ଚିକିତ୍ସାଧୀନ ଅବସ୍ଥାରେ ନୀଳ ଇଗୁଆନା ଏଣ୍ଡୁଅ ମୃତ

ବାରଙ୍ଗ,୧୨ା୩(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଆମେରିକାନ ନୀଳ ଇଗୁଆନା ଏଣ୍ଡୁଅର ମଙ୍ଗଳବାର ମୃତ୍ୟୁ ଘଟିଛି। ତେବେ ବୁଧବାର ତା’ର ବ୍ୟବଚ୍ଛେଦ ପରେ ତା’ ପେଟରୁ ୫୫ଟି ଅଣ୍ଡା ବାହାରିଥିବା ଜଣାପଡ଼ିଛିା। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଏହି ଆମେରିକାନ ଏଣ୍ଡୁଅ ଏକାସଙ୍ଗେ ୫ଟି ଅଣ୍ଡା ଦେଇଥିଲା। କିନ୍ତୁ ସେଥିରୁ ଗୋଟିଏ ଅଣ୍ଡା ଭାଙ୍ଗିଯାଇଥିଲା। ଅଣ୍ଡାଦେବାକୁ କଷ୍ଟ ହେବାରୁ ତାକୁ ଏନକ୍ଲୋଜର ନଂ. ୪୪ଆଇରେ ଅନ୍ୟମାନଙ୍କଠାରୁ ଅଲଗା କରାଯାଇଥିଲା। ନନ୍ଦନକାନନର ଡାକ୍ତରମାନଙ୍କ ପରାମର୍ଶକ୍ରମେ ଉଷୁମ ଚିକିତ୍ସା କରାଯାଇ କର୍ମଚାରୀମାନେ ତା’ର ଯତ୍ନ ନେଇଥିଲେ। ହେଲେ ତା’ର ସ୍ବାସ୍ଥ୍ୟରେ ଉନ୍ନତି ପରିବର୍ତ୍ତେ ଅବନତି ହେବାକୁ ଲାଗିଥିଲା। ଧୀରେ ଧୀରେ ତା’ର ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ରୂପେ ବିଗିଡିଯିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାର ମୃତ୍ୟୁପରେ ନନ୍ଦନକାନନରେ ଇଗୁଆନା ଏଣ୍ଡୁଅ ସଂଖ୍ୟା ହ୍ରାସ ପାଇ ୪ରେ ପହଞ୍ଚତ୍ଛି। ସେଥିମଧ୍ୟରେ ନୀଳ ଇଗୁଆନା ୨ ଓ ନାଲି ଇଗୁଆନା ୨ ଅଛନ୍ତି। ସେହିଭଳି ତୃଣଭୋଜି ସଫାରିରେ ଥିବା ୫ବର୍ଷର ଏକ ମାଈ କୃଷ୍ନସାର ମୃଗ ବୁଧବାର ମୃତ୍ୟୁବରଣ କରିଛି। ସୁସ୍ଥ ଥାଇ ବିଚରଣ କରୁଥିବା ଏହିି ମୃଗଟି ହଠାତ ମୃତ୍ୟୁ ହୋଇଥିବାର ଜଣାପଡିଛି। ଅନ୍ୟପଟେ କପିଳାସ ଚିଡ଼ିଆଖାନାର ତିନିଜଣିଆ ଟିମ ବୁଧବାର ନନ୍ଦନକାନନକୁ ଆସି ନିଶା ଇଞ୍ଜେକ୍ସନ ନେଇ ଯାଇଥିବାର ଜଣାପଡିଛି। କପିଳାସରେ ଥିବା ହାତୀର ଚିକିତ୍ସା ପାଇଁ ନିଶ୍ଚେତକ ଆବଶ୍ୟକତା ଥିବାରୁ ଏହି ଟିମ ଆସି ନନ୍ଦନକାନନରୁ ଇଞ୍ଜେକ୍ସନ ନେଇଥିବାର ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ବଣ୍ଟନରେ କେବିକେ ଅଞ୍ଚଳକୁ ଅବହେଳା

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କେବିକେ ଅଞ୍ଚଳକୁ ବିଦ୍ୟୁତ୍‌ ବଣ୍ଟନରେ ରାଜ୍ୟ ସରକାର ଅବହେଳା କରୁଥିବା କହିଛନ୍ତି। ଇନ୍ଦ୍ରାବତୀ, କୋଲାବ, ମାଛକୁଣ୍ଡ, ବାଲିମେଳା ଦ୍ୱାରା...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୭ କରୋନା ପଜିଟିଭ

ଭୁବନେଶ୍ୱର, ୩।୩(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି...

ଟ୍ରାଫିକ ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,୧୯ା୧୦(ବ୍ୟୁରୋ): ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଯାଇଛି। ଏବେ ଟ୍ରାଫିକ ନିୟମ ଖିଲାପକାରୀଙ୍କ ବିରୋଧରେ ଧରପଗଡ଼ ଜୋର୍‌ଦାର ନିଆଯିବା ସହିତ କଡ଼ା...

ବ୍ୟାନ୍‌ ସତ୍ତ୍ୱେ ଗୁଟ୍‌ଖା ଖୁଲମଖୁଲା ବିକ୍ରି : ଯାଞ୍ଚ ରିପୋର୍ଟ ଦେବେ ଅତିରିକ୍ତ ଡିଜି

ଭୁବନେଶ୍ୱର,୧୩।୯(ବ୍ୟୁରୋ) : ରାଜ୍ୟରେ ଗୁଟ୍‌ଖା ବ୍ୟାନ୍‌ ସତ୍ତ୍ୱେ ଖୁଲମ୍‌ଖୁଲା ବିଭିନ୍ନ ସ୍ଥାନରେ ବିକ୍ରି ଚାଲିଛି। ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ବିଭାଗ ଆଇନ୍‌ ମୁତାବକ ସ୍ବାସ୍ଥ୍ୟ...

ଘୂର୍ଣ୍ଣିବଳୟ: ଦୁଇଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ମ୍ୟାନ୍‌ମାର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ଏକ ଟ୍ରପ୍‌ଲାଇନ ରହିଛି। ଏହାର ପ୍ରଭାବରେ ୨୩ ଓ...

ରାଜ୍ୟରେ ଆଉ ୮୬୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୬।୭(ବ୍ୟୁରୋ)-ରାଜ୍ୟରେ ରବିବାର ପୁଣି ୮୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୪୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ରାୟଗଡାରୁ ୧୩୭, ବରଗଡରୁ ୩୧,...

ଭାଇରାଲ ଆଡମିଟ କାର୍ଡ ନକଲି, ବୋର୍ଡକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଆଗକୁ ମାଟ୍ରିକ୍‌ ପରୀକ୍ଷା। ଏହା ପୂର୍ବରୁ ବାରିପଦା ଓ ଆସିକାରେ ମାଟ୍ରିକ୍‌ ଆଡମିଟ୍‌ କାର୍ଡ ଭାଇରାଲ ହେବା ପ୍ରସଙ୍ଗରେ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ...

ଭୁବନେଶ୍ୱରରୁ ଆଜି ପୁଣି ୨୪ ପଜିିଟିଭ୍‌ ଚିହ୍ନଟ: ୪୨ ସୁସ୍ଥ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୨୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦ ଜଣ ରହିଥିବା ବେଳେ ଲୋକାଲ କେସ୍‌...

Advertisement
Archives

Model This Week