Posted inଖେଳ

ଘରୋଇ ଇଭେଣ୍ଟଗୁଡିକ ପୁନର୍ଗଠନ କଲା ହକି ଇଣ୍ଡିଆ:୨୦୨୧ରୁ ଜାତୀୟ ଚାମ୍ପିୟନଶିପ୍‌ ଲାଗି ନୂଆ ଫର୍ମାଟ

ନୂଆଦିଲ୍ଲୀ,୧୫।୪(ପି.ଟି.):  ହକି ଇଣ୍ଡିଆ ସବୁ ଘରୋଇ ଇଭେଣ୍ଟ ତଥା ଟୁର୍ନାମେଣ୍ଟଗୁଡିକର ପୁନର୍ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଏହିକ୍ରମରେ ଜାତୀୟ ଚାମ୍ପିୟନଶିପ୍‌ଗୁଡିକ ଆସନ୍ତାବର୍ଷଠାରୁ ନୂଆ ଫର୍ମାଟରେ ଆୟୋଜନ ହେବ। ସବୁ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ, ଏକାଡେମୀ ଓ ସଂସ୍ଥାଗତ ୟୁନିଟ୍‌ରେ ହକିର ଉନ୍ନତି ପାଇଁ ଓ ଖେଳାଳି ତଥା ଆଥ୍‌ଲେଟଙ୍କ ଭାଗୀଦାରି ବଢାଇବା ପାଇଁ ହକି ଇଣ୍ଡିଆ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ହକି ଇଣ୍ଡିଆ କାର୍ଯ୍ୟକାରୀ କମିଟି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଛି।
ସବ୍‌-ଜୁନିୟର, ଜୁନିୟର ଓ ଉଭୟ ପୁରୁଷ ଓ ମହିଳା ସିନିୟର ଜାତୀୟ ଚାମ୍ପିୟନଶିପ୍‌ର ପୁନର୍ଗଠନ ହେବ। ନୂଆ ନିୟମ ଅନୁସାରେ ଜଣେ ପୁରୁଷ ଓ ମହିଳା ଖେଳାଳି ତାଙ୍କ ଦଳ ତରଫରୁ ମାତ୍ର ଗୋଟିଏ ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେବେ। ପୁଣି ଜଣେ ଆଥ୍‌ଲେଟ କେବଳ ଗୋଟିଏ ବୟସବର୍ଗର ଟୁର୍ନାମେଣ୍ଟ ଯଥା ସବ୍‌-ଜୁନିୟର, ଜୁନିୟର କିମ୍ବା ସିନିୟର ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଏହାଦ୍ୱାରା ଅଧିକରୁ ଅଧିକ ସଂଖ୍ୟାରେ ଆଥ୍‌ଲେଟ ବିଭିନ୍ନ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିବେ ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ହକି ଇଣ୍ଡିଆର ସବୁ ଜାତୀୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ହେଲେ ସବୁ ରାଜ୍ୟ ୟୁନିଟ୍‌ଗୁଡିକୁ ସବୁ ବୟସବର୍ଗରେ ରାଜ୍ୟସ୍ତରୀୟ ଚାମ୍ପିୟନଶିପ ଆୟୋଜନ କରିବାକୁ ବାଧ୍ୟତାମୂଳକ ବୋଲି କୁହାଯାଇଛି।
ପୂର୍ବରୁ ଏ ଓ ବି ଡିଭିଜନରେ ଜାତୀୟ ଚାମ୍ପିୟନଶିପ୍‌ରେ ଆୟୋଜିତ ହେଉଥିଲା। ତେବେ ଏବେ ଏହାକୁ ବାତିଲ କରାଯାଇଛି ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ କହିଛନ୍ତି। ଅଧିକ ସଂଖ୍ୟାରେ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଏକାଡେମୀ ମମ୍ବେରଗୁଡିକୁ ହକି ଆଡକୁ ଆକର୍ଷିତ କରିବା ପାଇଁ ଓ ଖେଳାଳି ସୃଷ୍ଟି କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁସ୍ତାକ କହିଛନ୍ତି। ତେବେ ଟୁର୍ନାମେଣ୍ଟ ପଲିସି, ଗାଇଡ୍‌ଲାଇନ୍‌ଗୁଡିକ ପୂର୍ବପରି ବଳବତ୍ତର ରହିବ। ସବୁ ଜାତୀୟ ଚାମ୍ପିୟନଶିପ୍‌ ଲିଗ୍‌ ଓ ନକ୍‌ଆଉଟ ଭିତ୍ତିରେ ଖେଳାଯିବ। ଅଂଶଗ୍ରହଣ କରୁଥିବା ଦଳଗୁଡିକର ସଂଖ୍ୟାକୁ ଦୃଷ୍ଟିରେ ରଖି ପୁଲ୍‌ ସଂଖ୍ୟା ମଧ୍ୟ ନିର୍ଭର କରିବ। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌)ର ସଦ୍ୟତମ ନିୟମ ଅନୁସାରେ ଟୁର୍ନାମେଣ୍ଟଗୁଡିକ ଆୟୋଜନ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri