ଚିକିଛା ସାହାଯ୍‌ ଆଶ୍‌ରେ କୈଳାସ

ଲାଠୋର,୯।୩ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁାର କୈଳାସ ମହାନନ୍ଦ (୫୦)। ଅନେକ ଦିନ୍‌ ହେଲା ପରିଶ୍ରା ଜନିତ ସମସିଆରେ ପୀଡ଼ିତ ଅଛନ୍‌। ହେଲେ ଟଁକା ପଏସା ଅଭାବୁ ସେ ଉଚ ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ସେ ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ରହିଛନ୍‌।
ସୂଚନା ଅନ୍‌ସାରେ ଲାଠୋର ଗଁାର କୈଳାସକଁର ପରିବାର କହେଲେ ମାଏକିନା ପୀରକୁଁ ନେଇ ସଁସାର। ଦମ୍ପତି ନିହାତି ଗରିବ୍‌, ଜମିବାଡ଼ି ସଁପତି ବଲି କିଛି ନାଇଁ। ପରହର ଜାଗାରେ ଝାଟି ମାଟିର କୁରିଆଟେ କରି ମୁଡ଼ ଗୁଁଜିଛନ୍‌। କୈଳାସ ଭଲ ଥିଲାବେଲେ ଠେଲାରେ ଲୁକ୍‌କର ଜିନିଷପାତି ଦୁହାରି ଦୁଇପଏସା ରୁଜ୍‌ଗାର କରୁଥିଲେ। ସେନ୍‌ତା ସରକାରୀ ସାହାଯ୍‌ ହିସାବେ ଦମ୍ପତି ପଁଚେତ୍‌ରୁ ମାସିକ ୧୦ କେ.ଜି. ଚାଉଲ ପାଉଛନ୍‌। ଏତ୍‌କିରେ ଦମ୍ପତି ଦୁଖେସୁଖେ ଚଲିଯାଉଥିଲେ। ହେଲେ ଦିନାକେତେ ତଲେ କୈଳାସ ପରିଶ୍ରା ଗଲାବେଲେ ଦରଦ୍‌ ଅନୁଭବ କରିଥିଲେ। ଦରଦ୍‌ଟା ଦିନୁଦିନ୍‌କେ ବଢ଼ତେଲ ଗଲା। ଏନ୍‌ତାଥି କୈଳାସକଁର ଭନ୍‌ଜା ପ୍ରସାଦ ସଗରିଆ ତାହାକୁ ନୂଆପଡ଼ା, କଣ୍ଟାବାଞ୍ଜି ଡାକ୍‌ତରଖାନାକେ ନେଇ ଦେଖାଲେ। ହେଲେ କିଛି ଲାଭ ନାଇଁ ହେଲା। ଶେଷେ ଧାରଉଧାର କରି ପ୍ରସାଦ କୈଳାସକୁଁ ବଲାଙ୍ଗୀର ଜିଲା ମୁଖିଆ ଡାକ୍‌ତରଖାନାକେ ନେଲେ। ସେଠାନେ ଦିନାକେତେ ଚିକିଛା କଲା ଉତାରୁ ଡାକ୍‌ତର କୈଲାସକୁଁ ବୁର୍ଲା ବଡ଼ ଡାକ୍‌ତରଖାନାକେ ନେଇ ଚିକିଛା କରବାକେ ପରାମଶ ଦେଇଥିଲେ। ଡାକ୍‌ତରକୁଁ କୈଳାସକଁର ଅସ୍‌ବିଧା ବାବ୍‌ଦେ ପଚ୍‌ରାଲାରୁ ଇନ୍‌ଫେକ୍ସନ ହେଇଛେ। ବୁର୍ଲା ନେଇ ଚିକିଛା କଲେ ଠିକ୍‌ ହେଇଯିବା ବଲି କହିଥିଲେ। ହେଲେ ପରିବାରଟା ନିହାତି ଗରିବ୍‌, ସ୍ବାସ୍ଥ୍ୟବୀମା କାର୍ଡ ବି ନଁାଇଁନ। ଏନ୍‌ତାଥି ଉପେ ଶୂଇନ୍‌ କୈଳାସ ଭଗବାନ ଭରସାରେ ଘରେ ପଡ଼ି ରହିଛନ୍‌। ଇଆଡ଼େ ମାମୁର ଚିକିଛା ସାହାଯ୍‌ ଲାଗି ପ୍ରସାଦ ଥାନୀଅ ସରପଁଚ୍‌କୁ ଗୁହାରି କରିଥିଲେ। ସରପଁଚ୍‌ ପ୍ରସାଦକୁଁ ଚିଠି ଗୁଟେ ଦେଇ ଖପ୍ରାଖୋଲ ବିଡିଓକଁର ପାସକେ ପଠେଇଥିଲେ। ପ୍ରସାଦ ଖପ୍ରାଖୋଲ ବିଡିଓକୁଁ ଭେଟି ଘଟନା କହେବାର ସଂଗେ ଚିଠି ଖଁଡ଼କ ଦେଇଥିଲେ। ବିଡିଓ ବହୁତ୍‌ ଜଲଦି କୈଳାସକୁଁ ସରକାରୀ ସାହାଯ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି କଥା ଦେଇଥିବାର କୈଳାସକଁର ଭନ୍‌ଜା ପ୍ରସାଦ କହିଛନ୍‌। ହେଲେ ଥାନୀଅ ପରଶାସ ଯେତେ ଜଲଦି ହେବା କୈଳାସକୁଁ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ନୂଆପଡ଼ାରେ ଆରମ୍ଭ ହେଲା ଗୃହ ଗଣନା

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ସ୍ବଗଣନା ପ୍ରକ୍ରିୟା ସମାପ୍ତି ପରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଗୁରୁବାର ଆରମ୍ଭ…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri