ଚାଷଠୁ ଦୂରରେ ଚାଷୀ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଫସଲ ପାଇଁ ଖର୍ଚ୍ଚ ବଢ଼ିବା ସହ ଉତ୍ପାଦିତ ଶସ୍ୟର ଅଭାବୀ ବିକ୍ରି ସମସ୍ୟା ସୃଷ୍ଟି କରି ଚାଲିଛି। ଏଥିଯୋଗୁ ରାଜ୍ୟରେ ଜମି ପଡ଼ିଆ ପଡୁଛି ପଛକେ ଚାଷୀ ଚାଷ ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଜମି ମାଲିକ ନିଜେ ଚାଷ ଛାଡ଼ି ଭାଗଚାଷୀଙ୍କ ଉପରେ ନିର୍ଭର କରୁଥିବା ବେଳେ ଭାଗଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ, ଋଣ ତଳିତଳାନ୍ତ କରି ଦେଉଛି। ଫଳରେ ଭାଗଚାଷୀମାନେ ମଧ୍ୟ ଚାଷ ଉପରୁ ଆସ୍ଥା ହରାଇବାକୁ ବସିଲେଣି। ଏଥିସହିତ ମାଟିର ଉର୍ବରତା ହ୍ରାସ ମଧ୍ୟ ଚାଷ ଜମି ପଡିଆ ପକାଇବା ପାଇଁ ବାଧ୍ୟ କରାଉଛି।
କୃଷି ବିଭାଗ ପରିସଂଖ୍ୟାନ କହୁଛି, ରାଜ୍ୟର ୩୦ ଜିଲାରେ ୬୧ ଲକ୍ଷ ୮୦ ହଜାର ହେକ୍ଟର ଚାଷ ଜମି ରହିଛି। ସେଥିରୁ ୨୦୧୯-୨୦ରେ ୮୪୮ ହେକ୍ଟର ଜମି ପଡ଼ିଆ ପଡ଼ିଥିଲା। ବିଶେଷକରି ଅଧିକ ଚାଷ ହେଉଥିବା ପୁରୀ ଜିଲାରେ ସର୍ବାଧିକ ୭୫ ହେକ୍ଟର ଜମି ଚାଷ ନ ହୋଇ ପଡିଆ ପଡିଥିବା ବେଳେ ମୟୂରଭଞ୍ଜରେ ୭୧, ଗଞ୍ଜାମରେ ୫୯, ବାଲେଶ୍ୱରରେ ୫୬, ବରଗଡ଼ରେ ୪୪, କେନ୍ଦୁଝରରେ ୫୪, କୋରାପୁଟରେ ୫୧, ବଲାଙ୍ଗୀରରେ ୩୨, ସମ୍ବଲପୁର ୩୦ ଏବଂ ସୁନ୍ଦରଗଡ ଜିଲାରେ ୩୧ ହେକ୍ଟର ଜମି ପଡ଼ିଆ ପଡିଛି। ସେହିପରି ଅନ୍ୟ ଜିଲାଗୁଡିକରେ ମଧ୍ୟ ୨୦ରୁ ୪୦ ହେକ୍ଟର ଜମିରେ ଚାଷ ନ ହୋଇ ପଡ଼ିଆ ପଡୁଛି। ଏହା ସରକାରୀ ତଥ୍ୟ ହୋଇଥିବାବେଳେ ବାସ୍ତବରେ ପଡ଼ିଆ ପଡ଼ୁଥିବା ଜମିର ପରିମାଣ ବହୁ ଗୁଣ ଅଧିକ ବୋଲି କୃଷକ ନେତା ଅକ୍ଷୟ କୁମାର କହିଛନ୍ତି।
କୃଷି ବିଶେଷଜ୍ଞଙ୍କ କହିବା କଥା ହେଲା ବାରମ୍ବାର ୟୁରିଆ ସାର ପ୍ରୟୋଗ ଯୋଗୁ ଜମିର ଉର୍ବରତା ମଧ୍ୟ ନଷ୍ଟ ହୋଇଯାଉଛି। ସେହି ମାଟିକୁ ପରୀକ୍ଷା କରି ତାହାର ପ୍ରତିକାର ପାଇଁ ସେପରି କିଛି ବ୍ୟବସ୍ଥା ହେଉ ନାହିଁ। ଫଳରେ ଚାଷୀମାନେ ବିଲରେ ଗୋଟିଏ ପ୍ରକାର ଚାଷ ବାରମ୍ବାର କରିବାରୁ ଉର୍ବରତା ନଷ୍ଟ ହେଉଛି। ଏଥିସହିତ ଚାଷୀମାନେ ସେମାନଙ୍କର ଉତ୍ପାଦିତ ମୂଲ୍ୟ ପାଉ ନ ଥିବା ବେଳେ ବେଳକୁ ବେଳ ମଜୁରି ଓ ଅନ୍ୟାନ୍ୟ ଖର୍ଚ୍ଚ ବଢ଼ିଚାଲିଛି। ରାଜ୍ୟରେ ଧାନ ଏକ ପ୍ରମୁଖ ଶସ୍ୟ। ପ୍ରତ୍ୟେକ ଚାଷୀ ଧାନ କରିବାକୁ ପସନ୍ଦ କରିଥାଆନ୍ତି। ତେବେ ଏଥିରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଧାନ କୁଇଣ୍ଟାଲ ଉତ୍ପାଦନ ପାଇଁ ଚାଷୀଙ୍କୁ ୨୪୦୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ତେବେ ଏହି ଧାନକୁ ସରକାର ୧୮୧୫ ଟଙ୍କାରେ କିଣୁଛନ୍ତି। ଫଳରେ ଚାଷୀଙ୍କୁ କୁଇଣ୍ଟାଲ ପିଛା ୫୮୫ ଟଙ୍କା କ୍ଷତି ସହିବାକୁ ପଡୁଛି। ସେହିପରି ରାଜ୍ୟରେ ୨୦.୮ ଲକ୍ଷ ହେକ୍ଟରରେ ଡାଲିଜାତୀୟ ଓ ତୈଳବୀଜ ଫସଲ ହେଉଛି। ପନିପରିବା, ତୈଳବୀଜ ଓ ଡାଲିଜାତୀୟ ଫସଲରେ ମଧ୍ୟ ଚାଷୀଙ୍କୁ ପରିଶ୍ରମର ମୂଲ୍ୟ ମିଳୁ ନ ଥିବା ଅଭିଯୋଗ ହେଉଛି। ପ୍ରାକୃତିକ ବିପତ୍ତି ମଧ୍ୟ ଚାଷ ପାଇଁ ଆଉ ଏକ ସମସ୍ୟା ଭାବେ ଛିଡ଼ା ହୋଇଛି। ପ୍ରତ୍ୟେକ ବର୍ଷ ବାତ୍ୟା, ବନ୍ୟା, ମରୁଡି କିମ୍ବା ରୋଗ ପୋକ ଭଳି ସମସ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛନ୍ତି। ଗତ କିଛିବର୍ଷ ହେବ ଅନିୟମିତ ବର୍ଷା ଫସଲ ଉଜାଡି ଦେଉଛି। ଜୁନରୁ ସେପ୍ଟେମ୍ବର ମଧ୍ୟରେ ହାରାହାରି ସ୍ବାଭାବିକଠାରୁ ୧୯ରୁ ୨୦ ପ୍ରତିଶତ କମ୍‌ ବର୍ଷା ହେଉଛି। ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୫୯.୮ ମିଲିମିଟର ବର୍ଷା ଜାଗାରେ ୧୨.୧ ମିଲିମିଟର ହେଉଛି।
ଧାନ ଚାଷୀ ହଳଧର ପରିଡାଙ୍କ କହିବା କଥା ହେଲା, ସାର ଓ କୀଟନାଶକ ଦରବୃଦ୍ଧି ଏବଂ ମଜୁରି ବୃଦ୍ଧି ଯୋଗୁ ଧାନ କୁଇଣ୍ଟାଲ ପିଛା ୩ ହଜାର ୫୦୦ ଟଙ୍କା ଖର୍ଚ୍ଚ ହେଉଛି। ସରକାର ୧୮୧୫ଟଙ୍କାରେ କିଣୁଛନ୍ତି। ଚଳିତବର୍ଷ ଆଉ ୫୩ ଟଙ୍କା ଅଧିକା ଦରରେ କିଣିବାକୁ ଘୋଷଣା କରିଛନ୍ତି। ଏହା ସତ୍ତ୍ୱେ କୁଇଣ୍ଟାଲ ପିଛା ଦେଢ ହଜାର ଟଙ୍କା କ୍ଷତି ହେଉଛି। ବାତ୍ୟା କିମ୍ବା ବନ୍ୟା ହେଲେ କ୍ଷତି ଆହୁରି ବଢ଼ିଯାଉଛି। ତେଣୁ ଘର ଖର୍ଚ୍ଚ ପାଇଁ ଧାନ ଚାଷ କରି ଅନ୍ୟ ଜମି ପଡ଼ିଆ ପକାଇବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି।
ରାଜ୍ୟ ସରକାର ଚାଷୀଙ୍କୁ ସହାୟତା କରିବା ପାଇଁ ଫସଲବୀମା ସହିତ ଆଧୁନିକ ପ୍ରଣାଳୀରେ ଚାଷ କରିବାକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିସହିତ ସାର, ବିହନ, କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ ଯୋଗାଇବା ସହ ଜଳସେଚନ ପାଇଁ ବ୍ୟବସ୍ଥା କରୁଛନ୍ତି। ଜମିର ଉର୍ବରତା ବଢାଇବା ପାଇଁ ରାଜ୍ୟ ସରକାର ଚଳିତବର୍ଷ କୃଷି ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟରେ ୬୫,୨୫୦ ଏକର ଜମିରେ ଜୈବିକ ପଦ୍ଧତିରେ ଚାଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୧୮ଟି ଜିଲାରେ ଏହି ଚାଷ ହେବ। ଏଥିରେ ୨୦,୪୭୬ ଜଣ କୃଷକଙ୍କୁ ସାମିଲ କରାଯିବ ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜୈବିକ ଚାଷକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ରାଜ୍ୟ ସରକାର ଓଡିଶା ଜୈବ କୃଷିନୀତି-୨୦୧୮ ପ୍ରଣୟନ କରିଛନ୍ତି। ଏଥିସହିତ କେନ୍ଦ୍ର ସହଭାଗିତାରେ ପରମ୍ପରାଗତ କୃଷି ବିକାଶ ଯୋଜନା ୨୦୧୭-୧୮ରୁ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।
କୃଷିି ବିଶେଷଜ୍ଞ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ପଞ୍ଜାବ ଓ ହରିୟାଣାରେ ଅତ୍ୟଧିକ ସାର ପ୍ରୟୋଗ ଯୋଗୁ ମାଟିର ଉର୍ବରତା ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ଓଡ଼ିଶାରେ ମଧ୍ୟ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି। ତୁରନ୍ତ ଏ ଦିଗରେ ସରକାର ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବା ସହ ଚାଷୀମାନେ ସଚେତନ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri