ଘରଭଙ୍ଗା ସହାୟତାରେ ଅନିୟମିତତା ପ୍ରସଙ୍ଗ:ଆଜି ୬ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର,୬ା୧୧(ବ୍ୟୁରୋ):ବାତ୍ୟା ଫନୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିଯୋଗୁ ଯେଉଁମାନଙ୍କ ଘର ନଷ୍ଟ ହୋଇଛି ସେମାନଙ୍କୁ ସରକାର ୩ ପ୍ରକାର ବ୍ୟବସ୍ଥାରେ ସହାୟତା ଯୋଗାଇ ଦେଉଛନ୍ତି। ଫଳରେ ବହୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡୁଥିବାର ଅଭିଯୋଗ ଆସିବାରେ ଲାଗିଛି। ଏହାକୁ ନେଇ ସାଧାରଣରେ ଅଭିଯୋଗ ହେବା ଯୋଗୁ ସରକାରଙ୍କ ଉପରେ ଚାପ ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାଉପରେ ଗୁରୁତ୍ୱାରୋପ କରିବା ସହିତ ଏନେଇ ଏକ ଜରୁରୀ ବୈଠକ ଡକାଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ପୁରୀ ଜିଲାର ୬ଜଣ ବିଧାୟକଙ୍କୁ ଡାକି ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ହେଲେ ଏଥିପାଇଁ ଡକାଯାଇଥିବା ବିଧାୟକଙ୍କ ମଧ୍ୟରୁ କେହି ମୁହଁ ଖୋଲିନାହାନ୍ତି। ଏନେଇ ଏକ ଗୁପ୍ତ ବୈଠକ ବସିବ। ଲୋକଙ୍କ ନିକଟରେ ସରକାରଙ୍କ ଆବାସ ଯୋଜନା ଏବଂ ଫନୀ ଘର ଭଙ୍ଗା ସହାୟତା ନ ପହଞ୍ଚିବା ପଛରେ ମୁଖ୍ୟ କାରଣ ମୁଖ୍ୟମନ୍ତ୍ରୀ ବୁଝିବେ। ଏହାସହ ସେମାନଙ୍କୁ କ୍ଷେତ୍ରସ୍ତରକୁ ଯାଇ ସମସ୍ତ ଅବ୍ୟବସ୍ଥାର ସରଜମିନ ରିପୋର୍ଟ ସଂଗ୍ରହ କରି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କିପରି ସରକାରୀ ଘର ମିଳିବ ସେଦିଗରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି ଜଣାପଡିଛି।
ଅନ୍ୟପଟେ ଭାଜପା ଏହି ପ୍ରସଙ୍ଗରେ ବାରମ୍ବାର ରାସ୍ତାକୁ ଓହ୍ଲାଇ ଜନମତକୁ ନିଜ ସପକ୍ଷରେ ନେବା ଉପରେ ଉଦ୍ୟମ ଆରମ୍ଭ କରିଦେଇଛି। ଭାଜପା ପକ୍ଷରୁ ଅଭିଯୋଗ କରାଯାଉଛି ଯେ, ବାତ୍ୟା ଫନୀରେ ୧୪ ଜିଲାରେ ପ୍ରକୃତ କ୍ଷତିଗ୍ରସ୍ତ ଲୋକ ବର୍ତ୍ତମାନ ସୁଦ୍ଧା କ୍ଷତିପୂରଣ ପାଇନାହାନ୍ତି। ଘରଭଙ୍ଗା କ୍ଷତିପୂରଣ ମିଳିବା ଲୋକଙ୍କ ପାଇଁ ସ୍ବପ୍ନ ହୋଇଗଲାଣି। ବାତ୍ୟାରେ ଘର ଭାଙ୍ଗିଥିବା ଲୋକଙ୍କ ସଂଖ୍ୟା ୩ଲକ୍ଷ ୮୯ହଜାର ଦର୍ଶାଯାଇ ବ୍ୟାପକ ଜାଲିଆତି କରାଯାଇଛି। ପ୍ରସ୍ତୁତ ହୋଇଥିବା ଘରଭଙ୍ଗା ସଂଖ୍ୟା ୩ଲକ୍ଷ ୮୯ହଜାର ମଧ୍ୟରୁ ବିଶେଷତଃ ୧ଲକ୍ଷ ୮ହଜାର ଘରକୁ ଗୁରୁତର କ୍ଷତି ଦର୍ଶାଇ ଘର ପିଛା ୯୫ ହଜାର ଟଙ୍କା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏଥିରେ ସର୍ବାଧିକ ଅନିୟମିତତା ହୋଇଛି। ପକ୍କାଘର ପାଇଁ କେନ୍ଦ୍ର ସରକାର ୩ଟି ପର୍ଯ୍ୟାୟରେ ସମୁଦାୟ ୩,୩୩୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗାଇ ଦେଇଛନ୍ତି ବୋଲି ଭାଜପା ଯୁକ୍ତି ବାଢ଼ିଛି। ଏହି କେନ୍ଦ୍ରୀୟ ଯୋଜନାକୁ ମଧ୍ୟ ରାଜ୍ୟ ସରକାର ନିଜ ଯୋଜନା କହି ପ୍ରଚାର କରୁଥିବା ବିରୋଧୀ ଅଭିଯୋଗ ବାଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri