ ଶ୍ରେଷ୍ଠ। ହକି ପ୍ରତି ଓଡ଼ିଶା ସରକାରଙ୍କ ଭଲପାଇବା ଯୋଗୁ ଏହା ସମ୍ଭବ...

‘ପନ୍ତ ମୋଟା ହୋଇଗଲେଣି, କିପିଂ ବେଳେ ନଇଁ ପାରୁନାହାନ୍ତି’

କରାଚି,୧୯।୬: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ଫିଟ୍‌ନେସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବ ସ୍ପିନର ଡାନିଶ କାନେରିଆ। ପନ୍ତ ଏବେ...

ସିଡ୍‌ଲଙ୍କ ଅବସର

ମେଲବୋର୍ନ,୨୯।୧୨- ଭେଟେରାନ ଅଷ୍ଟ୍ରେଲିଆନ ପେସର ପିଟର ସିଡ୍‌ଲ ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଦୀର୍ଘ ୧୧ ବର୍ଷର କ୍ୟାରିୟରର ଶେଷ ହୋଇଛି।...

ଭାରତରେ ଏନ୍‌ବିଏର ପଦାର୍ପଣ ନେଇ ଚର୍ଚ୍ଚା :ମୁମ୍ବାଇରେ ଖେଳାଯିବ ଇଣ୍ଡିଆନା ପେସର୍ସ ଓ ସାକ୍ରାମୋଣ୍ଟୋ କିଙ୍ଗ୍ସ ମ୍ୟାଚ୍‌

ମୁମ୍ବାଇ,୨୪।୯(ପି.ଟି.)- ହାଇପ୍ରୋଫାଇଲ ବାସ୍କେଟ ବଲ୍‌ ଲିଗ୍‌ ଏନ୍‌ବିଏ(ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ) ଏଥର ଭାରତରେ ପଦାର୍ପଣ କରିବାକୁ ଯାଉଛି। ଏବେ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ...

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଧର୍ମଶାଲା ବଦଳରେ ଖେଳାଯିବ ଇନ୍ଦୋରରେ: ବିସିସିଆଇ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୩।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟକୁ ଇନ୍ଦୋରକୁ ସ୍ଥାନାନ୍ତର କରାଯାଇଛି। ଏହାପୂର୍ବରୁ ଏହି ମ୍ୟାଚ ଧର୍ମଶାଲାରେ ଖେଳାଯିବାର ଯୋଜନା ଥିଲା।...

ଦରମା ପାଇଁ ଚିନ୍ତାରେ ଅଛନ୍ତି ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍‌

ଇସଲାମାବାଦ,୧୨।୮: ପାକିସ୍ତାନ ଅଧିନାୟକ ବାବର ଆଜମ ନିକଟରେ ନିଜର ଦରମା ବଢାଇବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)କୁ ଅନୁରୋଧ କରିଛନ୍ତି। ବିଶ୍ୱର ନମ୍ବର ୧ନମ୍ବର ବ୍ୟାଟ୍ସମ୍ୟାନ...

Advertisement
Archives

Model This Week