ଚାଷ ଜମି ବିବାଦରୁ ବୋମା ମାଡ଼

ବନ୍ତଳା, ୨୦ା୧୦(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ଥାନା ଟାଇଁସି ତେନ୍ତୁଳି ସାହିରେ ଧାନ ବିଲକୁ ନେଇ ଗଣ୍ଡଗୋଳ ସହ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରୁ ଏକ ଜୀବନ୍ତ ବୋମା ଜବତ କରିଛି। ପୋଲିସ ସୂଚନା ମୁତାବକ, ଗ୍ରାମର ବିରଞ୍ଚତ୍ ବେହେରା ଓ ବିଶ୍ୱମ୍ବର ବେହେରାଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ଏକ ଚାଷ ଜମିକୁ ନେଇ ବିବାଦ ଲାଗି ରହିଛି। ଉକ୍ତ ଜମିରେ ବିରଞ୍ଚି ଚାଷ କରି ଆସୁଥିବାବେଳେ ବିଶ୍ୱମ୍ବର ଏହାକୁ ନିଜର ବୋଲି ଦାବି କରି ଆସୁଛନ୍ତି। ଶନିବାର ଅପରାହ୍ନରେ ଏହି ଘଟଣାକୁ କେନ୍ଦ୍ର କରି ବିଶ୍ୱମ୍ବର ଦୁଇଟି ବୋମା ଧରି ବିରଞ୍ଚତ୍ଙ୍କୁ ଧମକାଇବା ସହ ଏକ ବୋମା ଗାଁ ମୁଣ୍ଡରେ ଫୁଟାଇଥିଲେ। ଏଥିସହ ଆଉ ଏକ ବୋମା ବିରଞ୍ଚତ୍ଙ୍କ ଉପରକୁ ପକାଇଥିଲେ ମଧ୍ୟ ତାହା ନ ଫୁଟିବାରୁ ସେ ବର୍ତ୍ତି ଯାଇଥିବା ବିରଞ୍ଚି ଥାନାରେ ଅଭିଯୋଗ କରିଛନ୍ତି। ରବିକାର ସକାଳେ ଅଭିଯୋଗ ପାଇ ଥାନା ଅଧିକାରୀ ବିକ୍ରମ ବିହାରୀ ଜୟପୁରିଆ ନଂ. ୫୫/୧୯, ଏକ୍ସପ୍ଲୋସିଭ ସବଷ୍ଟାନ୍ସ ଆକ୍ଟ ୩,୪ରେ ମାମଲା ରୁଜୁ କରିବା ସହ ଘଟଣାସ୍ଥଳକୁ ବୋମା ନିରୋଧକାରୀ ଦଳକୁ ଡକାଇ ଏହାକୁ ନିଷ୍କ୍ରିୟ କରାଇଥିଲେ। ବିଶ୍ୱମ୍ବର ଫେରାର ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିଟିକୁ ଲେଉଟିଲେ ହାତୀପଲ

ଚିକିଟି,୧୯ା୧(ଡି.ଏନ.ଏ.)-ଗଜପତି ଜିଲାର ଲଖାରି ଜଙ୍ଗଲ ଛାଡି ଏଣେତେଣେ ବୁଲୁଥିବା ଏକ ହାତୀପଲ ପୁଣି ଏବେ ଚିକିଟି ଅଞ୍ଚଳକୁ ଫେରିଛନ୍ତି। ଶନିବାର ବିଳମି୍ବତ ରାତିରେ ଗୋବିନ୍ଦନଗର ଗ୍ରାମର...

ଗୋଷ୍ଠୀସ୍ତରୀୟ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

କେସିଙ୍ଗା,୧୮।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀସ୍ତରୀୟ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଚକ୍ଷୁ...

୫ ଗାଁକୁ ଖୋଲିଲା ରାସ୍ତା ଅପହଞ୍ଚ ଇଲାକାକୁ ଗଲା ଦୁଇଚକିଆ ଯାନ

ରାଇକିଆ,୧୫ା୭(ଡ଼ି.ଏନ.ଏ)-ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ବାନ୍ଦାଙ୍ଗି, ଇନ୍ଦ୍ରଗଡ଼ ପଞ୍ଚାୟତର ସାର୍ବାପାଙ୍ଗା, ସାର୍ସାପାଟା, ବାସୁବାଡ଼ି, ଦୁବା ଗାଁକୁ ରାସ୍ତା ଖୋଲିଛି। ପ୍ରଥମ ଥର ପାଇଁ ଏହି ସ୍ଥାନକୁ...

ଚମ୍ପୁଆ ରେଞ୍ଜରେ ୭୨ ଟିକିଆ ହାତୀପଲ

ଚମ୍ପୁଆ,୨୭।୯(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୭୨ ଟିକିଆ ହାତୀପଲ ବୁଲୁଛନ୍ତି। ହାତୀପଲ ଦିନବେଳା ଘଞ୍ଚ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଜଙ୍ଗଲ...

ବର୍ଷକର ଦାନା ନେଇଗଲା ବୁଲ୍‌ବୁଲ୍‌

ମାର୍ଶାଘାଇ/ଆଳି, ୧୧।୧୧ (ଡି.ଏନ୍‌.ଏ.) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଉପକୂଳ ଓଡ଼ିଶାର କେତେକ ଜିଲାରେ ଶୁକ୍ରବାର ଓ ଶନିବାର ୨ଦିନ ପବନ...

ଅଙ୍ଗାରକାମ୍ଳ ଗ୍ୟାସ୍‌ ଲିକ୍‌: ଲୋକେ ଅଣନିଃଶ୍ୱାସୀ

ନୟାଗଡ଼ ଅଫିସ/ରଣପୁର,୬ା୫(ସ୍ବ.ପ୍ର.): ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥର ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା ନିକଟ ବିନୋଦପଡ଼ା ଛକରେ ଗୁରୁବାର ରାତି ପ୍ରାୟ ସାଢ଼େ...

ଦୁର୍ଘଟଣାଗ୍ରସ୍ତଙ୍କୁ ମିଳୁନି ତୁରନ୍ତ ସହାୟତା : ପ୍ରଚାର ଅଭାବରୁ ମିଳୁନାହାନ୍ତି ଗୁଡ୍‌ ସାମାରିଟାନ୍‌

ନୟାଗଡ଼ ଅଫିସ,୧୭।୧୧-ବିଭିନ୍ନ ସମୟରେ ଆଖିଆଗରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଥାନା ଓ କଚେରି ଭୟରେ ଆମେମାନେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିପାରୁନାହୁଁ। ଫଳରେ ସେମାନଙ୍କର ପ୍ରାଣହାନି...

ଡେକାନ ୱାରିୟର୍ସ ଚାମ୍ପିୟନ, ସି ଟାଇଗର୍ସ ରନର୍ସଅପ୍‌: ବାଲେଶ୍ୱର ପ୍ରିମିୟର ଲିଗ୍‌ ୧୧ ଉଦ୍‌ଯାପିତ

ବାଲେଶ୍ୱର ଅଫିସ,୧୧।୩- ବାଲେଶ୍ୱର ପ୍ରିମିୟର ଲିଗ୍‌-୧୧ର ଫାଇନାଲ ମ୍ୟାଚ୍‌ ଡେକାନ ୱାରିୟର୍ସ ଓ ସି ଟାଇଗର୍ସ ମଧ୍ୟରେ ସ୍ଥାନୀୟ ପରମିିଟ୍‌ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ...

Advertisement
Archives

Model This Week