ଘର ସଜାଉଥିଲେ

ଘର ସଜାଇବାର ସଉକ ଥିଲେ ଦାମୀ ଫର୍ନିଚର କିମ୍ବା ଡେକୋରେଟିଭ୍‌ ସାମଗ୍ରୀ ରଖିବା ଯେ ନିହାତି ଆବଶ୍ୟକ ତା’ ନୁହେଁ ବରଂ କମ୍‌ ବଜେଟରେ ଓ୍ବାଲ୍‌ ଡେକୋରେଶନ ବି ଆପଣଙ୍କ ଘରକୁ ଦେଇପାରିବ ଆକର୍ଷଣୀୟ ଲୁକ୍‌…

– ଘରର କାନ୍ଥ ସଜାଇବା ଲାଗି ବିଭିନ୍ନ ପ୍ରକାର ଟାଇଲ ବ୍ୟବହାର କରିପାରିବେ। ଏହା ଓ୍ବାନ୍‌ ଟାଇମ୍‌ ଇନ୍‌ଭେଷ୍ଟମେଣ୍ଟ। ହେଲେ ଆହୁରି କମ୍‌ ଖର୍ଚ୍ଚରେ କାନ୍ଥ ସଜାଇବାକୁ ଚାହୁଁଥିଲେ ମାର୍କେଟ୍‌ରେ ମିଳୁଥିବା ବିଭିନ୍ନ ପ୍ରକାର ଓ୍ବାଲ୍‌ ପେପର ଲଗାଇପାରିବେ।
– ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌ ଲଗାଇବାକୁ ଚାହୁଁଥିଲେ ବିଭିନ୍ନ ପେଣ୍ଟିଂ ଲଗାଇପାରିବେ। ଘରେ ଥିବା ପୁରୁଣା ଫଟୋ ଫ୍ରେମ୍‌ରେ କୌଣସି ସୁନ୍ଦର ପ୍ରିଣ୍ଟେଡ୍‌ ଓ୍ବାଲ୍‌ପେପର, କ୍ୟାଲେଣ୍ଡର ଆଦି କାଟି ମଧ୍ୟ ପୁନର୍ବାର ବ୍ୟବହାର କରିପାରିବେ। ନିଜେ ମଧ୍ୟ ପେଣ୍ଟିଂ କିମ୍ବା ପ୍ୟାଚ୍‌ ଓ୍ବାର୍କ କରି କାନ୍ଥରେ ଲଗାଇପାରିବେ। ବିଶେଷକରି ଲିଭିଂ ଏବଂ ଷ୍ଟଡି ରୁମ୍‌ ଓ୍ବାଲ୍‌ ଡେକୋରେଶନ ଲାଗି ଏସବୁ ବେଶି ସୁନ୍ଦର ଲାଗିବ।
– ଆପଣଙ୍କର ଆର୍ଟ କିମ୍ବା କ୍ରାଫ୍ଟ ଓ୍ବାର୍କ ଉପରେ ଜ୍ଞାନ ଥିଲେ କମ୍‌ ବଜେଟରେ ଘର ସଜାଇବା ଖୁବ୍‌ ସହଜ ହେବ। ଆପଣ ଥର୍ମୋକୁଲ୍‌ କିମ୍ବା ଆଇସ୍‌କ୍ରିମ୍‌ ଷ୍ଟିକ୍‌ରେ ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌, ଫ୍ଲାଓ୍ବାର ଭେସ୍‌ ପ୍ରସ୍ତୁତକରି ସେଥିରେ ସୁନ୍ଦର ରଙ୍ଗର ଫୁଲ ରଖିପାରିବେ। ଏହା ମଧ୍ୟ ଆପଣଙ୍କ ଘରର ଇଣ୍ଟେରିୟରକୁ ଅଧିକ ସୁନ୍ଦର କରିବ।
– ଡ୍ରଇଂ ରୁମ୍‌, ବଡ଼ ହଲ୍‌ କିମ୍ବା ବାରଣ୍ଡାକୁ ରୟାଲ ଲୁକ୍‌ ଦେବାକୁ ଚାହୁଁଥିଲେ ନିଜର କୌଣସି ସୁନ୍ଦର ଶାଢ଼ି କିମ୍ବା ଏମ୍ବ୍ରୋଡୋରି, ବୁଣା ହୋଇଥିବା ଅବା ଅନ୍ୟ କାମ ହୋଇଥିବା କପଡ଼ାକୁ ବଡ଼ ଓ ଲମ୍ବା କାର୍ଡ ବୋର୍ଡ ଉପରେ ଲଗାଇ କାନ୍ଥରେ ଟଙ୍ଗାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri