ଘସିପୁରା ଥାନା ମହିଳା ଏସ୍‌ଆଇଙ୍କୁ ଆକ୍ରମଣ

ଆନନ୍ଦପୁର,୨୫।୧(ଡି.ଏନ.ଏ): କେନ୍ଦୁଝର ଜିଲା ଘସିପୁରା ଥାନାର ଜଣେ ମହିଳା ଏସ୍‌ଆଇଙ୍କୁ ପଦନପୁର ଗ୍ରାମରେ ଆକ୍ରମଣ ହୋଇଛି। ଗୁରୁବାର ସନ୍ଧ୍ୟାରେ ପଦନପୁର ଗ୍ରାମକୁ ଏକ ପାରିବାରିକ ବିବାଦ ମାମଲାର ଅନୁସନ୍ଧାନ ପାଇଁ ଯାଇଥିବା ବେଳେ ତାଙ୍କ ଉପରେ ଏଭଳି ଆକ୍ରମଣ ହୋଇଥିଲା।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର କମଳଲୋଚନ ରାଉତଙ୍କ ପୁଅ ପଦ୍ମଲୋଚନ ଯାଜପୁର ଜିଲା ସୁକିନ୍ତା ଗ୍ରାମର ବିଳାଶ ବେଉରାଙ୍କ ଝିଅ ପଦ୍ମିନୀକୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ଘସିପୁରା ଥାନାରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଏସଆଇ ଅନୁସୟା ସେଠୀ ପୋଲିସ ବାହିନୀ ସହ ଗାଁରେ ପହଞ୍ଚିଥିଲେ। ତେବେ ଦୁଇ ପରିବାର ସଦସ୍ୟଙ୍କ ସହ ଆଲୋଚନା ଚାଲିଥିବା ବେଳେ ହଠାତ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ସମୟରେ ଏସଆଇ ସେଠୀଙ୍କୁ ଜଣେ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଚିକତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ଘସିପୁରା ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଆନନ୍ଦପୁର ଏସଡିପିଓ ବିଦ୍ୟୁତ୍‌ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳଦେବଜୀଉ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଲାଗୁ

କେନ୍ଦ୍ରାପଡ଼ା ଅଫିସ,୨୪ା୬: କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।  ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ...

ଆଜି ପବିତ୍ର ଶାମ୍ବ ଦଶମୀ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଆଜି ପବିତ୍ର ଶାମ୍ବ ଦଶମୀ । ଏହି ଦିନ ସୂର୍ଯ୍ୟ ଦେବତାଙ୍କ ପୂଜା କରାଯାଏ । ଏ ନେଇ ପ୍ରାତଃରୁ ଚନ୍ଦ୍ରଭାଗା ତଟରେ ଶ୍ରଦ୍ଧାଳୁ...

ଆଇସିୟୁରେ ବିଜୟ ମହାନ୍ତି

ଭୁବନେଶ୍ୱର,୨୭ା୫(ବ୍ୟୁରୋ)- ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଆଇସିୟୁରେ...

ମହାକାଳପଡ଼ାରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଇସ୍ପାତ ପ୍ରକଳ୍ପ, ସ୍ଥିତି ପରଖିଲେ ୫-ଟି ସଚିବ

ମହାକାଳପଡ଼ା,୨୭ା୪(ଡି.ଏନ୍‌.ଏ.): ଚଳିତ ମାସ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କରିଥିଲେ। ଏହି...

ଅମ୍ଫନ୍‌ର ପ୍ରଭାବରେ ବର୍ଷା, ପବନ ଜାରି: ଜନଜୀବନ ବ୍ୟାହତ

କେନ୍ଦୁଝର/ରାଇସୁଆଁ ,୨୦ା୫(ସ୍ବ.ପ୍ର./ଡିଏନଏ): ସାମୁଦ୍ରିକ ଝଡ଼ ଅମ୍ଫନ୍‌ର ପ୍ରଭାବରେ କେନ୍ଦୁଝର ଜିଲାରେ ମଙ୍ଗଳବାର ରାତିରୁ ବର୍ଷା ଓ ପବନ ଜାରି ରହିଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି।...

ଦଶ ଚକିଆ ଟ୍ରକ୍‌ରୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

କେନ୍ଦୁଝର,୧୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦରଥାନା ଅନ୍ତର୍ଗତ ଠାକୁରଡ଼ିହି ଛକ ନିକଟରୁ ଏକ ଦଶ ଚକିଆ ଟ୍ରକରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ...

ବନ୍ଦ କୋଠରିରୁ ଭାଉଜ, ଦିଅରଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର/ପାଟଣା,୧୩।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ନୂଆବନ୍ଧ ଗ୍ରାମର ଏକ ବନ୍ଦ ଘରୁ ସୋମବାର ସକାଳେ ଦୁଇ ଜଣଙ୍କ ମୃତଦେହ କବାଟ ଭାଙ୍ଗି ଉଦ୍ଧାର...

୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଘଟଣା: କିଣ୍ଡୋଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୪।୨(ବ୍ୟୁରୋ): ଜାଲ୍‌ କାଗଜପତ୍ର ଦେଇ ବିଭିନ୍ନ ସଂସ୍ଥାରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକ କିଣ୍ଡୋ ଫେରାର ଅଛନ୍ତି। ସେ...

Advertisement
Archives

Model This Week