ଘରେ ପହଞ୍ଚୁଛି ଆଲ୍‌କୋହଲ

ଦୁବାଇ,୧୦।୪: କରୋନା ସଂକ୍ରମଣ ଭୟରେ ରାସ୍ତାଘାଟ ଶୂନ୍‌ଶାନ୍‌, ସବୁକିଛି ଠପ୍‌। ବ୍ୟବସାୟିକ କାରବାର ବନ୍ଦ ହୋଇଯାଇଥିବାରୁ ଅନ୍ୟ ଦେଶଗୁଡ଼ିକ ଭଳି ବିପୁଳ ରାଜସ୍ବ ହରାଇବାରେ ଲାଗିଛି ଉପସାଗରୀୟ ଦ୍ୱୀପପୁଞ୍ଜ ସଂଯୁକ୍ତ ଆରବ ଏମିରେଟସ୍ସ (ୟୁଏଇ)। ଏହି କ୍ଷତିର ଭରଣା ଏବେ ଅସମ୍ଭବ ହୋଇଥିଲେ ମଧ୍ୟ ଦେଶର ଅର୍ଥନୀତିର ଅଣ୍ଟା ସଳଖାଇବା ପାଇଁ ଅଭିନବ ଉପାୟ ବାହାର କରିଛି ଦୁବାଇ। ଏହି ସହରରେ ଅର୍ଡର କଲେ ଘରେ ପହଞ୍ଚୁଛି ଆଲ୍‌କୋହଲ। ବିଳାସପୂର୍ଣ୍ଣ ଜୀବନଶୈଳୀ, ଶପିଙ୍ଗ୍‌, ଅତ୍ୟାଧୁନିକ ସ୍ଥାପତ୍ୟ ଓ ନାଇଟ୍‌ଲାଫ୍‌କୁ ନେଇ ପରିଚିତ ସହର ଦୁବାଇରେ ଥିବା ନଭଶ୍ଚୁମ୍ବୀ ଅଟ୍ଟାଳିକାର ଫ୍ଲଟ୍‌-ସ୍କ୍ରିନ୍‌ ଟେଲିଭିଜନ୍‌ଗୁଡ଼ିକ ନୀରବିଯାଇଛି। ପବ୍‌ଗୁଡ଼ିକରେ ଆଉ ନାହିଁ ଆଗଭଳି ଗହଳିଚହଳି। ରାଜସ୍ବର ଏକ ବଡ଼ ଉତ୍ସ ପାଲଟିଥିବା ଆଲ୍‌କୋହଲ ବିକ୍ରି ଉପରେ କଟକଣା ଲାଗିବା ପରେ ଦେଶକୁ ବହୁ କ୍ଷତି ସହିବାକୁ ପଡ଼ିଛି। ଫଳରେ ଏହି ରାଜତନ୍ତ୍ରରେ ନିଷ୍ପତ୍ତି ବଦଳାଯାଇଛି। ମଧ୍ୟପ୍ରାଚ୍ୟର ସ୍ବପ୍ନ ନଗରୀ ଦୁବାଇରେ ଅର୍ଡର କଲେ ଘରେ ପହଞ୍ଚାଯାଉଛି ମଦ। ଏଠାରେ ଥିବା ଲାଇସେନ୍ସପ୍ରାପ୍ତ ରେଷ୍ଟୁରାଣ୍ଟ ଓ ବାର୍‌ଗୁଡ଼ିକ ପର୍ଯ୍ୟଟକ, ଯାତ୍ରୀ ଓ ବିଦେଶୀ କର୍ମଜୀବୀଙ୍କୁ ଯୋଗାଇଦେଉଛନ୍ତି ଆଲ୍‌କୋହଲ। ଇସ୍‌ଲାମିକ୍‌ ସିଟି-ଷ୍ଟେଟ୍‌ର ଦୁଇଟି ବୃହତ୍‌ ଆଲ୍‌କୋହଲ ବିତରକ ସଂସ୍ଥା ଲୋକଙ୍କୁ ବିୟର, ସ୍ପିରିଟ୍‌ ଓ ଓ୍ବାଇନ୍‌ ଯୋଗାଇବାର ଦାୟିତ୍ୱ ନେଇଛନ୍ତି। ୟୁରୋମନିଟର ଇଣ୍ଟରନ୍ୟାଶନାଲ ମାର୍କେଟ ରିସର୍ଚ୍ଚ ଫାର୍ମରେ ନିୟୋଜିତ ଅନାଲିଷ୍ଟ ରିବଆ ୟସ୍ମିନ କହିଛନ୍ତି, ଦୁବାଇରେ ୨୪ ଘଣ୍ଟିଆ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ଗ୍ରସେରି ଦୋକାନକୁ ଯିବାକୁ ହେଲେ ପୋଲିସଠାରୁ ଅନୁମତି ଆଣିବାକୁ ପଡ଼ୁଛି। କରୋନା ଭାଇରସ୍‌ ମାଡ଼ରେ ଲକ୍‌ଜୁରି ହୋଟେଲ ଓ ବାର୍‌ଗୁଡ଼ିକ ନଇଁ ପଡ଼ିଛି। ଏବେ ୟୁଏଇ ଶାସକଙ୍କ ପାଇଁ ଟାକ୍ସ ଓ ରାଜସ୍ବ କ୍ଷତିର କାରଣ ପାଲଟିଛି। ଏଥିଲାଗି ଦୁଇଟି ବଡ଼ ଆଲ୍‌କୋହଲ ଡିଷ୍ଟ୍ରିବ୍ୟୁଟରଙ୍କୁ ହୋମ୍‌ ଡେଲିଭରି ଅନୁମତି ମିଳିଛି। ସେମାନଙ୍କ ଓ୍ବେବ୍‌ସାଇଟ୍‌ legalhomedelivery.com ଜରିଆରେ ଅନ୍‌ଲାଇନ୍‌ରେ ଆଲ୍‌କୋହଲ ଅର୍ଡର କରାଯାଇପାରୁଛି। ଅର୍ଡର ମିଳିବା ପରେ ଏହି ଦୁଇ ସଂସ୍ଥା କିଛି ଘଣ୍ଟା ମଧ୍ୟରେ ଗ୍ରାହକଙ୍କ ନିକଟରେ ତାହା ପହଞ୍ଚାଇବା ବ୍ୟବସ୍ଥା କରୁଛନ୍ତି। ରାଷ୍ଟ୍ରାୟତ୍ତ ଏମିରେଟ୍ସ ଏୟାରଲାଇନ୍ସ ଅଧୀନ ମେରିଟାଇମ୍‌ ଆଣ୍ଡ ମର୍ଚେଣ୍ଟାଇଲ୍‌ ଇଣ୍ଟରନ୍ୟାଶନାଲ୍‌ (ଏମ୍‌ଏମ୍‌ଆଇ) ଏବଂ ଆଫ୍ରିକାନ୍‌ ଆଣ୍ଡ ଇଷ୍ଟର୍ନ ସହଭାଗିତାରେ ଏହି ଓ୍ବେବ୍‌ସାଇଟ୍‌ ଲଞ୍ଚ କରାଯାଇଛି। ଡନ୍‌ ଜୁଲିଓ ୧୯୪୨ ତେକ୍ୱିଲା ବୋତଲ ପିଛା ୫୩୦ ଡଲାର ପଡ଼ୁଥିବାବେଳେ ଇଣ୍ଡିଆନ୍‌ ହ୍ବିସ୍କିର ମୂଲ୍ୟ ରଖାଯାଇଛି ୪.୩୦ ଡଲାର।


Enter your email to get our daily news in your inbox.

All Right Reserved By Dharitri.Com

୫୩ ଦେଶରେ ଭାରତ ଭାରିଆଣ୍ଟ

ନୂଆଦିଲ୍ଲୀ,୨୭ା୫: ଭାରତୀୟ ଭାରିଆଣ୍ଟ କୁହାଯାଉଥିବା କୋଭିଡ୍‌-୧୯ର ବି.୧.୬୧୭ ରୂପ ୫୩ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଏହାସହ ଅନ୍ୟ ୭ ଦେଶରେ...

କୋଭିଡ-୧୯: ଦରମା କାଟିବ ବାର୍ସିଲୋନା

ବାର୍ସିଲୋନା,୨୭।୩(ଏଏଫ୍‌ପି): କରୋନା ଭାଇରସ୍‌ ବଶ୍ୱରେ ମହାମାରୀ ରୂପ ନେଇଥିବାରୁ ଆର୍ଥିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ହାଇପ୍ରୋଫାଇଲ ଫୁଟବଲ କ୍ଲବ ବାର୍ସିଲୋନା ଦରମା କାଟିବାକୁ ନିଷ୍ପତ୍ତି...

ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୫।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

କରୋନା ୨ ଲକ୍ଷ ମୁହାଁ: ୨୪ ଘଣ୍ଟାରେ ୧୦୦୦ରୁ ଅଧିକ ଜୀବନ ନେଲା

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨...

କରୋନା ଭୟ: ଏହି ଦେଶରୁ ମୁକୁଳିଲେ ୮୫ହଜାର କଏଦୀ

ତେହେରାନ,୧୭।୩: କରୋନା ଭାଇରସ୍‌ ଯୋଗୁ ଇରାନରେ ଏପର୍ଯ୍ୟନ୍ତ ୧୪,୯୯୧ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୫୩କୁ ଛୁଇଁଛି। କରୋନା ପ୍ରଭାବକୁ ଦେଖି ଇରାନ...

ହଂକଂ ପରେ ଏବେ ତାଇଓ୍ବାନ ଉପରେ ଚାଇନା ନଜର: ଜିନପିଙ୍ଗ…

ବେଜିଂ,୧୬।୧୦ : ରବିବାର କମ୍ୟୁନିଷ୍ଟ ପାର୍ଟି ସମ୍ମିଳନୀ ଉଦଘାଟନୀ ଉତ୍ସବରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଯେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରି ଦେଶ...

ଗାଈ ଆଲିଙ୍ଗନ ପାଇଁ ୨୦୦ ଡଲାର…

ଓ୍ବାଶିଂଟନ,୩୧।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ସାମାଜିକ ଦୂରତା ଯୋଗୁ ପରସ୍ପର ମଧ୍ୟରେ ସାକ୍ଷାତ୍‌ ହେବା ସମ୍ଭବ ହେଉନାହିଁ। ଆମେରିକାରେ ଏବେ ଗାଈ...

ଫିନଲାଣ୍ଡ-ସ୍ବିଡ଼େନ ହେବେ ନାଟୋରେ ସାମିଲ, ଆମେରିକା ସିନେଟର ମଞ୍ଜୁରୀ…

ଓ୍ବାଶିଂଟନ, ୪।୮ : ଆମେରିକାର ସିନେଟରେ ଉଭୟ ଶାସକ ଦଳ ଏବଂ ବିରୋଧୀମାନେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ରେ ଫିନଲାଣ୍ଡ ଏବଂ ସ୍ବିଡେନର...

Advertisement
Archives

Model This Week