ଘରେ ଘରେ ଲାଗିବ ପ୍ରିପେଡ୍‌ ସ୍ମାର୍ଟ ମିଟର

ନୂଆଦିଲ୍ଲୀ,୨୯-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସାରା ଦେଶରେ ୩୦ କୋଟି ପ୍ରିପେଡ୍‌ ସ୍ମାର୍ଟ ମିଟର ଲଗାଇବାକୁ ଯୋଜନା କରୁଛନ୍ତି। ବିଜୁଳି ଚୋରିକୁ ରୋକିବା ଉଦ୍ଦେଶ୍ୟରେ ଆସନ୍ତା ୩ ବର୍ଷ ଭିତରେ ଘରେ ଘରେ ସ୍ମାର୍ଟ ମିଟର ଲଗାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ମୋବାଇଲ ଫୋନ ଭଳି ଏହି ମିଟରକୁ ପୂର୍ବରୁ ରିଚାର୍ଜ କରି ହେବ। ଏହାଦ୍ୱାରା ବିଜୁଳି ଚୋରି ବନ୍ଦ ହୋଇଯିବା ସହିତ ସଚୋଟ ଗ୍ରାହକଙ୍କୁ ୨୪ ଘଣ୍ଟା ବିଜୁଳି ଯୋଗାଣ ସୁନିଶ୍ଚିତ ହୋଇପାରିବ। ଏହି ଯୋଜନା ଲାଗୁ ହେବା ପରେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଏହା ଗେମ୍‌ ଚେଞ୍ଜର ହେବ ବୋଲି ମତପ୍ରକାଶ ପାଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, ସ୍ମାର୍ଟ ମିଟର ଯୋଗାଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇତିମଧ୍ୟରେ ଉତ୍ପାଦକଙ୍କ ସହ ଆଲୋଚନା ଆରମ୍ଭ ହୋଇଯାଇଛି। ଏହାଦ୍ୱାରା ବିଜୁଳି ଯୋଗାଣ ଉପରେ ସହଜରେ ନଜର ରଖିହେବ। ଏହି ଯୋଜନା ଅନୁଯାୟୀ, ସରକାର ମିଟର ମୂଲ୍ୟ ଉପରେ ସବ୍‌ସିଡି ଦେବେ। ପ୍ରାରମ୍ଭିକ ଅନୁମାନ ଅନୁଯାୟୀ, ଗୋଟିଏ ସ୍ମାର୍ଟ ମିଟର ମୂଲ୍ୟ ପ୍ରାୟ ୨୦୦୦ ଟଙ୍କା ହେବ। ଏଥିପୂର୍ବରୁ ୨୦୧୭ରେ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ସ୍ମାର୍ଟ ମିଟର କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ମିଟର ପ୍ରତିଟିର ମୂଲ୍ୟ ୨୫୦୩ ଟଙ୍କା ଥିଲା। ତେବେ ଏଥର ଅଧିକ ମାତ୍ରାରେ ମିଟର କିଣାଯିବାକୁ ଥିବାରୁ ଏହାର ମୂଲ୍ୟ କମିବ ବୋଲି ଆଶାକରାଯାଉଛି। ତେବେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଖୋଲାଖୋଲି ମତପ୍ରକାଶ କରାଯାଇ ନାହିଁ। ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ସ୍ମାର୍ଟ ମିଟରକୁ ପ୍ରିପେଡ୍‌ କରିଦେବା ଯୋଗୁ ବିଜୁଳି ବିତରଣ କମ୍ପାନୀ(ଡିସ୍‌କମ୍‌)ଙ୍କ ଖର୍ଚ୍ଚ ଅନେକାଂଶରେ କମିଯିବ ଏବଂ ସେମାନେ ସହଜରେ କ୍ଷତିରୁ ବାହାରି ଆସିପାରିବେ। ବର୍ତ୍ତମାନ ଦେଶର ଅଧିକାଂଶ ରାଜ୍ୟରେ କାର୍ଯ୍ୟରତ ଡିସ୍‌କମ୍‌ଗୁଡ଼ିକ କ୍ଷତିରେ ଚାଲୁଛନ୍ତି। କାରଣ ଟେକ୍ନିକାଲ, ବିଜୁଳି ଚୋରି ଓ ଅନ୍ୟାନ୍ୟ କାରଣରୁ ସେମାନଙ୍କ କ୍ଷତି ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ବିଜୁଳି ଚୋରି, ତ୍ରୁଟିପୂର୍ଣ୍ଣ ବିଲ୍‌ ପ୍ରଦାନ ଓ ରାଜସ୍ବ ଆଦାୟରେ ବିଫଳତା କାରଣରୁ କ୍ଷତି ବୃଦ୍ଧି ହେଉଛି। ଏହି କାରଣରୁ ସେମାନଙ୍କ ନିକଟରେ ବିଜୁଳି କିଣିବା ଲାଗି ଅର୍ଥ ନାହିଁ। ଫଳରେ ଗ୍ରାହକଙ୍କୁ ୨୪ ଘଣ୍ଟା ବିଜୁଳି ଯୋଗାଣ ସେମାନଙ୍କ ଦ୍ୱାରା ସମ୍ଭବ ହେଉନାହିଁ। ଏହାଛଡ଼ା ବିଦ୍ୟୁତ ସଞ୍ଚୟକାରୀ ଏଲ୍‌ଇଡି ଲାଇଟ ପ୍ରଦାନ, ସୌରଶକ୍ତିଯୁକ୍ତ ଜଳସେଚନ ବ୍ୟବସ୍ଥା ଆପଣାଇବା ଓ ଚୋରି ରୋକିବା ଲାଗି ଇନ୍‌ସୁଲେଟେଡ୍‌ ତାର ଲଗାଇବା ଆଦି ବ୍ୟବସ୍ଥା ଆପଣାଇବାକୁ ମୋଦି ସରକାର ପୂର୍ବରୁ କାର୍ଯ୍ୟାରମ୍ଭ କରିଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ବିଜୁଳି କ୍ଷେତ୍ରରେ କ୍ରାନ୍ତି ଆସିବ ବୋଲି ମନେକରାଯାଉଛି। ଏଥିଯୋଗୁ କମ ଆୟ କରୁଥିବା ଉପଭୋକ୍ତାଙ୍କୁ ଅଧିକ ଫାଇଦା ମିଳିବ। ସେମାନଙ୍କୁ ଗୋଟିଏ ଥରରେ ପୂରା ମାସର ବିଜୁଳି ବିଲ୍‌ ଦେବାକୁ ପଡିବ ନାହିଁ। ଭପଭୋକ୍ତା ନିଜର ଆବଶ୍ୟକତା ଅନୁଯାୟୀ ମିଟର ଚାର୍ଜ କରିବେ ଏବଂ ବିଜୁଳି ଜାଳିବେ। ଏହାଦ୍ୱାରା ଫାଲ୍‌ତୁ ବିଜୁଳି ଖର୍ଚ୍ଚ କମିବ। ଫଳରେ ବିଜୁଳି ସଞ୍ଚୟ ହେବ। ଏହାଦ୍ୱାରା ୨୪ ଘଣ୍ଟା ବିଜୁଳି ଯୋଗାଣ ସମ୍ଭବ ହେବ। ଶକ୍ତି ମନ୍ତ୍ରଣାଳୟ ଅଧିକାରୀଙ୍କ ମତରେ ପ୍ରିପେଡ୍‌ ମିଟର ନିର୍ମାଣ ଯୋଗୁ ଅଧିକ ଯୁବତୀଯୁବକଙ୍କୁ କୌଶଳପୂର୍ଣ୍ଣ ରୋଜଗାର ମିଳିବ। ବିଜୁଳି ବିଲ୍‌ ପାଇଁ କାଗଜର ଆବଶ୍ୟକତା ହେବ ନାହିଁ। ମିଟର ରିଡିଂ ଦରକାର ହେବ ନାହିଁ। ପ୍ରିପେଡ୍‌ ସ୍ମାର୍ଟ ମିଟର ଲାଗିବା ଫଳରେ ଖର୍ଚ୍ଚ ଆପେ ଆପେ କମିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri