ଘରୋଇ ବସ୍‌ରେ ବାର୍ଷିକ ଯାଉଛନ୍ତି ୨୦.୪୪ କୋଟି ଯାତ୍ରୀ

ପୁରୀ ଅଫିସ, ୧୨।୨:ଯାତ୍ରୀ ପରିବହନ ଏକ ସେବା। ବସ୍‌ ମାଲିକମାନେ ଏହିଭଳି ଏକ ସେବା ଯୋଗାଇ ଆସୁଛନ୍ତି। ଓଡ଼ିଶାର ଘରୋଇ ବସ୍‌ଗୁଡ଼ିକ ବର୍ଷକ ମଧ୍ୟରେ ୨୩୩ କୋଟି ୬୦ ଲକ୍ଷ କିଲୋମିଟର ଯାତ୍ରା କରି ୨୦.୪୪ କୋଟି ଯାତ୍ରୀ ପରିବହନ କରିଥାନ୍ତି। ୨ଲକ୍ଷ ୫୬ ହଜାର ବ୍ୟକ୍ତିଙ୍କ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭରଣ ପୋଷଣା ବ୍ୟବସ୍ଥା କରିଥାନ୍ତି, ଯାହାକି ଏକ ବୃହତ୍ତର ସେବା। ପୁରୀ ମୋଚିସାହି ଛକସ୍ଥିତ ପୌରସଂସ୍ଥା କଲ୍ୟାଣ ମଣ୍ଡପ ପରିସରରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ରାଜ୍ୟ ବସ୍‌ ମାଲିକ ସଂଘର ଦୁଇଦିନିଆ ସମ୍ମିଳନୀରେ ଏହି ମତପ୍ରକାଶ ପାଇଛି। ରାଜ୍ୟ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମନମୋହନ ସାମଲ, ସଞ୍ଜୟ ଦାସବର୍ମା ଏବଂ ବିଧାୟକ ପ୍ରଦୀପ କୁମାର ମହାରଥୀ ଅତିଥି ଭାବେ ଯୋଗଦେଇଥିଲେ।
ଅତିଥିମାନେ ବକ୍ତବ୍ୟ ରଖି କହିଥିଲେ, ବର୍ତ୍ତମାନ ବସ୍‌ମାଲିକମାନେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ସରକାର ମୋଟର ଭେଇକ୍ଲି ଆକ୍ଟରେ ସଂଶୋଧନ ଆଣିବା ଫଳରେ ଏହାର ପ୍ରଭାବ ବି ପଡ଼ିିଛି। ସେହିପରି ଜିଏସ୍‌ଟି ଏବଂ ବୀମା ଆଦିର ବୋଝ ମାଲିକମାନଙ୍କୁ ଅଣନିଃଶ୍ୱାସୀ କରିଦେଉଛି। ଜିଏସ୍‌ଟି ଲାଗୁ ପରେ ସିଧାସଳଖ ଅର୍ଥନୈତିକ ବୋଝ ପଡ଼ିିଛି। ଏଥିସହ ନୂଆ ନୂଆ ରେଗୁଲେଶନ ପରେ ଅନେକ ଚ୍ୟାଲେଞ୍ଜ ବି ଆସିଛି। ଏ ସବୁକୁ ମୁକାବିଲା କରିବା କଷ୍ଟକର ହେଉଛି। ତଥାପି ବସ୍‌ ମାଲିକମାନେ ଯାତ୍ରୀ ପରିବହନକୁ ସେବା ଭାବି ଏହାକୁ ଆଗେଇ ନେଉଛନ୍ତି। ଅପରପକ୍ଷେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ସଂଘ ପକ୍ଷରୁ କେତେକ ଦାବି ଉପସ୍ଥାପନ କରାଯିବ। ଏଥିପାଇଁ ନିରନ୍ତର ସଂଗ୍ରାମ ଦରକାର। ବ୍ୟକ୍ତିଗତ ସ୍ବାର୍ଥକୁ ଭୁଲି ସମସ୍ତେ ସାମୂହିକ ସ୍ବାର୍ଥକୁ ଅଗ୍ରାଧିକାର ଦେବାକୁ ହେବ ବୋଲି ଅତିଥିମାନେ କହିଥିଲେ। ସମ୍ମିଳନୀ ଉଦ୍‌ଘାଟନ ପରେ ସ୍ମରଣିକା ଉନ୍ମୋଚନ ଏବଂ ଦିବଂଗତ ବସ୍‌ ମାଲିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାପରେ ସଂଘ କର୍ମକର୍ତ୍ତାମାନେ ବକ୍ତବ୍ୟ ରଖିଥିଲେ। ବର୍ତ୍ତମାନ ସେମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଉପସ୍ଥାପନ କରିଥିଲେ। ପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଏହି ସମ୍ମିଳନୀ ବୁଧବାର ଉଦ୍‌ଯାପନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri