Posted inଖେଳ

ଚାମ୍ପିୟନ୍ସ ଲିଗ୍‌: ଲିଭରପୁଲ-ବାର୍ସିଲୋନା ସେମିଫାଇନାଲ

ପୋର୍ଟୋ (ପର୍ତ୍ତୁଗାଲ), ୧୮।୪(ଏଏଫ୍‌ପି)- ୟୁରୋପର ବଛା ବଛା ଶ୍ରେଷ୍ଠ ଫୁଟ୍‌ବଲ କ୍ଲବଗୁଡ଼ିକୁ ନେଇ ଚାଲିଥିବା ଚାମ୍ପିୟନ୍ସ ଲିଗ୍‌ ପ୍ରତିଯୋଗିତାର ସେମିଫାଇନାଲରେ ଲିଭରପୁଲ ଦଳ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ୨ୟ ଲେଗ୍‌ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲିଶ କ୍ଲବ ଲିଭରପୁଲ ୪-୧ ଗୋଲରେ ଘରୋଇ ଏଫ୍‌ସି ପୋର୍ଟୋକୁ ପରାସ୍ତ କରଛି। ବିଜୟୀ ଦଳ ପକ୍ଷରୁ ସାଡିଓ ମାନେ (୨୬ତମ ମିନିଟ୍‌), ମହମ୍ମଦ ସାଲ୍‌ହା (୬୫ତମ), ରବର୍ଟ ଫିର୍‌ମିନୋ (୭୭ତମ) ଓ ଭିର୍ଗିଲ ଭାନ୍‌ ଡିଜେକ୍‌ (୮୪ତମ) ଗୋଟିଏ ଲେଖାଏ ଗୋଲସ୍କୋର କରିଥିଲେ। ଭିର୍ଗିଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ଏଥିପୂର୍ବରୁ ଦୁଇ ଦଳ ମଧ୍ୟରେ ଗତ ସପ୍ତାହରେ ଖେଳାଯାଇଥିବା ପ୍ରଥମ ଲେଗ୍‌ କ୍ୱାର୍ଟର ଫାଇନାଲକୁ ମଧ୍ୟ ଲିଭରପୁଲ ୨-୦ରେ ଜିତିଥିଲା। ଫଳରେ ୨ଟି ଯାକ କ୍ୱାର୍ଟର ଫାଇନାଲର ଫଳାଫଳ ଅନୁଯାୟୀ ଲିଭରପୁଲକୁ ୬-୧ ଗୋଲରେ ବିଜୟୀ ଘୋଷିତ କରାଯାଇଥିଲା। ସେମିଫାଇନାଲରେ ଲିଭରପୁଲର ମୁକାବିଲା ୟୁରୋପ୍‌ ମହାଦେଶର ଅନ୍ୟତମ ଶକ୍ତିଶାଳୀ କ୍ଲବ ବାର୍ସିଲୋନ ସହ ହେବ। ପୂର୍ବରୁ ମଙ୍ଗଳବାର ଅନ୍ୟ ଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଲିଓନେଲ ମେସିଙ୍କ ବାର୍ସିଲୋନା ୪-୦ ଗୋଲ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ମାଞ୍ଚେଷ୍ଟର ୟୁନାଇଟେଡ୍‌ କ୍ଲବକୁ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026 ପୂର୍ବରୁ ‘ଫିକ୍ସିଂ’କୁ ନେଇ କ୍ରିକେଟ ଜଗତରେ ଆଲୋଡ଼ନ,ପୂର୍ବତନ KKR ଖେଳାଳିଙ୍କୁ ନିଲମ୍ବିତ କଲା ICC

ନୂଆଦିଲ୍ଲୀ,୧୨।୩: IPL 2026 ଆରମ୍ଭ ହେବା ପୂର୍ବରୁ, କ୍ରିକେଟ ଜଗତ ‘ଫିକ୍ସିଂ’ ଅଭିଯୋଗରେ ଦୋହଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୋଲକାତା ନାଇଟ ରାଇଡର୍ସ (KKR) ପାଇଁ…

IPL 2026ର ଟିକେଟ ପାଇଁ କେମିତି ଆଉ କେଉଁଠି କରିବେ ଟିକେଟ ବୁକିଂ, ଜାଣନ୍ତୁ କେବେଠାରୁ ଆରମ୍ଭ ହେଉଛି ବିକ୍ରି

