ଚାଟ୍‌ ଶୋ’ରେ ଅମୃତାଙ୍କୁ କିସ୍‌ କରିଥିଲେ ସୈଫ୍‌, ଭିଡିଓ ଭାଇରାଲ

ମୁମ୍ବାଇ: ଦିନଥିଲା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅମୃତା ସିଂହଙ୍କୁ ସବୁଠୁ ଶକ୍ତିଶାଳୀ କପଲ କୁହାଯାଉଥିଲା। ତାଙ୍କ ପ୍ରେମସମ୍ପର୍କ ସେତେବେଳେ ଖୁବ୍‌ ଚର୍ଚ୍ଚାରେ ଥିଲା। ସୈଫ୍‌ ନିଜଠାରୁ ୧୨ ବର୍ଷ ବଡ଼ ଅମୃତା ସିଂହଙ୍କୁ ବିବାହ କରିବା ଇଣ୍ଡଷ୍ଟ୍ରିରେ କେହି ବିଶ୍ୱାସ କରୁ ନ ଥିଲେ। ଯଦିଓ ଏବେ ଦୁଇଜଣଙ୍କ ଛାଡ଼ପତ୍ର ହୋଇସାଇଛି ତଥାପି ଉଭୟଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କିଛି ଭିଡିଓ ସାମ୍ନାକୁ ଆସିଛି। ଭାଇରାଲ ହୋଇଥିବା ଭିଡିଓଟି ଏକ ଚାଟ୍‌ ଶୋ’ର। ଏଥିରେ ଅମୃତା ସୈଫଙ୍କ ପାଇଁ ‘ତୁମ୍‌ ଆ ଗଏ ହୋ ନୁର୍‌ ଆ ଗୟା ହୈ’ ଗୀତ ଗାଇଥିବା ଦେଖିବାକୁ ମିଳିଛି। ଗୀତ ଗାଇବା ସମୟରେ ଅମୃତା ବହୁ ଲାଜେଇ ଯାଇଛନ୍ତି। ଅମୃତାଙ୍କ ଗୀତ ଗାଇବା ଦେଖି ସୈଫ୍‌ ଭାବପ୍ରବଣ ହୋଇ ସେହି ଚାଟ୍‌ ଶୋ’ରେ ହିଁ କିସ୍‌ କରିଦେଇଥିଲେ। ଫ୍ୟାନ୍‌ମାନଙ୍କୁ ଏହି ଭିଡିଓ ବେଶ୍‌ ପସନ୍ଦ ଆସିଛି। କିଛି ୟୁଜର ଏହି ଯୋଡ଼ିକୁ କମାଲ କହିଛନ୍ତି ତ ଆଉ କିଛି ୟୁଜର ଅମୃତା ଖୁବ୍‌ ସୁନ୍ଦର ଦେଖାଯାଉଥିବା କହିଛନ୍ତି।
ଅମୃତାଙ୍କୁ ଯେତେବେଳେ ୩୩ ବର୍ଷ ସୈଫ୍‌ଙ୍କୁ ୨୧ ବର୍ଷ।  ପ୍ରଥମ ଦେଖାରେ ଅମୃତାଙ୍କ ପ୍ରେମରେ ପଡ଼ିଥିଲେ ସୈଫ୍‌। ପରେ ୧୯୯୧ରେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୧୩ ବର୍ଷର ବୈବାହିକ ଜୀବନ ପରେ ଦୁଇଜଣଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଗଲା। ଏହା ପରେ ସୈଫ୍‌ ୨୦୧୨ରେ କରୀନା କପୁରଙ୍କୁ ବିବାହ କରିନେଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଖାନ୍‌ଦାନି ଶାଫାଖାନା’ରେ ସାମାଜିକ ଅଙ୍ଗିକାରବଦ୍ଧତା ରହିଛି: ସୋନାକ୍ଷୀ

ନୂଆଦିଲ୍ଲୀ: ସମାଜରେ ସେକ୍ସ ଏକ ନିଷିଦ୍ଧ ବିଷୟବସ୍ତୁ ହୋଇ ରହିଛି। ସେ ସମ୍ପର୍କରେ ଆଗାମୀ ଫିଲ୍ମ ‘ଖାନ୍‌ଦାନି ଶାଫାଖାନା’ ଲୋକଙ୍କ ମନରେ ପରିବର୍ତ୍ତନ ଆଣିବ ବୋଲି...

ବାସ୍କେଟ୍‌ବଲ ଖେଳାଳିଙ୍କ ପ୍ରେମରେ ଟାଇଗରଙ୍କ ଭଉଣୀ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଭଉଣୀ କୃଷ୍ଣା। ସେ ବି ବଲିଉଡ୍‌ରେ ଏଣ୍ଟ୍ରି ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ। କୃଷ୍ଣା...

ଫିଲ୍ମ ‘ବରସାତ୍‌’ରୁ ରାତାରାତି ସୁପରଷ୍ଟାର ପାଲଟିଥିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ରେ ନିଜର ଭିନ୍ନ ହେୟାର ଷ୍ଟାଇଲ୍‌ରେ ଯୁବପିଢ଼ିଙ୍କୁ ନିଜ ପ୍ରତି ଆକର୍ଷିତ କରିଥିଲେ ୯୦ ଦଶକର ଅଭିନେତା ବବି ଦେଓଲ୍‌। ନିଜ ଲମ୍ବା ଓ...

ଫେରାର୍‌ ହେଲେ ରିୟା; ଖାଲି ହାତରେ ଫେରିଲା ପୋଲିସ !

ମୁମ୍ବାଇ, ୨୯।୭: ଦିଗଂବତ ବଲିଉଡ୍‌ ଯୁବ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ସୁଶାନ୍ତଙ୍କ ବାପା କେ.କେ....

‘ଏମ୍‌.ଏସ୍‌. ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତଙ୍କ ଅଭିନୟ ଜୀବନ୍ତ; ଆତ୍ମହତ୍ୟା କରିବାକୁ ଦୁଃଖଦ କହିଲେ ଓ୍ବାଟ୍‌ସନ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପରିବାର ତଥା ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି। ଏହାର ପାଞ୍ଚ ଦିନ ବିତିସାରିଥିଲେ ହେଁ କେହିବି...

ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କୁ ୯ ଘଣ୍ଟା ଜେରା କଲା ବାନ୍ଦ୍ରା ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ବହୁ ଚର୍ଚ୍ଚା ହେଉଛି। ଏ ଦିଗରେ ମୁମ୍ବାଇ ପୋଲିସ ତାର ତଦନ୍ତକୁ ଜୋରଦାର କରିଛି।...

କରୋନାକୁ ହରାଇ ଘରକୁ ଫେରିଲେ ଏହି ଅଭିନେତ୍ରୀ

ଛୋଟ ପରଦାର ଚର୍ଚ୍ଚିତ ଧାରାବାହିକ ‘ଇଶ୍କବାଜ’ର ଅଭିନେତ୍ରୀ ଶ୍ରେନୁ ପାରିଖ କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତଙ୍କ ହୋଇ ଚିକିତ୍ସାଧୀନ ଥିଲେ। ଏବେ ସେ ସୁସ୍ଥ...

Coronavirus Update


Archives

Model This Week

Why Dharitri