ଚିତ୍ରାଙ୍କନକୁ ନିଶା ଏବଂ ପେସା ଭାବେ ଗ୍ରହଣ କରିଛି

ଇଚ୍ଛା ଏବଂ ଆଗ୍ରହ ବଳରେ ଜଣେ ନିଜର ଲକ୍ଷ୍ୟପଥରେ ଅଗ୍ରସର ହେବା ସହ ସଫଳତା ର ଶିର୍ଷ ପହଁଞ୍ଚିପାରିଥାଏ। ଠିକ୍‌ ସେହିପରି ମିନର୍ଭା ସାହୁ ନିଜକୁ ଏକାଧାରରେ ଜଣେ ଚିତ୍ରଶିଳ୍ପୀ ଏବଂ ଲେଖିକା ଭାବେ ପରିଚିତ କରାଇବାରେ ସଫଳ ହୋଇଛନ୍ତି। ଯାଜପୁର ଜିଲା ଧର୍ମଶାଳା ଅନ୍ତର୍ଗତ କଲାଣ୍ଡ ଗ୍ରାମରେ ଜନ୍ମିତା ତଥା ବାପା-ଭାବଗ୍ରାହୀ ସାହୁ, ମା’-ପ୍ରମିଳା ସାହୁଙ୍କ ଏହି କନ୍ୟା ପିଲାଟିଦିନରୁ ଚିତ୍ରାଙ୍କନ ପ୍ରତି ଆକର୍ଷିତ ହୋଇଥିଲେ। ଏ ନେଇ ସେ କୁହନ୍ତି, ‘ପିଲାଦିନେ ବୋଉ’ଙ୍କ ଝୋଟିଚିତା ଦେଖି ମୋ ମନରେ ଚିତ୍ର ଆଙ୍କିବାର ଆଗ୍ରହ ସୃଷ୍ଟି ହୋଇଥିଲା। ପ୍ରାଥମିକ ବିଦ୍ୟାଳୟରେ ପଢ଼ିବା ସମୟରେ ମୋର ସବୁଠାରୁ ପ୍ରିୟ ବିଷୟ ଥିଲା ଡ୍ରଇଂ। ସେ ସମୟରେ କେବଳ ସ୍କେଚ୍‌ ପେନ୍‌ମିଳୁଥିଲା, ଏବଂ ତାକୁ ବ୍ୟବହାର କରିବା ଦ୍ୱାରା କାଗଜର ଦୁଇପଟ ଛାପି ଯାଉଥିଲା। ତେଣୁ ଚକ୍‌ରେ ଚଟାଣ ଉପରେ ମୁଁ ବଡ଼ ବଡ଼ ଚିତ୍ର ଆଙ୍କୁଥିଲି, ଯାହା ପରବର୍ତ୍ତୀ ସମୟରେ ମୋତେ ଜଣେ ଚିତ୍ରଶିଳ୍ପୀ ହେବାକୁ ଯଥେଷ୍ଟ ପ୍ରେରଣା ଯୋଗାଇଥିଲା। ଭୁବନେଶ୍ୱରସ୍ଥ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଡିଗ୍ରୀ କରିବା ସମୟରେ ମୁଁ ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ଅଧିକାର କରିଥିଲି, ଯାହା ମୋ ପାଇଁ ଏକ ନିଆରା ସ୍ମୃତି ହୋଇ ରହିଛି। ବିଶେଷଭାବରେ ଚାରକୋଲ୍‌ (ଅଙ୍ଗାରଚିତ୍ର), ଅଏଲ ପେଣ୍ଟିଂ (ତୈଳଚିତ୍ର), ଓ୍ବାଟର ପେଣ୍ଟିଂ (ଜଳ ଚିତ୍ର) ଏବଂ ଆକ୍ରେଲିକ୍‌ରେ ଚିତ୍ର କରିବା ମୋର ପସନ୍ଦ।

