Posted inଜାତୀୟ

ଚିଟ୍‌ଫଣ୍ଡ୍‌ ସ୍କିମ୍‌ରେ ଅଙ୍କୁଶ ଲାଗି ପାର୍ଲାମେଣ୍ଟରେ ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୩୦ା୭(ପି.ଟି.): ଚିଟ୍‌ଫଣ୍ଡ୍‌ ସ୍କିମ୍‌ରେ ଅଙ୍କୁଶ ଲଗାଇବା ଲାଗି ସୋମବାର ପାର୍ଲାମେଣ୍ଟରେ ସର୍ବସମ୍ମତି କ୍ରମେ ବିଲ୍‌ ପାସ ହୋଇଛି। ଗତ ୨୪ରେ ଲୋକ ସଭାର ଅନୁମୋଦନ ପାଇବା ପରେ ସୋମବାର ରାଜ୍ୟ ସଭାରେ ଭଏସ୍‌ ଭୋଟ୍‌ରେ ଏହାକୁ ପାସ୍‌ କରାଯାଇଛି। ଫଳରେ ନିରୀହ ଗରିବ ଲୋକମାନେ ଫସୁଥିବା ଏହି ଯୋଜନାରୁ ସେମାନଙ୍କୁ ମୁକ୍ତି ମିଳିବ। ଜମା କରିଥିବା ଅର୍ଥ ସେମାନେ କିପରି ଫେରିପାଇବେ ସେନେଇ ବିଲ୍‌ରେ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।
ଗୃହରେ ଆଲୋଚନାବେଳେ ବିଲ୍‌ ଉପରେ ମତଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ, ଏହି ବିଲ୍‌ ଗରିବଙ୍କ ଝାଳବୁହା ଧନକୁ ସୁରକ୍ଷା ଦେବ। ବିଲ୍‌ରେ ରହିଥିବା ତ୍ରୁଟିକୁ ସୁଧାରିବା ଲାଗି ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ବେଆଇନ ଜମା ପୁଞ୍ଜିକୁ ରୋକିବା ଲାଗି ନୂତନ କେନ୍ଦ୍ରୀୟ ଆଇନ ବେଶ୍‌ ସହାୟକ ହୋଇପାରିବ। ଜମାକାରୀ ଟଙ୍କା ଫେରି ପାଇବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ଏହି ବିଲ୍‌ କେନ୍ଦ୍ର ଓ ରାଜ୍ୟକୁ ଆଇନ ତିଆରି ଲାଗି ଶକ୍ତି ଯୋଗାଇବ। ଚିଟ୍‌ଫଣ୍ଡ ନେଇ ମୋଟ୍‌ ୯୭୮ ମାମଲା ଚିହ୍ନଟ କରାଯାଇଛି ଓ ସେଥିରୁ ପଶ୍ଚିମବଙ୍ଗରେ ୩୨୬ ମାମଲା ରହିଥିବା ଜଣାପଡ଼ିଛି। ଏଣିକି ବେଆଇନ ଭାବେ ଚାଲିଥିବା ଚିଟ୍‌ଫଣ୍ଡ୍‌ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ, ଦଣ୍ଡବିଧାନ କରାଯାଇ ପାରିବ। ଏଥିଲାଗି ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଓ ୨ ଲକ୍ଷ ଟଙ୍କାରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡ ମିଳିବ। ଆଲୋଚନା ବେଳେ ଡିଏମ୍‌କେ ନେତା ପି. ଓ୍ବିଲ୍‌ସନ, ଓ୍ବାଇଏସ୍‌ଆର୍‌ସିପିର ଭି. ବିଜୟ ରେଡ୍ଡୀ, ଭାଜପାର ରାମକୁମାର ବର୍ମା, ଆଇଏନ୍‌ଏସ୍‌ର କେ.ସି. ରାମମୂର୍ତ୍ତି, ଟିଏମ୍‌ସିର ଅହମ୍ମଦ ହାସନ୍‌, ଆପ୍‌ର ଏନ୍‌.ଡି. ଗୁପ୍ତା ପ୍ରମୁଖ ବିଲ୍‌କୁ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri