ଚଳନ୍ତା ଟ୍ରେନ୍‌ରୁ ଅଲଗା ହୋଇଗଲା ବଗି: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଅଫିସ, ୧।୧୦: ପୁରୀ ଜିଲା ଡେଲାଙ୍ଗର ରେଞ୍ଚ ଲେଭଲ କ୍ରସିଂଠାରେ ସୋମବାର ରାତି ପ୍ରାୟ ସାଢେ ୧୦ଟାରେ ଏକ ଚଳନ୍ତା ଟ୍ରେନ୍‌ର ଗୋଟିଏ ବଗି ଅନ୍ୟ ବଗିଠାରୁ ଅଲଗା ହୋଇଯାଇଥିଲା। ଫଳରେ ଉକ୍ତ ବଗିରେ ବସିଥିବା ଯାତ୍ରୀମାନେ ଟ୍ରେନ୍‌ ଭିତରେ ପଡ଼ିଯାଇଥିଲେ। କାହାର କିଛି କ୍ଷୟକ୍ଷତି ହୋଇ ନ ଥିବା ବେଳେ ଏକ ବଡଧରଣର ଟ୍ରେନ୍‌ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସୂଚନା ଅନୁଯାୟୀ, ପୁରୀ-ସାଇନଗର ଶିରିଡ଼ି ଏକ୍ସପ୍ରେସ୍‌ ଟ୍ରେନ୍‌ ଜଟଣୀରୁ ପୁରୀ ଅଭିମୁଖେ ଯାଉଥିବାବେଳେ ରେଞ୍ଚ ଲେଭଲ କ୍ରସିଂଠାରେ ଏହାର ଏସ୍‌-୪ ବଗିଠାରୁ ଏସ୍‌-୫ ବଗି ଅଲଗା ହୋଇଯାଇଥିଲା। ଫଳରେ ଟ୍ରେନ୍‌ ଦୋହଲି ଯାଇଥିଲା। ତେବେ ସୌଭାଗ୍ୟବଶତଃ ଟ୍ରାକ୍‌ରେ ଟ୍ରେନ୍‌ଟି ରହିଯାଇଥିଲା। ଜିନିଷପତ୍ର ତଳକୁ ଖସିପଡ଼ିଥିବା ବେଳେ ଯାତ୍ରୀମାନେ ପରସ୍ପର ଉପରେ ପଡ଼ିଯାଇଥିଲେ। ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡ଼ିଛି। ଦୁଇଟି ବଗି ମଧ୍ୟରେ ସଂଯୋଗ ରଖୁଥିବା କପ୍‌ଲିନ୍‌ ଭାଙ୍ଗିଯିବାରୁ ଏ ଘଟଣା ଘଟିଥିବା ରେଳ ବିଭାଗ ପକ୍ଷରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାଷଷ୍ଠୀ, ଉତ୍ସବମୁଖର ଅନୁଗୋଳ: ୧୧ ମଣ୍ଡପରେ ପୂଜା ପାଇବେ ଦଶଭୁଜା

ଅନୁଗୋଳ ଅଫିସ, ୪।୧୦- ଦୁର୍ଗାପୂଜା ପାଇଁ ସଜେଇ ହେଉଛି ଅନୁଗୋଳ ସହର। ଚଳିତବର୍ଷ ୧୧ ମଣ୍ଡପରେ ମା’ ଦଶଭୁଜାଙ୍କ ପୂଜାର୍ଚ୍ଚନା କରାଯିବ। ଶୁକ୍ରବାର ମା’ଙ୍କ ଷଷ୍ଠୀପୂଜା...

ବଇଣ୍ଡାକୁ ଆସିଲା ନୂତନ ୧୦୮ ଆମ୍ବୁଲାନ୍ସ

ବଇଣ୍ଡା,୧୪।୩(ଡି.ଏନ.ଏ.) କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳକୁ ଏକ ନୂତନ ୧୦୮ ଆମ୍ବୁଲାନ୍ସ ଗୁରୁବାର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି। ଦୀର୍ଘବର୍ଷ ହେବ ଏଠାରେ ଥିବା ୧୦୮...

ଲୁଟ୍‌ ଉଦ୍ୟମ କରି ମାଡ଼ ଖାଇଲେ ଯୁବକ

ପୁରୀ ଅଫିସ,୧୬ା୧ : ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ଫେରାର ହୋଇଯିବାକୁ ଉଦ୍ୟମବେଳେ ଧରାପଡି ନିର୍ଧୂମ ଛେଚା ଖାଇଲେ ଯୁବକ। ସ୍ଥାନୀୟ ଲୋକେ ତାଙ୍କୁ...

ଦାରିଙ୍ଗବାଡ଼ିରେ ଶୀତ ଉତ୍ସବ

ଦାରିଙ୍ଗବାଡ଼ି,୯ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଶୀତ ଉତ୍ସବ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ...

୧୫ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୨୮୬ ଜଣଙ୍କ ସ୍ବାବ୍‌ ସଂଗ୍ରହ

ରାଜନଗର,୭ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ବିଭିନ୍ନ ପଞ୍ଚାୟତର ୧୫ଟି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୫ ଦିନରେ ୧୮୬ ଜଣଙ୍କର ସ୍ବାବ୍‌...

ମନ୍ଥର ଗତିରେ ଚାଲିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

ବଅଁରପାଳ,୬।୮-ଗ୍ରାମାଞ୍ଚଳର ଗରିବ ଅଣକୁଶଳୀ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ଉଦ୍ଦେଶ୍ୟରେ ଅତୀତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି...

ଅଣସରରେ ପାଇବେ ପୂଜା

ପୁରୀ ଅଫିସ, ୧୩ା୬: ଶୀତଳ ଷଷ୍ଠୀଠାରୁ ଚାଲିଛି ତିନିଠାକୁରଙ୍କ ପଟିଦିଅଁ ନିର୍ମାଣ। ଚିତ୍ରକର ସାହିରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ବାସେଳୀ ସାହିରେ ମହାପ୍ରଭୁ...

ରାସ୍ତାର ପୁନରୁଦ୍ଧାର ପାଇଁ ସ୍ମାରକପତ୍ର

ଭଦ୍ରକ ଅଫିସ, ୨୬।୮ – ଆସନ୍ତା ନଭେମ୍ବର ୨୪ ତାରିଖରେ ଭଦ୍ରକର ଧର୍ମଗୁରୁ ବଡ଼ ସରକାରବାବାଙ୍କ ପବିତ୍ର ଉର୍ସ ଉତ୍ସବ। ଭଦ୍ରକ ପୌରାଞ୍ଚଳ ଅଧୀନ ସରକାରନଗର...


Coronavirus Update

Archives

Model This Week

Why Dharitri