ହାତରେ ତୂଳୀ ଏବଂ ପାଖରେ ରଙ୍ଗ ଥିବା ବେଳେ ମୋତେ ସତେଯେମିତି ଲାଗେ ମୁଁ ଗୋଟିଏ ଜୀବନ୍ତ ଏବଂ ବାସ୍ତବ ସତ୍ୟକୁ ଉନ୍ମୋଚନ କରିବାକୁ ଯାଉଛି। ଖାସ୍‌ କଥା ହେଲା, ଚିତ୍ର ଆଙ୍କିବା ସମୟରେ ମୁଁ ନିଜକୁ ତା’ ଭିତରେ ସମ୍ପୂର୍ଣ୍ଣ ଭାବେ ହଜାଇଦିଏ। ମୋ ମତରେ ଚିତ୍ରାଙ୍କନକୁ ଜଣେ ପ୍ରଥମେ ନିଶା ଏବଂ ପରେ ପେସା ଭାବେ ଗ୍ରହଣ କଲେ ସେଥିରୁ ହିଁ ସଫଳତା ହାସଲ କରିପାରିବ। ଚିତ୍ରାଙ୍କନରେ ମୁଁ ଆଜି ଯେଉଁଠି ବି ପହଞ୍ଚତ୍ଛି, ସେଥିପାଇଁ ମୋର ଗୁରୁ ବ୍ରଜବନ୍ଧୁ ଜେନା, ଗୁରୁ ସୁନୀଲ ଚାଓ୍ବଲା (ନୋଏଡା) ଏବଂ ମୋ ପରିବାରର ପ୍ରେରଣା ହିଁ ସର୍ବାଗ୍ରେ।’ ନିଜର କାଳକୃତୀ ପାଇଁ ତାଙ୍କୁ ମିଳିଛି ମିସ୍‌ ଆର୍ଟିଷ୍ଟ-ଜୟପୁର, ଆର୍ଟ କୁଇନ୍‌-ଦିଲ୍ଲୀ, ବେଙ୍ଗଲ ଆର୍ଟ ଫୋରମ ତରଫରୁ ଅନୁଷ୍ଠିତ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ , ଆଦି ଅନେକ ପୁରସ୍କାର ।

ୟୁନିସେଫ ପକ୍ଷରୁ ଆୟୋଜିତ ଶିଶୁ ଶ୍ରମିକ ମୁକ୍ତି ଉପରେ ଏକ ପ୍ରୋଜେକ୍ଟ କରି ସେ ଉଚ୍ଚ ପ୍ରଂଶସିତ ଏବଂ ପୁରସ୍କୃତ ହୋଇଥିଲେ। ମିନର୍ଭା କେବଳ ଜଣେ ଚିତ୍ରଶିଳ୍ପୀ ନୁହନ୍ତି, ଲେଖାଲେଖିରେ ମଧ୍ୟ ତାଙ୍କର ରୁଚି ରହିଛି। ଗପଠାରୁ ଆରମ୍ଭ କରି କବିତା ଲେଖିବାରେ ତାଙ୍କୁ ଅଧିକ ଆତ୍ମସନ୍ତୋଷ ମିଳେ ବୋଲି କହନ୍ତି ସେ। ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଥିବା ମିନର୍ଭାଙ୍କୁ ଅବସର ମିଳିଲେ କବିତା ଲେଖିବା ଏବଂ ଲଙ୍ଗ୍‌ ଡ୍ରାଇଭ୍‌ିଂ କରିବାକୁ ସେ ଭଲ ପାଆନ୍ତି। ଏ ସବୁ ପଛରେ ବଡ ଭଉଣୀ ପ୍ରତିଭା ସାହୁଙ୍କ ପ୍ରେରଣାକୁ ଏବଂ ସ୍ବାମୀ ପ୍ରଦୀପ୍ତ ସାହୁଙ୍କ ସହଯୋଗକୁ ସର୍ବାଗ୍ରେ ସ୍ମରଣ କରନ୍ତି ସେ। ‘ମୁଁ ସବୁବେଳେ ସମୟକୁ ଗୁରୁତ୍ୱ ଦିଏ।

କେତେବେଳେ କ’ଣ କରିବି ତାହା ପୂର୍ବରୁ ପ୍ଲାନିଂ କରିଥାଏ, ତେଣୁ ଯେ କୌଣସି କାମ କରିବା ସମୟରେ ମୁଁ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନ ଥାଏ ବୋଲି କହନ୍ତି ଏହି ଚିତ୍ରଶିଳ୍ପୀ। ବର୍ତ୍ତମାନ ସେ ନୋଏଡାରେ ଆର୍ଟ ଶିକ୍ଷା ଦେବା ଜାରି ରଖିଛନ୍ତି ଏବଂ ଭବିଷତ୍ୟରେ ଭୁବନେଶ୍ୱରରେ ଏକ ଆର୍ଟ ସ୍କୁଲ ଖୋଲି ସବୁ ବର୍ଗର ପିଲାମାନଙ୍କୁ ଚିତ୍ରାଙ୍କନ ଶିକ୍ଷା ଦେବା ଏବଂ ସମାଜକୁ ଭଲ ବାର୍ତ୍ତା ଦେଉଥିବା ଚିତ୍ର ଅଙ୍କନ କରି ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର ଇଚ୍ଛା ପ୍ରକାଶ କରନ୍ତି ମିନର୍ଭା।
-ମହାଶ୍ୱେତା ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri