ଚାକିରି ପ୍ରଲୋଭନ ଦେଖାଇ ୪୦ ଲକ୍ଷ ଟଙ୍କା ଠକେଇ: ଅଭିଯୁକ୍ତ ୱେସ୍କୋ ଲାଇନ୍‌ମ୍ୟାନ ଫେରାର

ଭବାନୀପାଟଣା,୩୦।୮(ଡି.ଏନ.ଏ.)-ଭବାନୀପାଟଣାର ଜଣେ ଓ୍ବେସ୍କୋ ଲାଇନ୍‌ମ୍ୟାନ ଚାକିରୀ ପ୍ରଲୋଭନ ଦେଖାଇ ଏକାଧିକ ଯୁବକଙ୍କଠାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ନାମ ଜ୍ୟୋତି ରଞ୍ଜନ ସାମଲ ା ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ଅଭିଯୋଗ ହେବା ପରେ ସେ ଗତ ୪ ମାସ ହେଲା ଫେରାର ଥିବା ଜଣାପଡିଛି । ଏ ନେଇ ପୋଲିସ ତନାଘନା କରିବା ବଦଳରେ ହାତବାନ୍ଧି ବସିଥିବା ଠକେଇ ଶିକାର ଯୁବକମାନେ ଅଭିଯୋଗ କରିଛନ୍ତି ା
ମିଳିଥିବା ସୂଚନା ମୁତାବକ, ୱେସ୍କୋର କଳାହାଣ୍ଡି ଜିଲା ଭବାନୀପାଟଣା ପୂର୍ବ ବିଦ୍ୟୁତ୍‌ ମଣ୍ଡଳ ଅନ୍ତର୍ଗତ ସେକ୍ସନ-୩ରେ ଲାଇନମ୍ୟାନ-ସି ଭାବେ କାମ କରନ୍ତି ଜ୍ୟୋତିରଞ୍ଜନ ା ସେ କୁଆଡ଼େ ଭବାନୀପାଟଣା ସହର ବଡପଡାର ମଦନ କୁମ୍ଭାରଙ୍କୁ ଚାକିରି ଦେବେ ବୋଲି କହି ୨୦୧୭ ଡିସେମ୍ବର ୨୬ରେ ୫୦ ହଜାର ଟଙ୍କା ନେଇଥିଲେ । ଚାକିରି ନ ମିଳିବାରୁ ମଦନ ଟଙ୍କା ଫେରସ୍ତ ମାଗିଥିଲେ । ଜ୍ୟୋତିରଞ୍ଜନ ତାଙ୍କୁ ଠକି ଚାଲିଥିଲେ। ଏ ନେଇ ଭବାନୀପାଟଣା ଟାଉନ ଥାନାରେ ଗତ ଅଗଷ୍ଟ ୨୦ ତାରିଖରେ ମଦନ ଲିଖିତ ଅଭିଯୋଗ କରିଥିଲେ। ସେହଭଳି ଜ୍ୟୋତିରଞ୍ଜନ ଭୂଲିଆ ଗ୍ରାମରେ ନିର୍ମଳ ନାଏକଙ୍କଠାରୁ ୩୨ ହଜାର ଟଙ୍କା, କିଶୋର ମାଝିଙ୍କଠାରୁ ୩୦ ହଜାର ଟଙ୍କା, ଉପରରାଚୁଗୁଡା ଗ୍ରାମର ରାଜେନ୍ଦ୍ର ନାଏକଙ୍କଠାରୁ ୨୦ ହଜାର ଟଙ୍କା, ପ୍ରଶାନ୍ତ ନାଏକଙ୍କଠାରୁ ୯୦ ହଜାର ଟଙ୍କା, କିଟପଦର ଗ୍ରାମର ଗଣେଶ ମାଝିଙ୍କ ଠାରୁ ୩୦ ହଜାର ଟଙ୍କା, ପଞ୍ଚା ମାଝିଙ୍କଠାରୁ ୩୦ ହଜାର ଟଙ୍କା, ସିକେରଗୁଡା ରାଜକୁମାର ନାଏକଙ୍କଠାରୁ ୫୦ ହଜାର ଟଙ୍କା, ବୁନୁ ମାଝିଙ୍କଠାରୁ ୨୫ ହଜାର ଟଙ୍କା, ମହିଯୋର ଗ୍ରାମର ଯୁଧିଷ୍ଠିର ବାଗଙ୍କଠାରୁ ୭୦ ହଜାର ଟଙ୍କା, ଭବାନୀପାଟଣା ନୂଆପଡାର ହରି ସାହୁଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା, ଚୁରିହାରୀପଡାର ରାଜେଶ୍ୱର ତାଣ୍ଡିଙ୍କଠାରୁ ୮୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ସଦର ଥାନାରେ ଏ ନେଇ ୭ରୁ ଅଧିକ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଏଥିରେ ଏତଲା ଦାଏର ନ କରି ଚୁପ ବସିଛି । ଜ୍ୟୋତିରଞ୍ଜନ ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କା ହଡପ କରି ଫେରାର ହୋଇଥିବା ଅଭିଯୋଗ ହୋଇଛି । କେବଳ ଚାକିରି ଦେବାକୁ ନୁହେଁ, ଜ୍ୟୋତିରଞ୍ଜନ ବିପିଏଲ ଲାଇନ ସଂଯୋଗ ପାଇଁ ବି ଚାଞ୍ଚେର ଗ୍ରାମରେ ୬୪ ହଜାର ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି । ସେହିଭଳି ୱେସ୍କୋରେ ବିଭିନ୍ନ କାର୍ଯ୍ୟ କରାଇ ଦେବା ଆଳରେ ପ୍ରାୟ ୩ ଲକ୍ଷ ଟଙ୍କା ଆଦାୟ କରି ହଡପ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜ୍ୟୋତିରଞ୍ଜନ ଗତ ୪ ମାସ ଧରି ନିରୁଦ୍ଦିଷ୍ଟ ଥିବା ୱେସ୍କୋ ଓ ପୋଲିସ ପକ୍ଷରୁ କୁହାଯାଇଛି। ଏ ନେଇ ୱେସ୍କୋ ନିର୍ବାହୀ ଯନ୍ତ୍ରୀ ଇଂ ଆଲୋକ ରଞ୍ଜନ ପଟ୍ଟନାୟକ ତାଙ୍କ ଘରକୁ ନୋଟିସ ପଠାଇଛନ୍ତି । କୌଣସି ଉତ୍ତର ନ ମିଳିଲେ ତାଙ୍କୁ ବିଜ୍ଞାପନ ଦେଇ ବରଖାସ୍ତ କରାଯିବ ବୋଲି କହିଛନ୍ତି। ଏ ସମ୍ପର୍କରେ ସଦର ଥାନା ଆଇଆଇସିଙ୍କୁ ପଚାରିବାରୁ ଏ ନେଇ ଅଭିଯୋଗ ଆସିଛି, କିନ୍ତୁ ଅଭିଯୋଗକାରୀମାନେ ବୁଝାମଣା ପାଇଁ ଆଲୋଚନା କରିଥିବା କହିଛନ୍ତି । ଅନ୍ୟପକ୍ଷରେ ଟାଉନ ଥାନା ଆଇଆଇସିଙ୍କୁ ପଚାରିବାରୁ ଠକେଇ ନେଇ ଏତଲା ହୋଇଛି । କିନ୍ତୁ ଅଭିଯୁକ୍ତ ଫେରାର ଥିବା କହିଛନ୍ତି।

ଫଟୋ :


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri