ଚିକିସତ୍ା ଲାଗି ଟଁକା ବାଧକ୍‌ ଅଜନା ରୋଗ୍‌ରେ ପୀଡ଼ିତ ଅଶୋକ

ଲାଠୋର, ୨୮ା୪(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ସାନଗୁର୍ଜିଭଟା ପାଲିପଡ଼ାର ଅଶୋକ ବର୍ଗେ(୩୦)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ହେଇ ଘରେ ପଡ଼ିରହିଛନ୍‌। ହେଲେ ଟଁକା ପଏସା ଅଭାବୁ ଅଶୋକ ରୁଗର ଚିକିସତ୍ା କରେଇ ନାଇଁ ପାରୁଥିବାର ତାକର ମାଏକିନା ଅଞ୍ଜନା କହିଛନ୍‌।

ସୂଚନା ହିସାବେ ମାଏକିନା ଅଞ୍ଜନା ଆର ଦୁଇ ବଛର୍‌ର ପୁଓ ଯୁଗେଶ୍ୱରକୁଁ ନେଇ ଅଶୋକକଁର ପରିବାର। ବାପାର ନଁାରେ ଥିବାର ଦୁଇ ଏକର ଜମିରେ ଦୁଇ ଭାଇ ଚାଷବାସ ସଂଗେ କୁଲି ମଜୁରି କରି ପରିବାର ଚଲଉଥିଲେ। ହେଲେ ଆଏଜ୍‌କେ ୫ ବଛର ତଲେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ଲେ ଅଶୋକ। ଗୁଟାମୁଟା ଶରୀର ଦରଦ୍‌ ହେବାର ଲାଗି ସେ ଆର ଚାଲିବୁଲି ନାଇଁପାରଲେ। ପରିବାର ଲୋକ୍‌ ଯାହା ସଁଚିଥିଲେ ତାକର ଚିକିସତ୍ାରେ ଖରଚ୍‌ କରି ନିରାଶ ହେଲେ। ଏହେଦେ ଟଁକା ପଏସାର ବଡ଼ଭାରି ଅଭାବ ଲାଗି ଅଶୋକ ଚିକିସତ୍ିତ ନାଇଁ ହେଇପାରି ଘରେ ପଡ଼ିରହିଛନ୍‌। ଦିନୁ ଦିନ୍‌କେ ସେ ଦୁରବଲ ହେଇଯାଉଛନ୍‌। ଠିକ୍‌ ହିସାବେ ଖାଇ ପିଇ ବି ନାଇଁ ପାରବାର। ସାନ ଭାଇ ଆନନ୍ଦ ବର୍ଗେ ବଡ଼ ଭାଇ ଅଶୋକର ଚିକିସତ୍ା କଥା ବୁଝୁଛନ୍‌। ହେଲେ ଏହେଦେ ଅଶୋକକଁର ମାଏକିନା ଗରଭବତୀ ଥିବାର ଲାଗି ପରିବାର ଲୋକ୍‌ ଚିନ୍‌ତାରେ ପଡ଼ିଯାଇଛନ୍‌। ଅଞ୍ଜନାର ନିୟମିତ ପରୀକ୍ଷା ସଂଗେ ଚିକିସତ୍ା ସୁବିଧା ସୁଆସ୍‌ତିଅ ବିଭାଗ ତରଫୁ ଯୁଗେଇ ଦିଆଯାଉଛେ। ହେଲେ ଇ ସମିଆରେ ଆନନ୍ଦ ଭାଇ ଆଶୋକକେ ଦେଖ୍‌ବେ କି ବହୁର କଥା ବୁଝ୍‌ବେ ଚିନ୍‌ତାରେ ପଡ଼ିଯାଇଛନ୍‌। ଇ ବାବ୍‌ଦେ ଜିଲା ମୁଖିଆ ଚିକିସତ୍ା ଅଧ୍‌କାରୀ ଡା. ସଂଯୁକ୍ତା ସାହୁକୁଁ ପଚରାଲାରୁ ସେଠାନର କରମଚାରୀକୁ କହି ରୁଗୀକୁଁ ଡାକ୍‌ତରଖାନା ଆନି ଚିକିସତ୍ା ସୁବିଧା ଯୁଗେଇ ଦେବାର ବେବସ୍‌ତା କରୁଛେଁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri