ଘାରିଛି ଅଭିନୟ ନିଶା

ସତରେ ଅଭିନୟ ନିଶା କେତେ ଗାଢ଼ ତାହା ଅନୁଭବୀ ହିଁ ଜାଣେ। ମେକ୍‌ଅପ୍‌ ନେଇ ମଞ୍ଚ ଉପରେ ପୁଣି ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଜୀବନ୍ତ ଅଭିନୟ ସହଜ କଥା ନୁହେଁ। ହେଲେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇ ଅପେରା ମଇଦାନକୁ ଓହ୍ଲାଇଛନ୍ତି ନବାଗତ ଅଭିନେତା ଆକାଶ ନାୟକ। ଗତବର୍ଷ ସାର୍ଥକ ଗଣନାଟ୍ୟରୁ ତାଙ୍କର ଆରମ୍ଭ ହୁଏ ଜଲିଉଡ୍‌ କ୍ୟାରିୟର। ଆଉ ଏବର୍ଷ ନବଗଠିତ ତଥା ହାଇବଜେଟ୍‌ ଅପେରା ପାର୍ଟି ‘ସୂର୍ଯ୍ୟମନ୍ଦିର’ରେ ନିଜକୁ ସାମିଲ କରିଛନ୍ତି ସେ। କେବଳ ସେତିକି ନୁହେଁ, ମିଳିଥିବା ଭୂମିକାରେ ସେ ଦର୍ଶକଙ୍କୁ ପ୍ରଭାବିତ କରି ସାଉଁଟି ଚାଲିଛନ୍ତି ସଫଳତା। ବାଲେଶ୍ୱର ଔପଦା ଅନ୍ତର୍ଗତ ସତ୍ୟପୁର ଗ୍ରାମରେ ଆକାଶଙ୍କ ଜନ୍ମ। ବିଜ୍‌ନେସ ମ୍ୟାନେଜମେଣ୍ଟରେ ଡିିଗ୍ରୀ ହାସଲ ପରେ ବମ୍ବେରେ ସେ ଚାକିରି କରନ୍ତି। ତା’ସହ କ୍ରାଇମ ପାଟ୍ରୋଲ ସିରିଏଲ୍‌ରେ କେତୋଟି ଏପିସୋଡ୍‌ରେ ତାଙ୍କୁ ଅଭିନୟ କରିବାର ସୁଯୋଗ ମିଳେ। ତା’ପରେ ସେ ଫେରିଆସନ୍ତି ଜନ୍ମସ୍ଥାନ ଓଡ଼ିଶାକୁ। ଓଡ଼ିଆ ଧାରାବାହିକ ‘ତୋ ପାଇଁ ମୁଁ, ଆମ ଘର ଲକ୍ଷ୍ମୀ ଏବଂ ହରର ଜୋନ୍‌’ରେ ଅଭିନୟ କରିବା ପରେ ତାଙ୍କୁ ସୁଯୋଗ ମିଳେ ଅପେରା ଜଗତରେ। ଚଳିତ ଯାତ୍ରା ସିଜନରେ ଅପେରା ସୂର୍ଯ୍ୟମନ୍ଦିର ପରିବେଷିତ ନାଟକ ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’ରେ ଦୃଷ୍ଟିହୀନ ସାନ ଭାଇ ବିଜୁ, ‘ପୁଅ ଯିବ ଶାଶୁ ଘର’ରେ ହୁଣ୍ଡା ଭାଇ ଦୀପୁ ଏବଂ ‘ପ୍ରେମିକର ନଁ। ଚନ୍ଦ୍ରାଭାଗା’ରେ ଧର୍ମପଦ ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିଛି। ‘ଅପେରା ଜଗତରେ ପ୍ରବେଶ କରିବାକୁ ମୋର ସ୍ବପ୍ନ ଥିଲା। ଏହି ରାସ୍ତା ବେଶ୍‌ ଜଟିଳ ବୋଲି ଅନେକ କହିଥିଲେ। ହେଲେ ନିଜ ଉପରେ ଶତ ପ୍ରତିଶତ ବିଶ୍ୱାସ ରଖି ମୁଁ ଆସିଛି। ଅପେରା ସୂର୍ଯ୍ୟମନ୍ଦିରର ପରିଚାଳକ ବଙ୍କିମ ସ୍ବାଇଁ ମୋତେ ଯେଉଁ ସୁଯୋଗ ଦେଇଛନ୍ତି ସେଥିପାଇଁ ତାଙ୍କ ନିକଟରେ ମୁଁ ଚିରଋଣୀ ଏବଂ ତାଙ୍କୁ ପ୍ରଶଂସା କରିବାକୁ ମୋ ନିକଟରେ ଭାଷା ନାହିଁ। ଭୂମିକାଟି ଯେପରି ହେଉଥାଉ ନା କାହିଁକି ତାକୁ ମୁଁ ସବୁବେଳେ ବେଶ୍‌ ଗୁରୁତ୍ୱର ସହ ନେଇଥାଏ ବୋଲି କହନ୍ତି ଆକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri