ଚଣ୍ଡିମନ୍ଦିର ପରିଚାଳନା ବିଭ୍ରାଟ ନେଇ ବଢୁଛି ଅସନ୍ତୋଷ: କାର୍ଯ୍ୟକାରୀ ହେଉନି ଦେବୋତ୍ତର କମିଶନରଙ୍କ ଆଦେଶ

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଚଣ୍ଡିଖୋଲର ଚଣ୍ଡିମାତା ମନ୍ଦିର ପରିଚାଳନା କ୍ଷେତ୍ରରେ ଦୀର୍ଘଦିନ ହେବ ବିଭ୍ରାଟ ହେବା ପରେ ଏହାକୁ ନେଇ ଦେବୋତ୍ତର କମିଶନରେ ମାମଲା ରୁଜୁ ହୋଇଥିଲା। କମିଶନର ଏଠାରେ ଗଠିତ ଟ୍ରଷ୍ଟ ବୋର୍ଡକୁ ରଦ୍ଦ କରି ସ୍ଥାୟୀ ପରିଚାଳନା କମିଟି ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ମେ ୨୫ ତାରିଖ କମିଶନର ଦେଇଥିବା ଆଦେଶରେ ନୂଆ ସ୍ଥାୟୀ ଟ୍ରଷ୍ଟ ବୋର୍ଡ ଗଠନ ପର୍ଯ୍ୟନ୍ତ ୩ଜଣିଆ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ଅସ୍ଥାୟୀ ପରିଚାଳନା କମିଟି ମନ୍ଦିର ପରିଚାଳନା କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ହେଲେ ୨ମାସ ବିତିଯାଇଥିଲେ ବି କମିଶନରଙ୍କ ନିର୍ଦ୍ଦେଶ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। କମିଶନର ଦେଇଥିବା ରାୟରେ କଟକସ୍ଥିତ ଡିଭିଜୋନାଲ ଏଣ୍ଡୋମେଣ୍ଟ ଇନ୍ସପେକ୍ଟର, ଦର୍ପଣ ଅତିରିକ୍ତ ତହସିଲଦାର ଓ ବଡ଼ଚଣା ଥାନାଧିକାରୀ ଅସ୍ଥାୟୀ ଭାବେ ମନ୍ଦିରର ପରିଚାଳନା କରିବେ ବୋଲି ଉଲ୍ଲେଖ କରିଛନ୍ତି। ସୂଚନା ଥାଉକି, ଅସ୍ଥାୟୀ ପରିଚାଳନା କମିଟିରେ ଥିବା ୩ଜଣ ସରକାରୀ ଅଧିକାରୀ କମିଶନରଙ୍କ ଆଦେଶ ପାଇ ସାରିଥିଲେ ମଧ୍ୟ ଚଣ୍ଡିମାତା ମନ୍ଦିରକୁ ଆସି ବିଧିବଦ୍ଧ ଭାବେ ପରିଚାଳନା ଦାୟିତ୍ୱ ନେଇନାହାନ୍ତି। ଅପରପକ୍ଷେ ପୂର୍ବ ବିବାଦୀୟ ପରିଚାଳନା କମିଟିର ଟ୍ରଷ୍ଟି ମଧ୍ୟ ଦାୟିତ୍ୱ ହସ୍ତାନ୍ତର କରୁ ନ ଥିବା ଦେଖାଯାଇଛି। ଗତ ୪ବର୍ଷ ହେବ ମନ୍ଦିର ପରିଚାଳନାରେ ଘୋର ବିଭ୍ରାଟ ଲାଗି ରହିଥିବାରୁ ମନ୍ଦିର ପରିବେଶ ଓ ଆଧ୍ୟାତ୍ମିକ ଭାବାବେଗ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପରିଚାଳନାଗତ ତ୍ରୁଟି ଯୋଗୁ ଆଶ୍ରମରେ ଥିବା ଗୋରୁ ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିବା ସହ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏ ସମସ୍ତ କଥା ଜାଣୁଥିଲେ ମଧ୍ୟ ଦେବୋତ୍ତର ବିଭାଗ ଓ ଜିଲା ପ୍ରଶାସନ ଏହି ପୀଠକୁ ସୁପରିଚାଳନା କରିବା ପାଇଁ ମନୋନିବେଶ ନ କରିବା ହଜାର ହଜାର ଆଶ୍ରମ ପ୍ରେମୀ ଓ ପର୍ଯ୍ୟଟକଙ୍କୁ ବ୍ୟଥିତ କରିଛି। ଗତ ୨ମାସ ତଳୁ ଦେବୋତ୍ତର କମିଶନରଙ୍କ ସ୍ଥାୟୀ ପରିଚାଳନା କମିଟି ଗଠନ ପାଇଁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ଇତିମଧ୍ୟରେ ନିଯୁକ୍ତ ଅସ୍ଥାୟୀ କମିଟିର ଗୋଟିଏ ବି ବୈଠକ ବସି ନ ଥିବା ଜଣାପଡ଼ିଛି। ଯଥାଶୀଘ୍ର କମିଶନରଙ୍କ ଆଦେଶ ଅନୁଯାୟୀ ମନ୍ଦିରର ପରିଚାଳନା ପାଇଁ ସ୍ଥାୟୀ ପରିଚାଳନା କମିଟି ଗଠନର ପ୍ରକ୍ରିୟା ଆରମ୍ଭ କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ କମିଟିରେ ଥିବା ବଡ଼ଚଣା ଥାନାଧିକାରୀ ଦୀପକ କୁମାର ଜେନାଙ୍କୁ ପଚାରିବାରୁ, କମିଶନରଙ୍କ ଆଦେଶ ମିଳିଛି। ଦେବୋତ୍ତର ବିଭାଗ ମନ୍ଦିର ପରିଚାଳନା ନେଇ ଯାହା ନିଷ୍ପତ୍ତି ନେବେ ସେଥିରେ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ

ଭଦ୍ରକ ଅଫିସ, ୧୫ା୪: ଭଦ୍ରକ ଜିଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ପୁରୁଣାବଜାର ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ଭାବେ...

୪ ମାସ ହେଲା ଆସୁନି ମଧ୍ୟାହ୍ନଭୋଜନ ଅନୁଦାନ

ବିଞ୍ଝାରପୁର,୨୨ା୭(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକରେ ପ୍ରହସନ ପାଲଟିଛି ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ। ମାସମାସ ଧରି ବିଦ୍ୟାଳୟକୁ ଆସୁନି ମଧ୍ୟାହ୍ନଭୋଜନ ବାବଦ ଅନୁଦାନ। ଫଳରେ ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦେଇ ଦୋକାନୀଙ୍କ...

ବାରିପଦା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ଆସନ୍ତା ମେ’ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ଆସିବେ। ମେ’ ୯ରେ ବାରିପଦା ଏମ୍‌ଏସ୍‌ସିବି ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ...

ଆଜିଠୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ: କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ଯୋଗୁ ଦୀର୍ଘଦିନ ହେବ ସ୍କୁଲ ବନ୍ଦ ରହିଥିଲା। ସୋମବାରଠାରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ସେଥିପାଇଁ ସ୍କୁଲଗୁଡ଼ିକୁ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୪୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୧୩୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ ଜିଲାରୁ ୧୦୬,...

ବିଜେଡି ରାଜ୍ୟ କାର୍ଯ୍ୟାଳୟ ରୂପ ବଦଳିବ

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପ୍ରଥମ ଥର ଲାଗି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବେ। ବିଜେଡି...

ଯୁବକଙ୍କ ପ୍ରାଣ ନେଲା ହାତୀ

ବାରିପଦା ଅଫିସ,୨୦ା୬: ରାଜ୍ୟ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ତଥା ବାଙ୍ଗିରିପୋଷି ବନାଞ୍ଚଳରେ ରବିବାର ରାତିରେ ପୁଣି ଜଣେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି।...

ଆଜି ରାଜଧାନୀରୁ ୨୩୯ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୦୨

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ବୁଧବାର ରାଜଧାନୀରୁ ଆଉ ୨୩୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୩ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୭୬ ସ୍ଥାନୀୟ...

Advertisement
Archives

Model This Week