ଚାଇନାକୁ ଫେରିଲା କରୋନା: ଶୁଲାନ ସହର ଲକ୍‌ଡାଉନ

ବେଜିଂ,୧୧।୫: ଚାଇନାକୁ ପୁଣି ଫେରିଛି କରୋନା। ରୁଷ ସୀମା ନିକଟରେ ଅବସ୍ଥିତ ଜିଲିନ ଅଞ୍ଚଳରେ ଥିବା ଶୁଲାନ ସହରରେ ୧୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ କାଳ ବିଳମ୍ବ ନ କରି ସରକାର ଶୁଲାନ ସହରକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଏହି ସଂକ୍ରମଣ କେତେଦୂର ପର୍ଯ୍ୟନ୍ତ ବ୍ୟାପିଛି ତାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି। ସହରରେ ଥିବା ଏକ ଲଣ୍ଡ୍ରି ଦୋକାନରୁ ଏହା ବ୍ୟାପିଛି ବୋଲି କୁହାଯାଉଛି। ୪୫ ବର୍ଷୀୟ ଜଣେ ମହିଳାଙ୍କ ଲଣ୍ଡ୍ରିରେ ଲୁଗା ସଫା କରାଇଥିବା ଅଧିକାଂଶ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ମହିଳାଙ୍କ ସ୍ବାମୀ, ଭଉଣୀ ଓ ପରିବାରର ଆଉ କେତେଜଣ ସଦସ୍ୟ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ମହିଳାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନ ଥିବା ବେଳେ ସେ କେମିତି ସଂକ୍ରମିତ ହେଲେ ତାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି। ତେବେ ସେହି ଅଞ୍ଚଳରେ ଥିବା ସର୍ବସାଧାରଣ ସ୍ଥାନକୁ ତୁରନ୍ତ ବନ୍ଦ କରାଯିବା ସହ ସହରକୁ ହଟ୍‌ସ୍ପଟ୍‌ ଘୋଷଣା କରାଯାଇ ଲକ୍‌ଡାଉନ କରାଯାଇଛି। ଏହି ସହର ରୁଷ ଓ ନର୍ଥ କୋରିଆ ସୀମାକୁ ଲାଗି ରହିଥିବାରୁ ସେଠାରୁ କେହି ମହିଳାଙ୍କ ସହ ମିଶିଛନ୍ତି କି ନାହିଁ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି। ସମସ୍ତ ପବ୍ଲିକ୍‌ ଟ୍ରାନ୍ସପୋର୍ଟକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏହାସହ ଲୋକମାନଙ୍କୁ ଘରେ ରହିବାକୁ କୁହାଯାଉଛି। ରୁଷରୁ ସଂକ୍ରମଣ ଆସିବା ଆଶଙ୍କା କରାଯାଉଛି। କାରଣ କିଛିଦିନ ତଳେ ଆସିଥିବା ସରକାରୀ ତଥ୍ୟ ଅନୁଯାୟୀ, ରୁଷରୁ ପ୍ରାୟ ୩୦୮ଜଣ ଚାଇନା ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣ ଫେରାର ଅଛନ୍ତି ଓ ୩୦୦ଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି । ଚାଇନାର ସୋସିଆଲ ମିଡିଆରେ ଶୋଲାନ ସହର ଲକ୍‌ଡାଉନ ଟ୍ରେଣ୍ଡ ଚାଲିଥିବା ବେଳେ କେହି କେହି କରୋନା ଫେରିଲା ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri