ବାରିପଦା ଅଫିସ,୧୮।୯- ମୟୂରଭଞ୍ଜ ଜିଲାରେ ବିଭିନ୍ନ ଚିଟ୍ଫଣ୍ଡ ସଂସ୍ଥା କାର୍ଯ୍ୟାଳୟମାନ ଖୋଲି ଅଧିକ ସୁଧ ଓ ଅନ୍ୟାନ୍ୟ ସୁବିଧା ଦେବାର ପ୍ରଲୋଭନ ଦେଖାଇ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟି ନେଇଥିଲେ। ଏହାପରେ ସଂସ୍ଥାର କାର୍ଯ୍ୟାଳୟ ସବୁ ବନ୍ଦ କରି ରାତାରାତି ଉଭାନ ହୋଇଯାଇଥିଲେ। ଠକେଇର ଶିକାର ହୋଇଥିବା ଜମାକାରୀମାନେ ଥାନାଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ନେଇ ସରକାରଙ୍କ ପକ୍ଷରୁ ସଂସ୍ଥାର ମୁଖ୍ୟମାନଙ୍କୁ ଗିରଫ କରାଯାଇଥିଲା। ତେବେ ଜମାକାରୀମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ଫେରି ପାଇବେ ନା ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଥିଲେ। ଅନ୍ୟପକ୍ଷେ ରାଜ୍ୟ ସରକାର ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ପାଇଁ କର୍ପସ ପାଣ୍ଠି ଗଠନ କରିଥିଲେ। କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବା ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ମୟୂରଭଞ୍ଜ ଜିଲାରେ ପ୍ରଶାସନିକ ଅବହେଳା କାରଣରୁ ଜମାକାରୀମାନେ ସେମାନଙ୍କ ଜମାଟଙ୍କା ଫେରି ପାଇବାରେ ବିଳମ୍ବ ହେଉଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ ଯେ, କ୍ଷୁଦ୍ର ଜମାକାରୀଙ୍କ ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ଆବେଦନ କରିଥିବା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ରିପୋର୍ଟରେ ୧୯୭ ଜଣ ଜମାକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୯ ଜଣ ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇପାରି ନାହାନ୍ତିି। ବଡ଼ସାହି ତହସିଲର ୨ଜଣ, ବେତନଟୀ ତହସିଲର ୨, କପ୍ତିପଦା ତହସିଲର ୪ ଓ ଠାକୁରମୁଣ୍ଡା ତହସିଲର ଜଣେ ଜମାକାରୀଙ୍କ ତଥ୍ୟ ଉପରୋକ୍ତ ତହସିଲ କର୍ତ୍ତୃପକ୍ଷ ପ୍ରଦାନ କରିନାହାନ୍ତି। ଏଣୁ ଜମାକାରୀମାନେ ସେମାନଙ୍କ ଜମା ଟଙ୍କା ଫେରି ପାଇ ନାହାନ୍ତି। ସେହିପରି ତୃତୀୟ ଓ ଚତୁର୍ଥ ରିପୋର୍ଟରେ ୪ ହଜାର ୫୦ କ୍ଷୁଦ୍ର ଜମାକାରୀ ସେମାନଙ୍କ ଜମାଟଙ୍କା ଫେରି ପାଇବା ପାଇଁ କମିଶନଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ଏମାନଙ୍କ ପାଇଁ ଜିଲା ତହବିଲକୁ ୨ କୋଟି ୯ ଲକ୍ଷ ୩୧ ହଜାର ୨୬୦ ଟଙ୍କା ଆସିଥିଲା। ସେମାନଙ୍କ ମଧ୍ୟରୁ ୨୬୭୩ ଜଣଙ୍କୁ ୧ କୋଟି ୪୩ ଲକ୍ଷ ୨୯ ହଜାର ୩୭୭ ଟଙ୍କା ପ୍ରଦାନ କରାଯାଇଛି। ହେଲେ ତହସିଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଅଦ୍ୟାବଧି ଅନ୍ୟମାନେ ଜମାଟଙ୍କା ଫେରି ପାଇନାହାନ୍ତି। ସୂଚନା ଅନୁଯାୟୀ, ବଡସାହି ତହସିଲର ୧୪୭ ଜଣ , ବହଳଦା ତହସିଲର ୧୧, ବାଙ୍ଗିରିପୋଷି ତହସିଲର ୩୩, ବେତନଟୀ ତହସିଲର ୩୨୩, ବିଶୋଇ ତହସିଲର ୧୦, ବାରିପଦା ତହସିଲର ୧୧୩, ଗୋପବନ୍ଧୁନଗର ତହସିଲର ୩୩, ଜାମଦା ତହସିଲର ୯, ଯଶିପୁର ତହସିଲର ୩, କପ୍ତିପଦା ତହସିଲର ୭୨, କରଞ୍ଜିଆ ତହସିଲର ୩୮, ଖୁଣ୍ଟା ତହସିଲର୧୦, କୁଳିଅଣା ତହସିଲର ୩୫, ମୋରଡା ତହସିଲର ୭୯, ରରୁଆଁ ତହସିଲର ୧୪, ରାସଗୋବିନ୍ଦପୁର ତହସିଲର ୧୧୯, ରାଇରଙ୍ଗପୁର ତହସିଲର ୩୩, ଶାମାଖୁଣ୍ଟା ତହସିଲର ୫୬, ସାରସକଣା ତହସିଲର ୨୫, ଶୁକୃଳି ତହସିଲର ୩୫, ଶୁଳିଆପଦା ତହସିଲର ୧୪, ଉଦଳା ତହସିଲର ୫୪ ଓ ଠାକୁରମୁଣ୍ଡା ତହସିଲର ୫୭ ଜଣ କ୍ଷୁଦ୍ର ଜମାକାରୀମାନଙ୍କ ତଥ୍ୟ ଉପରୋକ୍ତ ତହସିଲ ପକ୍ଷରୁ ଅଦ୍ୟାବଧି ଜିଲା ପ୍ରଶାସନକୁ ପ୍ରଦାନ କରାଯାଇ ନାହିଁ। ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ତାଗିଦ କରାଯିବା ସତ୍ତ୍ୱେ ମଧ୍ୟ ତହସିଲ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଇ ନ ଥିବା ଜଣାପଡିଛି। ଏ ନେଇ ଜିଲା ପ୍ରଶାସନିକ ଅଧିକାରୀଙ୍କ ମତାମତ ମିଳି ପାରିି ନ ଥିବା ବେଳେ ଜଣେ ତହସିଲଦାର ନିଜ ନାମ ପ୍ରକାଶ ନ କରିବାକୁ କହି କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଲୋକେ ସଚେତନ ହୋଇ ନାହାନ୍ତି। ସେମାନେ ଏପର୍ଯ୍ୟନ୍ତ ସେମାନଙ୍କ ତଥ୍ୟ ଦେଇ ନାହାନ୍ତି। ଫଳରେ ତହସିଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାରେ ବିଳମ୍ବ ହେଉଛି ବୋଲି କହିଛନ୍ତିି। ଏଥିପାଇଁ ତହସିଲ କର୍ତ୍ତୃପକ୍ଷ ଯେତିକି ଦାୟୀ ଜମାକାରୀମାନେ ମଧ୍ୟ ସେତିକି ଦାୟୀ ବୋଲି ସେ କହିଛନ୍ତି।
Posted inHome, ଆମ ଜିଲା ଖବର, ମୟୂରଭଞ୍ଜ View All
୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…
ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…
ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…
ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…
ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…
ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…
ଫସିଗଲେ ଡେଭିଡ୍ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ
ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…
ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ
ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…
ରାଜ୍ୟସଭା କ୍ରସ୍ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ
ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…
ଆମେରିକା ରେଡ୍ ଲାଇନ୍ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ
ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍ଲାଇନ୍ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…
ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ
କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…
Archives

