ଚର୍ମ ରୋଗର ଆୟୁର୍ବେଦୀୟ ଉପଚାର

”ଅତ୍ୟଧିକ ଆମିଷ ଦ୍ରବ୍ୟ ସେବନ, ଅପରିଷ୍କାର ରହିଲେ ବା ପ୍ରତ୍ୟହ ସଫା ଲୁଗାପଟା ନ ପିନ୍ଧିଲେ, ଗାଁ ଗହଳିରେ ଥିବା ଅପରିଷ୍କାର ଦଳ ଭର୍ତ୍ତି ଗାଡ଼ିଆ ପୋଖରୀ ଏବଂ ଯେଉଁଥିରେ ଗାଈ, ମଇଁଷି, ଗୃହପାଳିତ ପଶୁମାନେ ଗାଧୋଇଥାନ୍ତି, ସେହି ପାଣିରେ ଗାଧୋଇଲେ ଚର୍ମରୋଗ ବେଶି ହେବାର ଆଶଙ୍କା ଥାଏ। “

କଥାରେ ଅଛି, ଆଜ୍‌ମା ଓ ଏକ୍‌ଜିମା ଭଲ ହୁଏ ନାହିଁ। ଏହା ଥରେ ଆରମ୍ଭ ହେଲେ ଜୀବନ ସାରା କଷ୍ଟଦିଏ ଏବଂ ରୋଗୀକୁ ସବୁଦିନ ପାଇଁ ଆବଶ୍ୟକ ଅନୁଯାୟୀ ଔଷଧ ସେବନ ସହ ମଲମ ବା ଲୋଶନ୍‌ ଲଗାଇବାକୁ ହୁଏ। ପ୍ରାୟତଃ ଅପରିଷ୍କାର ଅପରିଚ୍ଛନ୍ନତାରୁ ଗାଁ ଗହଳିରେ ବେଶି ହୋଇଥିବା ଏହି ରୋଗ। ଏହି ରୋଗୀ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ରୋଗ ହେବା ଯୋଗୁଁ ଏହାକୁ ଡିଆଁରୋଗ ବୋଲି କୁହାଯାଏ। ଏହା ପ୍ରାୟତଃ ଜଂଘସନ୍ଧି, ଜଂଘ, ହାତ ଇତ୍ୟାଦି ଝାଳ ବହୁଥିବା ସ୍ଥାନରେ ବେଶି ହୋଇଥାଏ।
ଅତ୍ୟଧିକ ଆମିଷ ଦ୍ରବ୍ୟ ସେବନ, ଅପରିଷ୍କାର ରହିଲେ ବା ପ୍ରତ୍ୟହ ସଫା ଲୁଗାପଟା ନ ପିନ୍ଧିଲେ, ଗାଁ ଗହଳିରେ ଥିବା ଅପରିଷ୍କାର ଦଳ ଭର୍ତ୍ତି ଗାଡ଼ିଆ ପୋଖରୀ ଏବଂ ଯେଉଁଥିରେ ଗାଈ, ମଇଁଷି, ଗୃହପାଳିତ ପଶୁମାନେ ଗାଧୋଇଥାନ୍ତି, ସେହି ପାଣିରେ ଗାଧୋଇଲେ ଚର୍ମରୋଗ ବେଶି ହେବାର ଆଶଙ୍କା ଥାଏ। ଚର୍ମରୋଗ ବର୍ଷଯାକ ଦେହରେ ଥାଏ ମାତ୍ର ଗ୍ରୀଷ୍ମ ଓ ବର୍ଷା ଋତୁରେ ଗରମ ଓ ଆର୍ଦ୍ରତା କାରଣରୁ ପ୍ରକୋପ ବଢ଼ି ରୋଗୀର ଚର୍ମ କୁଣ୍ଡାଇ ଛିଣ୍ଡି ବିବ୍ରତ କରିପକାଏ ଏବଂ ଆସ୍ତେ ଆସ୍ତେ ଗୋଟିଏ ସ୍ଥାନରୁ ଦେହ ସାରା ମାଡ଼ି ଯାଇଥାଏ। ଆରମ୍ଭରୁ ରୋଗୀ ଅବହେଳା କରି ଟିକିଏ ମଲମ, ତେଲ ବା ଔଷଧ ବ୍ୟବହାର କରି ସାମୟିକ ଉପଶମ ପାଇଲେ ମଧ୍ୟ ରକ୍ତରେ ଥିବା ଜୀବାଣୁ ଦେହସାରା ମାଡ଼ି ବଂଶବିସ୍ତାର କରି ସ୍ଥାନେସ୍ଥାନେ ଚକଡ଼ା ଆକାରରେ ଯାଦୁ, କାଛୁ ବାହାରେ ଏବଂ ଶେଷରେ ଫଳିଯାଏ, କାତି ପରି ଛାଡ଼େ ଓ ଲସି ଭଳି ତରଳ ପଦାର୍ଥ ନିର୍ଗତ ହୋଇଥାଏ।
ଏଥିରେ ସ୍ପର୍ଶ ଉତ୍ତାପ ଓ ସୂଚୀ ଭେଦନବତ ଯନ୍ତ୍ରଣା ସହ ଚର୍ମ କୁଣ୍ଡାଇ ହୋଇ ସ୍ନାୟୁର ଅଗ୍ରଭାଗରେ ଥିବା ସମ୍ବେଦନଶୀଳ ତନ୍ତୁ ବା ରିସେପ୍ଟର ଦ୍ୱାରା ପ୍ରଥମେ ସୃଷ୍ଟି ହୋଇଥାଏ। ସ୍ନାୟୁରେ ଥିବା ”ଅଜମାଇ ରିନେଟଡସି“ ତନ୍ତୁ ମଧ୍ୟରେ ଅନ୍ତର୍ଗାମୀ ଗତି (ଆଫାରେଶଟ ପାଥଡ୍ବେ) ଦେଇ ମେରୁଦଣ୍ଡରେ ଥିବା ସ୍ନାୟୁଗୁଚ୍ଛରେ ପ୍ରବେଶ କରି ଉପରକୁ ଅନୁଭୂତି ସ୍ନାୟୁ ଦ୍ୱାରା ମସ୍ତିଷ୍କରେ ପହଞ୍ଚେ, ପରେ କାର୍ଯ୍ୟବାହୀ ନାଡ଼ି ଦ୍ୱାରା ତା’ର କାର୍ଯ୍ୟ ସମ୍ପାଦକ କରିଥାଏ। ଏହିପରି କିଛି ଦିନ କୁଣ୍ଡାଇବା ଦ୍ୱାରା ସେଠାରେ ବିର୍‌ ବିର୍‌ ପରି ଫଳି ବାହାରି ଆସ୍ତେଆସ୍ତେ ଛିଣ୍ଡି ଫୋଟକା ହୋଇ ପାର୍ଶ୍ୱରେ ଶୁଷ୍କ କାତି ପରି ଚର୍ମ ଛାଡ଼େ ଓ ସେଥିମଧ୍ୟରୁ ଲସି ପରି ତରଳ ପଦାର୍ଥ ନିର୍ଗତ ହୋଇ ଏପରି ଶୁଷ୍କ ଓ ପିଚ୍ଛିଳ ଯାଦୁ ବା ଏକ୍‌ଜିମା ଆକାର ଧାରଣ କରେ। କେତେକ ରୋଗୀଙ୍କ ଦେହସାରା ଶ୍ୱେତବର୍ଣ୍ଣର ମାଛ କାତି ପରି ବାହାରିବା ସହ ପ୍ରବଳ କୁଣ୍ଡାଇ ହୁଏ, ତାହାକୁ ”ସୋରିଆସିସ୍‌“ ବୋଲି କୁହାଯାଏ। କୁଣ୍ଡାଇବା ସହ ଜଳିଯାଉଥିବା ସ୍ଥାନକୁ ”ଡର୍ମାଟାଇଟିସ“ କୁହାଯାଏ।
ସାବଧାନତା: ରୋଗୀ ନିଜ ଲୁଗାପଟା ନିମ୍ବ ପତ୍ର ସିଝା ପାଣି/ ଡେଟଲ ପାଣିରେ ଧୋଇବା ସହ ସଂକ୍ରମିତ ସ୍ଥାନକୁ ମଧ୍ୟ ଦୁଇବେଳା ସଫା କରିବେ। ମାଛ, ମାଂସ, ଅଣ୍ଡା ଇତ୍ୟାଦି ପୁଷ୍ଟିସାର ଖାଦ୍ୟ ବର୍ଜନୀୟ, ଆଣ୍ଟିଫଙ୍ଗଲ ଟେଲକମ୍‌ ପାଉଡର (ହର୍ବାଲ) ଦେହରେ ସିଞ୍ଚନ କରିବେ। ପିଲାମାନେ ଥଣ୍ଡା ପାନୀୟ, କୁଲ୍‌ଫି, ଆଇସ୍‌କ୍ରିମ୍‌ ଖାଇବା ଅନୁଚିତ। ଶୀତଦିନେ ମଶ୍ଚରାଇଜର, ନଡ଼ିଆ ତେଲରେ ଗନ୍ଧକର୍ପୂର ମିଶାଇ ଚାଲ ମୁଗୁରା ତେଲ, ନିମ୍ବ ତେଲ ବା କରଞ୍ଜ ତେଲ ଏଥିମଧ୍ୟରୁ ଗୋଟିଏ ଲଗାଇଲେ କୁଣ୍ଡାଇବା ବନ୍ଦ ହୁଏ। ଚାଷୀ ଭାଇମାନେ ପାଣିରେ ପଶି କାମ କରିବା ପୂର୍ବରୁ ହାତଗୋଡ଼ରେ ସୋରିଷତେଲ/ ନିମ୍ବତେଲ ଲଗାଇବା ପରେ ହାତ ଓ ଗୋଡ଼ରେ ଜରି ବା ଗ୍ଲୋବ୍‌ସ ଓ ଫୁଲ୍‌ ଶୋ ପ୍ଲାଷ୍ଟିକ୍‌ ଯୋତା ଆଣ୍ଠୁ ପର୍ଯ୍ୟନ୍ତ ପିନ୍ଧି କାମ କଲେ ଏହି ରୋଗରୁ ମୁକ୍ତି ପାଇବେ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri