ଘର ତିଆରି ବିଲ୍‌ ପାଇଁ ଲାଞ୍ଚ ଘଟଣା:କାର୍ଯ୍ୟାନୁଷ୍ଠାନ ପାଇଁ ବିଡିଓଙ୍କ ସୁପାରିସ

କାମାକ୍ଷାନଗର, ୨।୧୧(ଡି.ଏନ.ଏ.)

ଲାଞ୍ଚ କାରବାର ସମ୍ପର୍କିତ ମୋବାଇଲ ରେକର୍ଡିଂ ବାର୍ତ୍ତାଳାପ ଭାଇରାଲ ହେବା ପରେ ଅଡୁଆରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସୋଗର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସୁଶାନ୍ତି ସେଠୀ। ଲାଞ୍ଚ କାରବାରରେ ତାଙ୍କର ସମ୍ପୃକ୍ତି ଥିବା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଥିବାବେଳେ ଏ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ବିଡିଓ ବିକାଶ କୁମାର ମହାନ୍ତିଙ୍କ ହାତରେ ଲାଗିଛି। ଏହା ପରେ ପିଇଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଡିଓ ପିଡି ଡିଆର୍‌ଡିଏଙ୍କ ନିକଟକୁ ପତ୍ର ଲେଖିଛନ୍ତି।
ଅନ୍ୟପଟେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଶୁକ୍ରବାର ପିଇଓ ଅଭିଯୋଗକାରୀଙ୍କ ନିକଟରେ ପହଞ୍ଚତ୍ଥିଲେ। ଏଥିସହ ନିଜର ଦୋଷ ଲୁଚାଇବାକୁ ପଛୁଆ ତାରିଖ (୧୫ା୫ା୨୦୧୯)ରେ କାର୍ଯ୍ୟାଦେଶ (ନଂ.୯୬୮) ପ୍ରଦାନ କରିଥିଲେ। ନିଜର ଭୁଲ ସ୍ବୀକାର କରିବା ସହ ଗୃହ ନିର୍ମାଣ ସମ୍ପର୍କିତ ତୃତୀୟ କିସ୍ତି ବାବଦକୁ ୪୦ ହଜାର ଟଙ୍କା ତୁରନ୍ତ ବିଲ୍‌ ପୈଠ ପାଇଁ ଫଟୋ ଉଠାଇଥିଲେ। ଏହାକୁ ବିଭାଗୀୟ ଅଧିକାରୀଙ୍କ ଜରିଆରେ ବିଡିଓଙ୍କ ନିକଟକୁ ପଠାଇଥିଲେ। ଏ ନେଇ ବିଡିଓ କୁହନ୍ତି, ଘଟଣାର ତଦନ୍ତ କରାଯାଇଛି। ପିଇଓ ନିଜକୁ ବଞ୍ଚାଇବାକୁ ଯାଇ ମିଛ କହୁଛନ୍ତି। ଲାଞ୍ଚ କାରବାରରେ ତାଙ୍କର ସମ୍ପୃକ୍ତି ଥିବା ବଳିଷ୍ଠ ପ୍ରମାଣ ମିଳିଛି। କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଅଭିଯୋଗ ଅନୁଯାୟୀ, ସୋଗରପାଟଣା ସାହିର ଦିବ୍ୟାଙ୍ଗ ହିମାଂଶୁ ସ୍ବାଇଁଙ୍କ ସ୍ତ୍ରୀ ରଶ୍ମିତାଙ୍କ ଆବାସ ଯୋଜନା ଗୃହ ନିର୍ମାଣ ସମ୍ପର୍କିତ ଶେଷ କିସ୍ତି ବିଲ୍‌ ପାଇଁ ପିଇଓ ଟଙ୍କା ଦାବି କରିଥିଲେ। ଏଥିସହ ପୂର୍ବରୁ ୩ ହଜାର ଟଙ୍କା ମଧ୍ୟ ନେଇଥିଲେ। ଏପରି କି ହିତାଧିକାରୀ ୨ କିସ୍ତିରେ ୫୦ ହଜାର ଟଙ୍କା ସରକାରଙ୍କଠାରୁ ପାଇସାରିଥିବାବେଳେ ଏଯାଏ ତାଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇନାହିଁ। ପିଇଓ ଏବଂ ହିତାଧିକାରୀଙ୍କ ମଧ୍ୟରେ ହୋଇଥିବା ଏ ସମ୍ପର୍କିତ ସମସ୍ତ କଥାବାର୍ତ୍ତା ମୋବାଇଲ ଫୋନ୍‌ରେ ରେକର୍ଡିଂ ହୋଇଛି, ଯାହାକୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତାରେ ରଶ୍ମିତା ବିଡିଓଙ୍କୁ ଶୁଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଜରେ ଭିଜିବ ଓଡ଼ିଶା: ଆସନ୍ତା ୩ ଦିନ ଯାଏ ଝଡ଼ ପବନ, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୧ା୬ (ସୌମ୍ୟରଞ୍ଜନ ରାଉତ):ରଜରେ ଭିଜିବ ଓଡ଼ିଶା। ତାତିରୁ ମିଳିବ ମୁକ୍ତି, ବର୍ଷା ଆଣୁଛି ଆଶ୍ୱସ୍ତି। ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ…

ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର,୧୧ା୬(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ନିୟମଗିରିକୁ ପୁଣି ଫେରିଲେ ହାତୀପଲ, କଦଳୀ ବଗିଚା ନଷ୍ଟ କରିବା ସହ…

କଲ୍ୟାଣସିଂହପୁର,୧୧ା୬(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳକୁ ପୁଣି ଫେରିଛନ୍ତି ହାତୀପଲ। କଲ୍ୟାଣସିଂହପୁର ବ୍ଲକ ପାର୍ସଲି ପଞ୍ଚାୟତର ଲମ୍ବା ନ୍‌ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ବୁଧବାର…

ଦୁର୍ଦ୍ଦାନ୍ତ ଅପରାଧୀ ପପୁଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଆପରାଧିକ କାଣ୍ଡ ଘଟାଇବାକୁ ଯୋଜନାବେଳେ…

ଭଦ୍ରକ,୧୧ା୬(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପଙ୍କୁ ଏନ୍‌କାଉଣ୍ଟର କରିଛି। ପପୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ କଟକ…

ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ, ତୁରନ୍ତ କାର୍ଯ୍ୟ ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

ମହାକାଳପଡ଼ା,୧୧ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ବ୍ଲକ ସଭା ଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି…

ଘରେ ଶୋଇଥିବାବେଳେ ଲାଗିଲା ନିଆଁ, ଜଳିଗଲା ସ୍ପେୟାର ପାଟର୍‌ସ ଦୋକାନ ସହ ଦୋକାନୀଙ୍କ ଘର

ନନ୍ଦପୁର/ପାଡୁଆ,୧୧ା୬(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): କାଳବୈଶାଖୀ ପ୍ରଭାବରେ ଗଛ ଉପୁଡ଼ି କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ଥିବାବେଳେ ବୁଧବାର ରାତିରେ ପାଡୁଆ ବଜାରରେ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri