ଚାଷ ଜମି ଫାଟି ଆଁ ମରୁଡ଼ି ଆଶଙ୍କା: ଚାଷୀକୂଳ ହତାଶ

ତେଲକୋଇ, ୨୪।୭(ଡି.ଏନ.ଏ.): ସ୍ବଳ୍ପ ବୃଷ୍ଟି ପାତ ଯୋଗୁଁ ତେଲକୋଇ ବ୍ଲକରେ ଚାଷ ଜମି ଫାଟି ଆଁ କଲାଣି। ଧାନ ରୁଆ, ବିହୁଡା ଠପ ହୋଇଥିବା ବେଳେ ଧାନ ତଳି ହଳଦିଆ ହୋଇ ପଡିଛି। ଶ୍ରାବଣ ମାସ ଆରମ୍ଭ ହୋଇଥିବା ବେଳେ ବର୍ଷା ର ଦେଖା ନାହିଁ। ଅନ୍ୟପକ୍ଷରେ ବର୍ଷାର ଅଭାବ ଯୋଗୁଁ ନଦୀ ନାଳର ଜଳ ଉତ୍ସ ଗୁଡିକରେ ପାଣି ନାହିଁ । ବ୍ଲକ ଅଧୀନରେ ୧୨ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଧାନକ୍ଷେତ ମାତ୍ର ୫ପ୍ରତିଶତ କାର୍ଯ୍ୟ ହୋଇଯାଇଛି। ଏହି ୫ପ୍ରତିଶତ ଚାଷ ଜମିରେ ଚାଷ ବଞ୍ଚାଇବା ପାଇଁ ଚାଷୀ ମାନେ ମୋଟର ସାହାଯ୍ୟରେ ପାଣି ମଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଏହି ବ୍ଲକ ଅଧୀନରେ ୧୨ଟି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ରହିଛି । ଏଥିରେ ୬ହଜାର ହେକ୍ଟର ଜମିରେ ଜଳସେଚନର ଯୋଜନା ରହିଥିଲେ ହେଁ କୌଣସି ପ୍ରକଳ୍ପରେ ପାଣି ନାହିଁ। ଏଥି ଯୋଗୁଁ ଚାଷ କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ମୁଖ୍ୟ ଜୀବିକା ଧାନ ଚାଷ ହୋଇଥିବା ବେଳେ ଚାଷୀ କୂଳ ହତାଶ ହୋଇପଡିଛନ୍ତି। ଜୁଲାଇ ମାସରେ ଆଦୌବର୍ଷା ହୋଇନଥିବା ଯୋଗୁଁ ଚାଷୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। କୃଷି ବିଭାଗର ଅଧିକାରୀ ଶିବାନୀ ସାହୁଙ୍କ କହିବାନୁଯାୟୀ ବର୍ଷାର ଅଭାବ ଯୋଗୁଁ ବ୍ଲକ ଅଧୀନରେ ମାତ୍ର ୧୨୪ହେକ୍ଟର ଚାଷ ଜମିରେ ଚାଷ କାର୍ଯ୍ୟହୋଇଛି। ହେଲେ ଉକ୍ତ ଜମି ପାଇଁ ପାଣିର ଆବଶ୍ୟକ ରହିଥିବା ବେଳେ ଆଗାମୀ ୨/୩ ଦିନ ମଧ୍ୟରେ ବର୍ଷା ନହେଲେ ଚାଷୀଙ୍କ ପ୍ରଭୃତ କ୍ଷତି ସମ୍ଭାବନା ହେବା ସ୍ବୀକାର କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅକ୍ଷୟ ତୃତୀୟା: ଅକ୍ଷିମୁଠି ଅନୁକୂଳ କଲେ ଚଷାପୁଅ

ଭୁବନେଶ୍ୱର, ୩।୫(ବ୍ୟୁରୋ): ମଙ୍ଗଳବାର ପବିତ୍ର ଅକ୍ଷୟ ତୃତୀୟା । ଚଷା ପୁଅ ଅକ୍ଷିମୁଠି ଭାବେ ଏହି ଦିନକୁ ପାଳନ କରିଥାନ୍ତି। ଏହି ଦିନରେ ଚାଷୀ କ୍ଷେତରେ...

ଘୁଞ୍ଚିବନି ଓସିଏସ୍‌ ପରୀକ୍ଷା

ଭୁବନେଶ୍ୱର, (ବ୍ୟୁରୋ)/ କଟକ ଅଫିସ, ୧୬।୧ : ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ (ଓସିଏସ୍‌) ମେନ୍‌ ପରୀକ୍ଷା ନିର୍ଦ୍ଧାରିତ ସମୟରେ...

ଦିଲ୍ଲୀରୁ ନାଇଜେରୀୟ ଦମ୍ପତି ଗିରଫ

ବାଲେଶ୍ୱର ଅଫିସ,୨୮।୮: ବାଲେଶ୍ୱର ସହରର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ହନିଟ୍ରାପରେ ଫସାଇ ୩୦ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ ଏକ ନାଇଜେରୀୟ ଦମ୍ପତିଙ୍କୁ ସାଇବର ଥାନା...

ଫାଣ୍ଡିରେ କନଷ୍ଟେବଳଙ୍କୁ ବଳାତ୍କାର

ବାଲେଶ୍ୱର ଅଫିସ/ବାହାନଗା, ୨୯।୫(ଡି.ଏନ.ଏ.): ବାତ୍ୟା ଡ୍ୟୁଟିରେ ଥିବା ଜଣେ ମହିଳା କନଷ୍ଟେବଳଙ୍କୁ ଫାଣ୍ଡି ପରିସରରେ ବଳାତ୍କାର କରାଯାଇଛି। ଏହି ଲଜ୍ଜାଜନକ ଘଟଣା ଘଟାଇଛନ୍ତି ସମ୍ପୃକ୍ତ ଫାଣ୍ଡି...

ରାଜ୍ୟରେ ଚିହ୍ନଟ ହେଲେ ୩୩୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

କାର୍ଯ୍ୟକ୍ଷମ ହେବ ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟ

ଯାଜପୁର ଅଫିସ,୨୫ା୪: ଦେଶର ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ଅଭାବରୁ ଲୋକେ ମରୁଛନ୍ତି। ନାସିକ କୋଭିଡ୍‌ ହସ୍ପିଟାଲରେ ବୁଧବାର ଅକ୍ସିଜେନ ଅଭାବରୁ ୨୪ ଜଣ ଏବଂ ଗତ ୪୮...

ପରପାରିରେ ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍‌

ବରଗଡ଼ ଅଫିସ,୨୭।୩: ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ରବିବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ବରଗଡ଼ ଜିଲା ବରପାଲି ନିବାସୀ...

ଅଜନା ରୋଗ୍‌ରେ ପୀଡ଼ିତ ଅଯୋଧ୍ୟା: ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ପରିବାର

  ବିନିକା,୧୧।୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ପଁଚେତ୍‌ ଖଇରମାଲ ଗଁା ଟିକ୍ରାପଡ଼ାର ମାଞ୍ଜୋ ସୁନାକଁର ମାଏକିନା ଅଯୋଧ୍ୟା ସୁନା(୪୮)। ସେ ଅନେକ...

Advertisement
Archives

Model This Week