ଘାରିଲା କରୋନା ଭୟ, ବଢ଼ିଲା ମାସ୍କ ଡିମାଣ୍ଡ

ଭୁବନେଶ୍ୱର,୬।୩(ବ୍ୟୁରୋ): ଚାଇନାରୁ ଏବେ ସାରା ବିଶ୍ୱକୁ ବ୍ୟାପିଚାଲିଥିବା ମାରାତ୍ମକ କରୋନାକୁ ନେଇ ଏବେ ଭାଳେଣି ପଡ଼ିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଓଡ଼ିଶାରେ ମଧ୍ୟ ଏକାଧିକ ସନ୍ଦିଗ୍ଧ ରହିଛନ୍ତି। ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବା ରାଜ୍ୟ ସରକାର ଏବେ ଆହୁରି ତତ୍ପରତା ପ୍ରକାଶ କରିଛି। ରାଜ୍ୟ ସରକାର ଓ ବିଭିନ୍ନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବା ପରେ ଲୋକଙ୍କ ମନରେ ଭୟ ବଢ଼ିଯାଇଛି। ଗାଁଠୁ ସହର ଆତଙ୍କ, ଆଶଙ୍କା ଭିତରେ ଘାରି ହେଉଛନ୍ତି ଲୋକେ। ବିଶେଷକରି ସରକାରଙ୍କ ସତର୍କତା ଓ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମାକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି ଲୋକେ। ଫଳରେ ମାସ୍କ, ସାନିଟାଇଜର ଆଦିର ଡିମାଣ୍ଡ ବଢ଼ିଛି। ଏପରିସ୍ଥିତିରେ ଔଷଧ ଦୋକାନରେ ଏସବୁ ସାମଗ୍ରୀ ପାଇଁ ଭିଡ଼ ଆରମ୍ଭ ହୋଇଥିଲେ ମଧ୍ୟ ଆବଶ୍ୟକ ପରିମାଣର ମହଜୁଦ ନ ଥିବାରୁ ଲୋକେ ନିରାଶ ହେଉଛନ୍ତି। ବିଶେଷକରି ମାସ୍କ ପାଇଁ ଦୋକାନରୁ ଦୋକାନ ବୁଲୁଥିଲେ ମଧ୍ୟ ମାସ୍କ ମିଳୁ ନ ଥିବା ଜଣାପଡିଛି। ଯେଉଁ ଦୋକାନରେ ଅଳ୍ପକିଛି ମହଜୁଦ ରହିଛି ତାହାକୁ ଅଧିକ ଦାମ୍‌ରେ ବିକ୍ରି କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ସେହିଭଳି ଆଗୁଆ ସାନିଟାଇଜର କିଣି ଘରେ ମହଜୁଦ ରଖିବାକୁ ମଧ୍ୟ ଲୋକେ ଲାଗିପଡ଼ିଛନ୍ତି। ଫଳରେ ଏହାର ବିକ୍ରି ବଢ଼ିଯାଇଥିବା ଔଷଧ ଦୋକାନୀମାନେ କହିଛନ୍ତି।
ଏ ନେଇ ବାପୁଜୀନଗରସ୍ଥିତ ରବୀନ୍ଦ୍ର ମେଡିସିନ ଷ୍ଟୋର କର୍ତ୍ତୃପକ୍ଷ କହିଛନ୍ତି, ଦୋକାନରେ ମାସ୍କ ଯାହା ଥିଲା ସବୁ ବିକ୍ରି ହୋଇସାରିଛି। ଅର୍ଡର ଦିଆଯାଇଥିଲେ ମଧ୍ୟ ମାସ୍କ ଆସିବାରେ ବିଳମ୍ବ ହେବ ବୋଲି ଡିଲର ଜଣାଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ସେବା ଓ ଆଶୀର୍ବାଦ ମେଡିକାଲ ଷ୍ଟୋର୍‌ର ମିଥୁନ ଓ ସଞ୍ଜୟ କହିଛନ୍ତି, ହଠାତ୍‌ ଲୋକଙ୍କ ଡିମାଣ୍ଡ ବଢ଼ିବାରୁ ମାସ୍କ ଅଭାବ ଦେଖାଦେଇଛି। ଅଧିକ ମାସ୍କ ରଖି ନ ଥିବାରୁ ଲୋକେ ଫେରୁଛନ୍ତି। ମାସ୍କ ଅର୍ଡର କରିବାରୁ ଡିଲର ଦର ବଢ଼ିଥିବା କହୁଛନ୍ତି। ଯେଉଁମାନେ ଅଧିକ ଦାମ୍‌ ଦେଇ କିଣୁଛନ୍ତି, ସେମାନେ ତ ଗ୍ରାହକଙ୍କଠାରୁ ଅଧିକ ଦର ହିଁ ନେବେ। ସେହିପରି ବମିଖାଲ କେନାଲ ରୋଡ୍‌ରେ ଥିବା ଆପୋଲୋ ଫାର୍ମାସୀ କର୍ତ୍ତୃପକ୍ଷ କହିଛନ୍ତି, ମାଷ୍ଟର କ୍ୟାଣ୍ଟିନ୍‌ରେ ଥିବା ଡିପୋରୁ ନିୟମିତ ଭାବେ ମାସ୍କ ଆସେ ଓ ବିକ୍ରି ହୁଏ। ହେଲେ ଡିପୋରେ ମାସ୍କ ଷ୍ଟକ୍‌ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri