ଫୁଲବାଣୀ ଅଫିସ, ୧୨ା୫- କରୋନାକୁ ପ୍ରତିହତ କରିବା ଲାଗି ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି। କନ୍ଧମାଳ ଜିଲା ମେଡିକାଲରେ କର୍ମଚାରୀ ଅଭାବକୁ ଦୃଷ୍ଟିରେ ରଖି କେବଳ କୋଭିଡ-୧୯ ମୁକାବିଲା ପାଇଁ ଏଏନ୍ଏମ୍ ଏବଂ ଜିଏନ୍ଏମ୍ ତାଲିମଧାରୀଙ୍କୁ ଆଉଟ ସୋର୍ସିଂ ସଂସ୍ଥା ପକ୍ଷରୁ ନିଯୁକ୍ତି ଦିଆଯାଇଛି ା ଏହି ଚାକିରି ଏକ ପ୍ରକାର ସମୟ ସାପେକ୍ଷ ହୋଇଥିଲେ ହେଁ, ନିଯୁକ୍ତି ଦେଇଥିବା ସଂସ୍ଥା ଏହା ସ୍ଥାୟୀ ହେବ କହି ଅର୍ଥ ଲୁଟିଛି ା ନିଯୁକ୍ତି ପାଇଁ ଆବେଦନକାରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରତ୍ୟେକଙ୍କଠାରୁ ୧୦ରୁ ୧୫ ହଜାର ଟଙ୍କା ନେଇଛି ା ସଂସ୍ଥାର ଜଣେ କର୍ମଚାରୀ ଏପରି କରିଥିବା କେତେଜଣ ନିଯୁକ୍ତିଧାରୀ କହିଛନ୍ତି। ସେମାନେ ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି। ସଂସ୍ଥାର ନୟାଗଡ଼ର ଜଣେ କ୍ଲିନିକାଲ ସୁପରଭାଇଜର ଏପରି କରିଥିବା ଏବେ ଚର୍ଚ୍ଚାର ପରିସରକୁ ଆସିଛି ା କୋଭିଡ-୧୯କୁ ପ୍ରତିହତ କରିବା ପାଇଁ ଅସ୍ଥାୟୀ ନିଯୁକ୍ତିରେ ଏଭଳି କାରନାମା କରାଯାଇଥିବାରୁ ନିଯୁକ୍ତିଧାରୀଙ୍କ କ୍ଷେତ୍ରରେ ଅସନ୍ତୋଷ ପ୍ରକାଶ ପାଇଛି ା
ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏଏନ୍ଏମ୍ ଏବଂ ଜିଏନ୍ଏମ୍ ତାଲିମଧାରୀଙ୍କୁ ସମ୍ପୃକ୍ତ ଆଉଟ ସୋର୍ସିଂସଂସ୍ଥା ନିଯୁକ୍ତି ଦେଇଛି ା ଏହା କିଛି ମାସ ପାଇଁ ହୋଇଥିବା ବେଳେ ଚାକିରି କରିବା ପାଇଁ ଆବେଦନ କରିଥିବା ତାଲିମଧାରୀଙ୍କୁ ସଂସ୍ଥାର ସମ୍ପୃକ୍ତ କ୍ଲିନିକାଲ ସୁପରଭାଇଜର ବିଭିନ୍ନ ପ୍ରଲୋଭନ ଦେଖାଇ ଅର୍ଥ ନେଇଛନ୍ତି। ଆଶାୟୀ ଥିବା କର୍ମଚାରୀ ଚାକିରି ଆଶାରେ ମାନସିକ ଭାବେ ପ୍ରଭାବିତ ହୋଇ ଏହାଦେବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ। ଏହି ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ କ୍ଲିନିକାଲ ସୁପର ଭାଇଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଯେଉଁଠି ଚାକିରିରେ କର୍ମଚାରୀଙ୍କ ଭବିଷ୍ୟତ ନାହିଁ ଏବଂ କୋଭିଡ-୧୯ ମୁକାବିଲାରେ ନିୟୋଜିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରିବେ, ସେଠାରେ ଏଭଳି କରାଯିବା କେତେଦୂର ସମୀଚନ ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇବା ସହ ସମାଲୋଚନା କରିଛନ୍ତି।
କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ
ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…
ଘରେ ଆଶ୍ରୟ ଦେଲେନି ପୁଅ
ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…
ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…
ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…
ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ
ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…
ରାଜ୍ୟରେ ଝଡ଼ବର୍ଷା ଆଲର୍ଟ
ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…
ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ
କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…
ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ
ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…
ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…
ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…
Archives