ନୂଆଦିଲ୍ଲୀ,୧୨।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗତ ବୁଧବାର (ମାର୍ଚ୍ଚ ୧୧) ରେ IPL ୨୦୨୬ କାର୍ଯ୍ୟସୂଚୀ ପ୍ରକାଶ କରିଛି। ୨୮ ମାର୍ଚ୍ଚରୁ ଆରମ୍ଭ ହେଉଥିବା…

ଭାରତ-ପାକିସ୍ତାନ ସମେତ ୨୦ ଦେଶ ଉପରେ ଟଙ୍କା ବର୍ଷା କଲା ICC, ପ୍ରତ୍ୟେକ ଦଳକୁ କେତେ ଟଙ୍କା ମିଳିଲା… ଜାଣନ୍ତୁ

ନୂଆଦିଲ୍ଲୀ,୧୨।୩: ୨୦୨୬ ଟି ୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହୋଇଥିଲା। ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତ ଟାଇଟଲ ଜିତିଥିଲା। ୨୦୨୬ ଟି…

‘ମୁଁ କ୍ଷମା ମାଗିଥିଲି କାରଣ…’ପ୍ଲେଇଂ ୧୧ ବିବାଦ ଉପରେ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା

ନୂଆାଦିଲ୍ଲୀ,୧୨।୩: ସୂର୍ଯ୍ୟକୁମାର ଯାଦବ ୨୦୨୬ ଟି୨୦ ବିଶ୍ୱକପ ସମୟରେ ନେଇଥିବା ଏକ ବଡ଼ ନିଷ୍ପତ୍ତି ବିଷୟରେ ମୁହଁ ଖୋଲିଛନ୍ତି। ଭାରତୀୟ ଅଧିନାୟକ ସ୍ବୀକାର କରିଛନ୍ତି ଯେ ସୁପର…

BCCI Awards: ଶୁଭମନ ଗିଲ୍ ହେଲେ ଶ୍ରେଷ୍ଠ କ୍ରିକେଟର, ରାହୁଲ ଦ୍ରାବିଡ…..

ନୂଆଦିଲ୍ଲୀ,୧୨।୩: ୨୦୨୬ ଟି-୨୦ ବିଶ୍ୱକପ୍ ଜିତିବା ପରେ, ଭାରତୀୟ କ୍ରିକେଟ୍ ଟିମ୍ ଖୁବ୍ ଶୀଘ୍ର ସମ୍ମାନିତ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ରେକର୍ଡ ତୃତୀୟ…

‘ଶୁବମନ ଗିଲ୍‌ଙ୍କ ପାଇଁ ଟିମ ଇଣ୍ଡିଆରେ କୌଣସି ସ୍ଥାନ ନାହିଁ’, ପୂର୍ବତନ କ୍ରିକେଟରଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୧୨।୩: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଜିତିଛି। ବିଶ୍ୱକପ ଶେଷ ହେବା ପରେ, କ୍ରିକେଟ ବିଶେଷଜ୍ଞ ଆକାଶ ଚୋପ୍ରା ଯୁବ ଖେଳାଳି ଶୁବମନ ଗିଲ୍‌ଙ୍କ ସମ୍ପର୍କରେ…

ଯୁଦ୍ଧ ପାଇଁ ହେବନାହିଁ ଆଇପିଏଲ! ଆସିଲା ବଡ଼ ଅପଡେଟ୍‌, କ୍ରିକେଟ୍‌ ପ୍ରେମୀଙ୍କୁ ଲାଗିବ ଝଟ୍‌କା

ନୂଆଦିଲ୍ଲୀ,୧୨।୩: IPL ୨୦୨୬ ମାର୍ଚ୍ଚ ୧୮ ତାରିଖରେ ଆରମ୍ଭ ହେବାକୁ ଯାଉଛି। BCCI ମାର୍ଚ୍ଚ ୧୧ ତାରିଖରେ ପ୍ରଥମ ୨୦ ମ୍ୟାଚ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛି।…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ: ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଏମିତି କରିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ,୧୨।୩: ଟିମ ଇଣ୍ଡିଆ ଲଗାତାର ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି। ଟିମ ଇଣ୍ଡିଆ ଅହମ୍ମଦାବାଦରେ ଖେଳାଯାଇଥିବା ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ରେକର୍ଡ ତୃତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri