ଚାଇନା ଆପ୍‌କୁ ନା, ବିକଳ୍ପ ଚାହୁଁଛନ୍ତି ଯୁବପିଢ଼ି

କଟକ ଅଫିସ,୨୧।୬: କିଛିଦିନ ହେଲା ଭାରତ ଓ ଚାଇନା ଭିତରେ ଲାଗିରହିଥିବା ତିକ୍ତତା ଓ କରୋନା ସଂକ୍ରମଣ ଭୟ ଯୋଗୁ ଚାଇନା ଓ ସେଠାକାର ଉତ୍ପାଦିତ ଦ୍ରବ୍ୟ ପ୍ରତି ବିମୁଖ ହୋଇଛନ୍ତି ଭାରତୀୟ। କରୋନା ମହାମାରୀର ଆତଙ୍କ ସମୟରେ ଦେଶର ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତର ଆହ୍ବାନ ମଧ୍ୟ ଦେଇଛନ୍ତି। ଏହି କ୍ରମରେ ଚାଇନାର ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌ସ ବା ବୈଦ୍ୟୁତିକ ସରଞ୍ଜାମକୁ ବର୍ଜନ କରିବା ପାଇଁ ସବୁଠି ସ୍ବର ତେଜୁଛି। ଏବେ ଗଲଓ୍ବାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଦେଶବାସୀ, ବିଶେଷକରି ଯୁବପିଢ଼ି ଚାଇନାର ମୋବାଇଲ ଆପ୍ଲିକେଶନ ସବୁକୁ ବର୍ଜନ କରିବାକୁ ଆଗଭର ହୋଇଛନ୍ତି। ଏନେଇ ସୋସିଆଲ ମିଡିଆ ଫେସବୁକ୍‌, ଇନଷ୍ଟାଗ୍ରାମ, ହ୍ବାଟ୍‌ସଆପ୍‌ ଆଦିରେ ଚାଇନା ସାମଗ୍ରୀ ଓ ଆପ୍‌ ବିରୋଧରେ ବିଭିନ୍ନ ପ୍ରକାର ପୋଷ୍ଟ ବଢ଼ିବାରେ ଲାଗିଛି। କିଛିବର୍ଷ ଧରି ଲୋକପ୍ରିୟ ହୋଇଥିବା ଚାଇନାର ଆପ୍‌ ଟିକ୍‌ଟକ୍‌କୁ ମଧ୍ୟ ବର୍ଜନ କରିଛନ୍ତି ଅଧିକାଂଶ ଯୁବପିଢ଼ି। ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ମଧ୍ୟ ସୂଚାଇଛନ୍ତି ଯେ ଟିକ୍‌ଟକ୍‌ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରିବା ସହ ସଂସ୍କୃତିକୁ ନଷ୍ଟ କରୁଛି। ଏହା ଉପରେ ଲଗାମ ଲଗାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ମୋଟାମୋଟି କଥା ହେଉଛି ଯେ ଚାଇନା ପ୍ରସ୍ତୁତ ସାମଗ୍ରୀ ବିରୋଧରେ ଅଧିକାଂଶଙ୍କ ସ୍ବର ଉଠୁଛି। ଅବଶିଷ୍ଟ ଜନତା ଚାଇନା ଦ୍ରବ୍ୟର ଭାରତୀୟ ବିକଳ୍ପ ଚାହୁଁଛନ୍ତି, ଯଦ୍ୱାରା ସେମାନେ ଚାଇନାକୁ ବର୍ଜନ କରିପାରିବେ।

ବହୁ ପୂର୍ବରୁ ବର୍ଜନ କରିବାର ଥିଲା
ଚାଇନିଜ ଆପ କିମ୍ବା ସାମଗ୍ରୀ ବ୍ୟବହାର ନ କରିବା ପାଇଁ ସୋସିଆଲ ମିଡିଆରେ ଯେଉଁ ଆହ୍ବାନ ଦିଆଯାଉଛି, ତାହା ବହୁ ପୂର୍ବରୁ ହେବାର ଥିଲା। ସୀମାରେ ଗୋଟିଏ ପଟେ ଆମର ସେନା ଚାଇନା ହାତରେ ଶହୀଦ ହେଉଥିବା ବେଳେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବ୍ୟବହାର କରି ଚାଇନା ଅର୍ଥନୀତିକୁ ଲାଭ ଦେବା ବନ୍ଦ ହେଉ।
– ଲୁନା ସ୍ବାଇଁ

ସରକାର ବିକଳ୍ପ ତିଆରି କରନ୍ତୁ
ଚାଇନିଜ୍‌ ଆପ୍‌ଗୁଡ଼ିକ ଭାରତରେ ଲୋକପ୍ରିୟ ହୋଇସାରିଛି। କୌଣସି ଆପ୍‌କୁ ଡିଲିଟ କଲେ ଚାଇନାର କିଛି କ୍ଷତି ହେବନାହିଁ। ଆମ ଦେଶରେ ଏଥିପାଇଁ ବିକଳ୍ପ ଆପ୍‌ ଏବଂ ବିକଳ୍ପ ଦ୍ରବ୍ୟ ପ୍ରସ୍ତୁତ ହେବା ଜରୁରୀ। କେନ୍ଦ୍ର ସରକାର ଏ ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନିଅନ୍ତୁ।
– ଚିନ୍ମୟ ଖୁଣ୍ଟିଆ

ଆପ୍‌ ଡିଲିଟ୍‌ କରିଦେଲେ ହେବନି
ମୁଁ ଏବେଯାଏ ଟିକ୍‌ଟକ୍‌କୁ ଫୋନ୍‌ରୁ ଡିଲିଟ ମାରିନାହିଁ। ଏପରିକି ମୋ’ ମୋବାଇଲ ମଧ୍ୟ ଚାଇନା ତିଆରି। ଚାଇନାର ଆପ୍‌ କିମ୍ବା ସାମଗ୍ରୀର ବ୍ୟବହାର ବନ୍ଦ କରିଦେଲେ ସେମାନଙ୍କ ଆର୍ଥତ୍କ ଅଭିବୃଦ୍ଧିରେ ରୋକ୍‌ ଲାଗିବ ନାହିଁ। ସେଠାକାର ଯାହା ସବୁ ଆମେ ବ୍ୟବହାର କରୁଛେ, ତାହା ଆମ ଦେଶରୁ ପ୍ରସ୍ତୁତ ହେଲେ ଲୋକେ ସ୍ବଦେଶୀ ହୋଇପାରିବେ।
– ରାଜଲକ୍ଷ୍ମୀ ସ୍ବାଇଁ

ବହୁପୂର୍ବରୁ ବନ୍ଦ କରିଛି ଚାଇନା ଆପ୍‌
ମୁଁ ବହୁ ପୂର୍ବରୁ ଚାଇନିଜ ଆପ୍ଲିକେଶନର ବ୍ୟବହାର ବନ୍ଦ କରିଦେଇଛି। ପ୍ରଥମେ ନିଜେ ସଚେତନ ହେଲେ ଅନ୍ୟମାନେ ମଧ୍ୟ ହୋଇପାରିବେ। ସରକାର ମଧ୍ୟ ଚାଇନା ଉତ୍ପାଦିତ ଦ୍ରବ୍ୟ ପ୍ରତି କଠୋର ହେବା ଦରକାର। ଚାଇନାର ସମସ୍ତ ବ୍ୟବସାୟ ଭାରତରେ ବନ୍ଦ ହେବା ଆବଶ୍ୟକ।
– ଶୁଭଶ୍ରୀ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ: ଜିଲାର ଦାବି ଉପସ୍ଥାପନ କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି,୨ା୧(ଗିରିଧାରୀ ପରିଚ୍ଛା)-ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ ପୁରୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ଏମ୍‌ପି ଡ. ସିଏମ୍‌ ରମେଶ...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ପ୍ରଭାକର ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ

ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ...

କଲରାପତରିଆ ସହ ସମ୍ବର ଶିଙ୍ଘ ଜବତ ମାମଲା: ୬ଜଣଙ୍କୁ କୋର୍ଟ ଚାଲାଣ କଲା ଖଡ଼ିଆଳ ବନଖଣ୍ଡ

ଖଡ଼ିଆଳ,୨।୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ବନଖଣ୍ଡ ପକ୍ଷରୁ କଲରାପତରିଆ ବାଘ ଛାଲ ଏବଂ ଦୁଇଟି ସମ୍ବର ଶିଙ୍ଘ ଜବତ ମାମଲାରେ ଛଅଜଣ କୋର୍ଟ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri