ଭୁୁବନେଶ୍ୱର, ୫।୭(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଯୁକ୍ତ୨ ସାଇନ୍ସ କଲେଜ ହଷ୍ଟେଲରେ ଜଣେ ଛାତ୍ରଙ୍କ ମୃତଦେହ ବୁଧବାର ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ମୃତ ଛାତ୍ର ଜଣକ ହେଲେ ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ରଞ୍ଜିତ ରାଉତ(୧୮)। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ବାପା ହିଟ୍ଲର ରାଉତ ଅଭିଯୋଗ ଆଣିଛନ୍ତି। ମାତ୍ର ପୋଲିସ ଏହାକୁ ହତ୍ୟା ବୋଲି ମାନିବାକୁ ନାରାଜ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ହେଲେ ଏଯାଏ ପୋଲିସ କଲେଜ କର୍ତ୍ତୃପକ୍ଷ, ହଷ୍ଟେଲର କର୍ମଚାରୀ କିମ୍ବା ଅନ୍ୟ ଛାତ୍ରମାନଙ୍କୁ କାହିଁକି ପଚରାଉଚରା କରୁନି ତାହାକୁ ନେଇ ରଞ୍ଜିତଙ୍କ ବାପା ସନ୍ଦେହ ପ୍ରକାଶ କରିଛନ୍ତି। ମାମଲାକୁ ଚାପିବାକୁ କଲେଜ କର୍ତ୍ତୃପକ୍ଷ ଓ ପୋଲିସ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ହେଲେ ପାରିପାର୍ଶ୍ୱିକ ସ୍ଥିତି ଓ ପୂରା ଘଟଣାକ୍ରମକୁ ଦେଖିଲେ ନାନା ରହସ୍ୟ ଲୁଚି ରହିଥିବାବେଳେ ପୋଲିସ କ’ଣ ପାଇଁ ଏଡାଇଛି ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ଗୁରୁବାର ମୃତ ଛାତ୍ରଙ୍କ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚତ୍ଥିଲେ। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପରିବାର ଲୋକେ ସତ୍ୟନଗର ଶ୍ମଶାନରେ ମୃତଦେହର ସତ୍କାର କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନାନୁସାରେ, ରଞ୍ଜିତ ଯୁକ୍ତ୨ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। କଲେଜରେ ରିଆଡ୍ମିଶନ ପାଇଁ ଟଙ୍କା ଦରକାର ବୋଲି ୭ଦିନ ହେବ ପରିବାର ଲୋକଙ୍କୁ କହିଥିଲେ। ୫ଦିନ ତଳେ ଟଙ୍କା ପାଇଁ ସେ ଘରକୁ ଯାଇଥିଲେ। ତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଟଙ୍କା ଯୋଗାଡ଼ ହୋଇପାରି ନ ଥିଲା। ବାପା ହିଟ୍ଲର ରଞ୍ଜିତଙ୍କୁ ବୁଝାଇ ଟ୍ରେନରେ ବସାଇ ଦେଇଥିଲେ। ପୂର୍ବାହ୍ନ ୧୧ଟା ୩୦ରେ ରଞ୍ଜିତଙ୍କୁ ଫୋନ୍ କରି ହଷ୍ଟେଲରେ ଭଲରେ ପହଞ୍ଚତ୍ଥିବା ଜାଣିଥିଲେ। ଖାଇ ଦେଇ ଟିକେ ବିଶ୍ରାମ ନେବାକୁ ବାପା କହିଥିଲେ। ଏହାପରେ ଦିନ ୧ଟାରେ ମଧ୍ୟ ରଞ୍ଜିତ ବାପାଙ୍କ ସହ କଥା ହୋଇଥିଲେ। ହେଲେ ହଠାତ୍ ଅପରାହ୍ନ ପ୍ରାୟ ୪ଟାରେ କଲେଜ ହଷ୍ଟେଲ କର୍ତ୍ତୃପକ୍ଷ ବାପାଙ୍କୁ ଫୋନ୍ କରି ରଞ୍ଜିତଙ୍କ ଦେହ ଅସୁସ୍ଥ ଥିବା ଜଣାଇଥିଲେ। ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚତ୍ ପୁଅର ମୃତ୍ୟୁ ହୋଇଥିବା ଦେଖି ଚକିତ ହୋଇଯାଇଥିଲେ। ସେଠାରେ କଲେଜ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ଥାନାର ପୋଲିସ ନ ଥିଲେ। ଫାଣ୍ଡି ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ଗୃହରେ ରଖିଥିଲା।
ରଞ୍ଜିତଙ୍କ ରୁମ୍ମେଟ୍ଙ୍କ କହିବାନୁଯାୟୀ, ରଞ୍ଜିତ ହଷ୍ଟେଲକୁ ଫେରିବା ପରେ ମନଦୁଃଖରେ ଥିଲେ। ଦିନ ୧୨ଟାରେ ଖାଇବା ପରେ ଏକାକୀ ବସିଥିଲେ। ରୁମ୍ମେଟ୍ ଶୋଇପଡ଼ିଥିଲେ। ଏହି ସମୟରେ ରଞ୍ଚିତ ଏକ ଗାମୁଛାକୁ ବେକରେ ବାନ୍ଧି ଝରକା ରଡରେ ଝୁଲି ଆତ୍ମହତ୍ୟା କରିଥିଲେ। କିନ୍ତୁ ଏପରି କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରଞ୍ଜିତଙ୍କ ପରିବାର ଲୋକେ। ରୁମ୍ମେଟ୍ ଘରେ ଥିବାବେଳେ ରଞ୍ଜିତ କିପରି ଝରକା ପାଖକୁ ଯାଇ ଅତ୍ମହତ୍ୟା କଲେ ଓ କିଛି ବି ଶବ୍ଦ ସେ ଶୁଣିପାରିଲେ ନାହିଁ ତାହାକୁ ନେଇ ସେମାନେ ସନ୍ଦେହ କରିଛନ୍ତି। ଏପରିକି ଝରକା ନିକଟରେ ଆଣ୍ଠୋଇବା ଅବସ୍ଥାରେ ରଞ୍ଜିତଙ୍କୁ ଉଦ୍ଧାର କରାଯାଇଥିଲା। ଏପରି ଅବସ୍ଥାରେ କ’ଣ କେହି ମରିପାରିବ ବୋଲି ପରିବାର ଲୋକେ ପ୍ରଶ୍ନ କରିବା ସହ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି କହିଛନ୍ତି। ପୋଲିସ ଠିକ୍ ତଦନ୍ତ କଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ମୃତ ରଞ୍ଜିତଙ୍କ ବାପା ହିଟଲର କହିଛନ୍ତି।
ଏନେଇ ମଞ୍ଚେଶ୍ୱର ଥାନା ଅଧିକାରୀ ଜିତେନ୍ଦ୍ରନାଥ ସେଠୀ କହିଛନ୍ତି, ଏହା ଏକ ସ୍ପଷ୍ଟ ଆତ୍ମହତ୍ୟା। ହେଲେ ରଞ୍ଜିତଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବାରୁ ଏହା ଆଧାରରେ ତଦନ୍ତ କରୁଛୁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ନିଜର ଚମତ୍କାରୀ ବ୍ୟାଟ୍କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍…
ନୂଆଦିଲ୍ଲୀ,୯।୪: ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…
୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…
ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…
ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ
ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…
ଅପେକ୍ଷାର ଅନ୍ତ! ରୟାଲ ଏନ୍ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍, ଜବରଦସ୍ତ ଫିଚର ସହ ମୂଲ୍ୟ…
ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…
ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!
ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…
ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍
କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…
କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…
ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…
‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ
ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…
Archives

