ଘୋଷଯାତ୍ରା ମଧ୍ୟରେ ହେବ ଶ୍ରୀମନ୍ଦିର ମରାମତି : ୮ ଦିନରେ କାମ ସାରିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୧୪।୬(ବ୍ୟୁରୋ) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ମଧ୍ୟରେ ଶ୍ରୀମନ୍ଦିର ମରାମତି କାମ ହେବ। ଆସନ୍ତା ଜୁଲାଇ ୪ରେ ଘୋଷଯାତ୍ରା ଶେଷ ହେବା ପରେ ୫ ଓ ୬ତାରିଖରେ ଏଏସ୍‌ଆଇ ଟିମ୍‌ ଶ୍ରୀମନ୍ଦିରରେ ସ୍ଥିତି ଅନୁଧ୍ୟାନ କରିବ। ଗର୍ଭ ଗୃହ, ନାଟ୍ୟ ମଣ୍ଡପ, ଭୋଗ ମଣ୍ଡପ, ରୋଷ ଘର ସବୁକିଛି ଅନୁଧ୍ୟାନ ହେବ। ଏହାପରେ ୭ତାରିଖରୁ ଶ୍ରୀମନ୍ଦିର ମରାମତି କାମ ଆରମ୍ଭ ହେବ। ୧୪ତାରିଖ ସନ୍ଧ୍ୟା ସୁଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିରରେ ମରାମତି କାମ ଶେଷ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ବୁଧବାର ଭୁବନେଶ୍ୱରର ଓପେପା ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ବୈଠକ ପରେ ମହାପାତ୍ର ସୂଚନା ଦେଇ କହିଛନ୍ତି, ନୀଳଚକ୍ର ସୁରକ୍ଷିତ ଅଛି। ନୀଳଚକ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ରାସାୟନିକ ବିଶ୍ଳେଷଣ କରାଯିବ। ସେହିପରି ସିଂହଦ୍ୱାରରେ ପଥରରେ ନିର୍ମିତ ସ୍ଥାୟୀ ଜୟ-ବିଜୟ ମୂର୍ତ୍ତି ଲାଗିବ। ବର୍ତ୍ତମାନ ପିତ୍ତଳର ମୂର୍ତ୍ତି ରଖାଯିବ। ଆସନ୍ତା ୧୬ତରିଖରେ ଜୟ-ବିଜୟ ମୂର୍ତ୍ତି ସଂସ୍ଥାପନ କରାଯିବ ବୋଲି ମହାପାତ୍ର ସୂଚନା ଦେଇଛନ୍ତି। ଗର୍ଭଗୃହରେ ଫାଟ ନାହିଁ। କିନ୍ତୁ କେତେଜଣ ସେବାୟତ ଅଭିଯୋଗ କରିଥିଲେ। ତେଣୁ ତାହା ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି। ଦୁଇଦିନ ଧରି ଏଏସ୍‌ଆଇ ଟିମ୍‌ ଅନୁଧ୍ୟାନ କରିବ। ଯେଉଁଠି ଅଧିକ କ୍ଷତି ହୋଇଥିବ, ତାହା ଅଧିକ ଦିନ ଲାଗିପାରେ। ତେବେ ସେମିତି ଅଧିକ କ୍ଷତି ହୋଇ ନ ଥିବା ଆଶା କରାଯାଉଛି ବୋଲି ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ କହିଛନ୍ତି। ବୈଠକରେ ପୂର୍ତ୍ତ ବିଭାଗ ସଚିବ କ୍ରୀଷ୍ଣନ କୁମାରଙ୍କ ସହ ଏଏସ୍‌ଆଇ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ୩୦ ଯାଏ ବଢ଼ିଲା ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ପଞ୍ଜୀକରଣ ଅବଧି

ଭୁବନେଶ୍ୱର, ୩୧।୩(ବ୍ୟୁରୋ): ଯାନବାହନଗୁଡ଼ିକର ଲାଇସେନ୍ସ, ଫିଟ୍‌ନେସ, ପଞ୍ଜୀକରଣ ଓ ଅନ୍ୟାନ୍ୟ କାଗଜପତ୍ରର ଅବଧିକୁ ଆସନ୍ତା ଜୁନ୍‌ ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି। ଫେବୃୟାରୀ ଶେଷ...

ରଜସଂକ୍ରାନ୍ତିରେ ମା’ ମଙ୍ଗଳାଙ୍କ ପୀଠ ଉତ୍ସବମୁଖର

କାକଟପୁର,୧୫ା୬(ଡି.ଏନ୍‌.ଏ.) : ପୁରୀ ଜିଲା କାକଟପୁର ମା’ ମଙ୍ଗଳାଙ୍କ ପୀଠ ରଜସଂକ୍ରାନ୍ତି ଅବସରରେ ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି ଝିଅବୋହୂମାନେ ନୂଆ ବସ୍ତ୍ର ପିନ୍ଧି ମା’ଙ୍କ...

ଭୋଟ ଦେଇପାରିବେ କୋଭିଡ୍‌ ସଂକ୍ରମିତ

ଭୁବନେଶ୍ୱର,୯ା୯(ବ୍ୟୁରୋ)-ଆସନ୍ତା ନଭେମ୍ବର ୨୯ ତାରିଖ ପୂର୍ବରୁ ଓଡିଶାରେ ଖାଲି ରହିଥିବା ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନରେ...

ବକେୟା ଜିଏସ୍‌ଟିଆର୍‌-୧ ରିଟର୍ନ: ୧୦ ସୁଦ୍ଧା ଦାଖଲ କଲେ ହିଁ ଛାଡ଼ହେବ ବିଳମ୍ବ ଶୁଳ୍କ

କଟକ ଅଫିସ,୫।୧: ଜିଏସ୍‌ଟି ଆଇନ ପ୍ରଣୟନ ପରଠାରୁ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ବାକିଥିବା ଜିଏସ୍‌ଟିଆର୍‌-୧ ରିଟର୍ନ ଦାଖଲ ନିମନ୍ତେ ସରକାର ବିଳମ୍ବ ଶୁଳ୍କ ଛାଡ଼ କରିଛନ୍ତି।...

ସରିଲା ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୨୭।୮: ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି। ଭୁବନେଶ୍ୱର ଫରେନ୍‌ସିକ୍‌ ଲ୍ୟାବ୍‌ରେ ଗୁରୁବାର ଏହି ଟେଷ୍ଟ ସରିଛି।...

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଫୋନ, ମେସେଜ ମାମଲା: ବନ୍ଧା ହେଲେ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର,୯।୭(ବ୍ୟୁରୋ)-ମହିଳା କର୍ମଚାରୀଙ୍କୁ ବାରମ୍ବାର ଅଶ୍ଳୀଳ ଭିଡ଼ିଓ ଓ ମେସେଜ ପଠାଇବା ସହ ଚାକିରି ନେଇଯିବାକୁ ଧମକ ଦେବା ଜଣେ ଓଏଏସ୍‌ ଅଫିସରଙ୍କୁ ମହଙ୍ଗା ପଡିଛି। ମହିଳା...

ଆଜି ଶପଥ ନେବେ ହାଇକୋର୍ଟର ନୂତନ ବିଚାରପତି

କଟକ ଅଫିସ,୧୦।୨: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତି ପାଇଥିବା ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀ ସୋମବାର ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟାରେ...

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ମାନ୍ୟତା ଦାବି: ମନ୍ତ୍ରୀ ସଚିବଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ବାଚସ୍ପତିଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର, ୧୨।୩(ବ୍ୟୁରୋ): ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନକୁ ନେଇ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ...

Advertisement

BGU

Archives

Model This Week

Why Dharitri