ଘରେ ପଶିଲା ବନ୍ୟାଜଳ: ଖୋର୍ଦ୍ଧାରେ ୩୦ ହଜାର ଲୋକ ଜଳବନ୍ଦୀ

ଖୋର୍ଦ୍ଧା ଅଫିସ,୧୨।୯: ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତର ହିରିମୂଳ, ଡିହଖଳା, ଦୁର୍ଗାପୁର, ଓରବରସିଂ, ମଶାଣିଆ, ତେନ୍ତୁଳିମୂଳ, ରାୟପୁର, ବାଲିକୁଦା, ଲେଖନପୁର, କୃଷ୍ଣପୁର ଆଦି ୧୦ ଗଁ। ଓ ନରଣଗଡ ପଞ୍ଚାୟତର ଧବଳପୁର, ମାନପୁର, ଓରିମି ଓ ବଳପୁର ଆଦି ୪ ଗଁ। ରେ ବନ୍ୟା ପରିସ୍ଥିତି ଲାଗି ରହିଛି। ମୋଟରେ ୧୪ ଟି ଗଁ। ର ପ୍ରାୟ ୩୦ ହଜାର ଲୋକ ଜଳବନ୍ଦୀ ଭାବେ ଜୀବନ ବିତାଉଛନ୍ତି। ଗଁ। ଦାଣ୍ଡରେ ଅଢେଇରୁ ୪ ଫୁଟର ବନ୍ୟାଜଳ ଲହଡି ମାରୁଛି। ଘର ଭିତରକୁ ପାଣି ପଶିଲାଣି। ଗଁ। ଚାରିପଟ ଚାଷ ଜମିରେ ୩ରୁ ୮ ଫୁଟର ପାଣି ଜମି ରହିଛି। କିଛି ଗଁ।ରେ ଟ୍ୟୁବ ଯୋଗେ ଲୋକେ ରାସ୍ତା ପାରି ହେଉଛନ୍ତି। ଏଭଳିସ୍ଥଳେ ଘରେ ଚୁଲି ଜଳୁନି। ଘରେ ଶୋଇବାକୁ ଜାଗା ନାହିଁ। ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି।

ଦଳେ ଚାହୁଁଛନ୍ତି, ଅନ୍ୟମାନେ ଖାଉଛନ୍ତି
ବନ୍ୟା ଅଞ୍ଚଳରେ ରିଲିଫ୍‌ ଯୋଗାଣ ସମୁଦ୍ରକୁ ଶଙ୍ଖେ। ବନ୍ୟାରେ ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ରେଡକ୍ରସ ପକ୍ଷରୁ ୫୫୦ ପୁଡିଆ ଦିଆଯାଇଛି। ଏଥିରୁ ନରଣଗଡ ପଞ୍ଚାୟତକୁ ୧୫୦ ଓ ଓରବରସିଂ ପଞ୍ଚାୟତକୁ ୪୦୦ ପୁଡିଆ ଭାଗରେ ପଡିଛି। ଦୁଇ ପଞ୍ଚାୟତର ଲୋକ ପାଣି ଘେରରେ ରହିଥିବାବେଳେ ବୁଧବାର ଅପରାହ୍ନରେ ରୋଷେଇ ଖାଦ୍ୟ ଦିଆଯାଇଛି। ରାତିରେ ପୁଡିଆରେ କାମ ଚଳାଇ ଦିଆଯିବ। ଯେଉଁମାନେ ବାତ୍ୟା ଆଶ୍ରୟସ୍ଥଳରେ ଅଛନ୍ତି ସେମାନେ ପାଉଛନ୍ତି। ଯେଉଁ ବିପନ୍ନ ଘରେ ଅଛନ୍ତି ସେମାନଙ୍କ ପାଇଁ କିଛି ନାହିଁ। ବିପତ୍ତି କାଳରେ ବିପନ୍ନଙ୍କୁ ରିଲିଫ ଯୋଗାଇବାରେ ପ୍ରଶାସନ କାହିଁକି କୁଣ୍ଠିତ ହେଉଛି ତାହା ତଦନ୍ତ ସାପେକ୍ଷ। ଅନ୍ୟପକ୍ଷେ ବାତ୍ୟା ଫନୀରେ ଘର ଭାଙ୍ଗିଲା। ଘର ଭଙ୍ଗା ସହାୟତା ମିଳିଲା ନାହିଁ। ଯେଉଁମାନଙ୍କର ଘର ଭାଙ୍ଗିନି ସେମାନେ ସହାୟତା ପାଇଲେ। ପ୍ରତିବାଦ କରିବାରୁ ସହାୟତା ଦିଆଗଲାନି। ଅଗଷ୍ଟରେ ହୋଇଥିବା ବନ୍ୟାରେ ରନ୍ଧା ଖାଦ୍ୟ ମିଳିଲାନି। ଏବେ ବନ୍ୟାଜଳରେ ଥିଲେ ମଧ୍ୟ ରିଲିଫ ମିଳୁନି। ବନ୍ୟା ଓ ବାତ୍ୟା ବେଳେ ଆମ ଅଞ୍ଚଳରେ ରାଜନୀତି ଚାଲିଛି ବୋଲି କେତେଜଣ ବିପନ୍ନ ନଁ। ଗୋପନ ରଖି ପ୍ରକାଶ କରିଛନ୍ତି।

୫ ସ୍ଥାନରେ ୨ ଡଙ୍ଗା
ବନ୍ୟା ଅଞ୍ଚଳରେ ୫ଟି ଡଙ୍ଗାର ଆବଶ୍ୟକତା ଥିବାବେଳେ ମାତ୍ର ୨ଟି ଡଙ୍ଗା ପଡିଛି। ଧବଳପୁରରେ ଗୋଟିଏ ଡଙ୍ଗାର ଆବଶ୍ୟକତା ଥିବାବେଳେ ମାନପୁର ଓ ଓରମି ପାଇଁ ଅନ୍ୟ ଏକ ଡଙ୍ଗାର ଦରକାର ଅଛି। ତେବେ ଏହି ୩ଟି ଗଁ। ପାଇଁ ଆଦୌ ଡଙ୍ଗାର ବ୍ୟବସ୍ଥା ନାହିଁ। ତେବେ ହିରିମୂଳ ଓ ଡିହଖଳା ଗଁ। ପାଇଁ କେବଳ ୨ ଡଙ୍ଗାର ବ୍ୟବସ୍ଥା କରାଯାଇଛି।

ଉପାସରେ ଗୃହପାଳିତ ପ୍ରାଣୀ
ଧାନ ଜମି, ଗୋଚର ଜମି, ରାସ୍ତାରେ ବନ୍ୟାଜଳ ରହିଛି। ୪ଦିନ ହେଲା ଗୃହ ପାଳିତ ପ୍ରାଣୀମାନେ ଖାଇବାକୁ ପାଉନାହାନ୍ତି। ସେମାନଙ୍କ ପାଇଁ ଗୋଖାଦ୍ୟ ଆବଶ୍ୟକତା ରହିଥିବାବେଳେ ପ୍ରଶାସନ ପୂରା ଭୁଲି ଯାଇଛି। ଗୃହପାଳିତ ପ୍ରାଣୀମାନଙ୍କୁ ବାନ୍ଧି କରି ରଖିଲେ ବିପଦ। ତଥାପି ବିକଳ୍ପ ନ ଥିବାରୁ ବାନ୍ଧି କରି ରଖାଯାଇଛି।

ଓରବରସିଂ ପଞ୍ଚାୟତକୁ ଗଲେନି ବିଡିଓ
ବୁଧବାର ନରଣଗଡ ପଞ୍ଚାୟତର ବିପନ୍ନମାନେ ଜିଲାପାଳଙ୍କୁ ଅଭିଯୋଗ କରିବା ପରେ ଖୋର୍ଦ୍ଧା ବିଡିଓ ଉକ୍ତ ପଞ୍ଚାୟତ ଅଞ୍ଚଳର ପାଣି ଘେରରେ ଥିବା ଗଁ। ଗୁଡିକୁ ଯାଇ ସ୍ଥିତି ଆକଳନ କରିଛନ୍ତି। କିନ୍ତୁ ଓରବରସିଂରେ ପାଦ ନ ପଡିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri