ଚାଇନା କମ୍ପାନୀର ଚୁକ୍ତି ରଦ୍ଦ କଲା ରେଲଓ୍ବେ

ନୂଆଦିଲ୍ଲୀ,୧୯।୬: ସୀମାରେ ଭାରତ ଓ ଚାଇନା ସେନା ମଧ୍ୟରେ ତିକ୍ତତା ଲାଗି ରହିଛି। ୨୦ ଭାରତୀୟ ଯବାନ ଶହୀଦ ହେବା ଘଟଣା କେନ୍ଦ୍ର ସରକାରଙ୍କଠାରୁ ନେଇ ଦେଶବାସୀଙ୍କୁ ମର୍ମାହତ କରିଛି। ଏହି ସମୟରେ ଚାଇନାକୁ ଉଚିତ ଯବାବ ଦେବା ଲାଗି ଲୋକଙ୍କଠାରୁ ଆରମ୍ଭ କରି ସରକାରୀଙ୍କ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହାର ଫଳସୂରୂପ ଭାରତୀୟ ରେଳ ଚାଇନା କମ୍ପାନୀ ସହ କରିଥିବା ୪୭୧ କୋଟିର ଏକ ପ୍ରକଳ୍ପ କାର୍ଯ୍ୟ ଚୁକ୍ତିକୁ ରଦ୍ଦ କରିଦେଇଛି। ଭାରତୀୟ ରେଳର ପୂର୍ବାଞ୍ଚଳ ମାଲ୍‌ କରିଡ଼ର ଅଞ୍ଚଳ କାନପୁରରୁ ମୁଗଲସରାଇ ପର୍ଯ୍ୟନ୍ତ ପ୍ରାୟ ୪୧୭କି.ମି. ବିଶିଷ୍ଟ ଟେଲି କମ୍ୟୁନିକେସନ ପ୍ରକଳ୍ପ କାର୍ଯ୍ୟକୁ ଚାଇନାର ବେଜିଂ ନ୍ୟାସନାଲ ରେଲଓ୍ବେ ରିସର୍ଚ୍ଚ ଆଣ୍ଡ ଡ଼ିଜାଇନ ଇନଷ୍ଟ୍ୟୁଟି ଅଫ୍‌ ସିଗନାଲ ଆଣ୍ଡ କମ୍ୟୁନିକେଶନ ଗ୍ରୁପକୁ ୨୦୧୬ରେ କଣ୍ଟ୍ରାକ୍ଟ ଦିଆଯାଇଥିଲା। ଚୁକ୍ତି ମୁତାବକ କମ୍ପାନୀ ପ୍ରକଳ୍ପ କାର୍ଯ୍ୟ ୨୦୧୯ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ସୁଦ୍ଧା କମ୍ପାନୀ ମାତ୍ର ୨୦% କାର୍ଯ୍ୟ କରିଛି। ଠିକ ସମୟରେ କାର୍ଯ୍ୟଶେଷ କରିବା ନେଇ ସମସ୍ୟା ଦେଖା ଦେବାରୁ ରେଲଓ୍ବେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ସେହିଭଳି ରାଷ୍ଟ୍ରାୟତ୍ତ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ଆଗାମୀ ଦିନରେ କୌଣସି ଚାଇନା ସାମଗ୍ରୀ ବ୍ୟବହାର ନ କରିବାକୁ କେନ୍ଦ୍ର ଟେଲିକମ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏ ଦିଗରେ ବିଚାର କରିବାକୁ ଘରୋଇ ଟେଲିକମ୍‌ କମ୍ପାନୀଗୁଡିକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ଏବେ ବି ଆପଣଙ୍କ ପାଖରେ ଅଛି କି ୨୦୦୦ ଟଙ୍କିଆ ନୋଟ: ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ ଅଛି, ତେବେ ଭବିଷ୍ୟତରେ ଏହାକୁ ବ୍ୟବହାର କରିବା କଷ୍ଟକର ହୋଇଯିବ। ନଭେମ୍ବର ୨୦୧୬ରେ ସରକାର…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

ଏହି ସ୍ଥାନରେ ଏବେ ବି ଶସ୍ତାରେ ମିଳୁଛି ସୁନା, ଭାରତ ତୁଳନାରେ ଏତେ କମ୍‌…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସୁନାର ମୂଲ୍ୟ ବଦଳୁଛି। ବଜେଟ ଦିନ, ଫେବୃଆରୀ 1 ଏବଂ 2 ରେ ଏକ ବଡ଼ ହ୍ରାସ ପରେ, ସୁନାର ମୂଲ୍ୟ ପୁଣି ଥରେ…

ବଡ଼ ଘୋଷଣା: ଏହି ରୁଟ୍‌ର ଟ୍ରେନ କ୍ୟାନସଲ୍‌, ଦେଖନ୍ତୁ ଲିଷ୍ଟ…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସାରା ଦେଶରେ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି ଏବଂ ଏକ ବଡ଼ ସଂଖ୍ୟାରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଯାତ୍ରା…

ଆହୁରି ଖସିବ ସୁନାଦର! ସରକାର ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କିଣିବେ କେବେ?

ନୂଆଦିଲ୍ଲୀ,୪।୨: ସରକାର ଶେଷରେ ସୁନା ଏବଂ ରୂପା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ ବୋର୍ଡ (CBIC) ଦ୍ୱାରା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri