ଘରଭଙ୍ଗା ସହାୟତାରେ ଅନିୟମିତତା ପ୍ରସଙ୍ଗ:ଆଜି ୬ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର,୬ା୧୧(ବ୍ୟୁରୋ):ବାତ୍ୟା ଫନୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିଯୋଗୁ ଯେଉଁମାନଙ୍କ ଘର ନଷ୍ଟ ହୋଇଛି ସେମାନଙ୍କୁ ସରକାର ୩ ପ୍ରକାର ବ୍ୟବସ୍ଥାରେ ସହାୟତା ଯୋଗାଇ ଦେଉଛନ୍ତି। ଫଳରେ ବହୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡୁଥିବାର ଅଭିଯୋଗ ଆସିବାରେ ଲାଗିଛି। ଏହାକୁ ନେଇ ସାଧାରଣରେ ଅଭିଯୋଗ ହେବା ଯୋଗୁ ସରକାରଙ୍କ ଉପରେ ଚାପ ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାଉପରେ ଗୁରୁତ୍ୱାରୋପ କରିବା ସହିତ ଏନେଇ ଏକ ଜରୁରୀ ବୈଠକ ଡକାଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ପୁରୀ ଜିଲାର ୬ଜଣ ବିଧାୟକଙ୍କୁ ଡାକି ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ହେଲେ ଏଥିପାଇଁ ଡକାଯାଇଥିବା ବିଧାୟକଙ୍କ ମଧ୍ୟରୁ କେହି ମୁହଁ ଖୋଲିନାହାନ୍ତି। ଏନେଇ ଏକ ଗୁପ୍ତ ବୈଠକ ବସିବ। ଲୋକଙ୍କ ନିକଟରେ ସରକାରଙ୍କ ଆବାସ ଯୋଜନା ଏବଂ ଫନୀ ଘର ଭଙ୍ଗା ସହାୟତା ନ ପହଞ୍ଚିବା ପଛରେ ମୁଖ୍ୟ କାରଣ ମୁଖ୍ୟମନ୍ତ୍ରୀ ବୁଝିବେ। ଏହାସହ ସେମାନଙ୍କୁ କ୍ଷେତ୍ରସ୍ତରକୁ ଯାଇ ସମସ୍ତ ଅବ୍ୟବସ୍ଥାର ସରଜମିନ ରିପୋର୍ଟ ସଂଗ୍ରହ କରି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କିପରି ସରକାରୀ ଘର ମିଳିବ ସେଦିଗରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି ଜଣାପଡିଛି।
ଅନ୍ୟପଟେ ଭାଜପା ଏହି ପ୍ରସଙ୍ଗରେ ବାରମ୍ବାର ରାସ୍ତାକୁ ଓହ୍ଲାଇ ଜନମତକୁ ନିଜ ସପକ୍ଷରେ ନେବା ଉପରେ ଉଦ୍ୟମ ଆରମ୍ଭ କରିଦେଇଛି। ଭାଜପା ପକ୍ଷରୁ ଅଭିଯୋଗ କରାଯାଉଛି ଯେ, ବାତ୍ୟା ଫନୀରେ ୧୪ ଜିଲାରେ ପ୍ରକୃତ କ୍ଷତିଗ୍ରସ୍ତ ଲୋକ ବର୍ତ୍ତମାନ ସୁଦ୍ଧା କ୍ଷତିପୂରଣ ପାଇନାହାନ୍ତି। ଘରଭଙ୍ଗା କ୍ଷତିପୂରଣ ମିଳିବା ଲୋକଙ୍କ ପାଇଁ ସ୍ବପ୍ନ ହୋଇଗଲାଣି। ବାତ୍ୟାରେ ଘର ଭାଙ୍ଗିଥିବା ଲୋକଙ୍କ ସଂଖ୍ୟା ୩ଲକ୍ଷ ୮୯ହଜାର ଦର୍ଶାଯାଇ ବ୍ୟାପକ ଜାଲିଆତି କରାଯାଇଛି। ପ୍ରସ୍ତୁତ ହୋଇଥିବା ଘରଭଙ୍ଗା ସଂଖ୍ୟା ୩ଲକ୍ଷ ୮୯ହଜାର ମଧ୍ୟରୁ ବିଶେଷତଃ ୧ଲକ୍ଷ ୮ହଜାର ଘରକୁ ଗୁରୁତର କ୍ଷତି ଦର୍ଶାଇ ଘର ପିଛା ୯୫ ହଜାର ଟଙ୍କା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏଥିରେ ସର୍ବାଧିକ ଅନିୟମିତତା ହୋଇଛି। ପକ୍କାଘର ପାଇଁ କେନ୍ଦ୍ର ସରକାର ୩ଟି ପର୍ଯ୍ୟାୟରେ ସମୁଦାୟ ୩,୩୩୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗାଇ ଦେଇଛନ୍ତି ବୋଲି ଭାଜପା ଯୁକ୍ତି ବାଢ଼ିଛି। ଏହି କେନ୍ଦ୍ରୀୟ ଯୋଜନାକୁ ମଧ୍ୟ ରାଜ୍ୟ ସରକାର ନିଜ ଯୋଜନା କହି ପ୍ରଚାର କରୁଥିବା ବିରୋଧୀ ଅଭିଯୋଗ ବାଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ନେପାଳରେ ପ୍ରକୃତିର କୋପ, ଆସିଲା ଭୟଙ୍କର ଭଡ଼ିଓ, ହଠାତ୍‌ ମାଡିଆସିଲା ପାଣି ୧୦୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା

କାଠମାଣ୍ଡୁ,୨୬।୮: ପ୍ରତିବର୍ଷ ମୌସୁମୀ ଋତୁରେ, ନେପାଳ ଏବଂ ଭାରତର ପାର୍ବତ୍ୟାଞ୍ଚଳ ପ୍ରକୃତିର କୋପ ଦେଖିଥାଏ। ବୁଧବାର ସକାଳେ ନେପାଳରେ ସମାନ ଦୃଶ୍ୟ ଦେଖାଦେଇଥିଲା ଯେତେବେଳେ ତିବ୍ଦତ ସୀମା…

ମାତ୍ର ଏତିକି କିଲୋର କିଣିପାରିବେ ଚିନି! ବିଗ୍‌ବାସ୍କେଟ-ଇନଷ୍ଟାମାର୍ଟ ଭଳି କମ୍ପାନୀ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୬।୮: ଭାରତରେ ପର୍ବପର୍ବାଣିର ମୁଖ୍ୟ ଋତୁ ପୂର୍ବରୁ ଯୋଗାଣରେ ହ୍ରାସ କାରଣରୁ D-Mart ଭଳି ରିଟେଲର୍ସ ଏବଂ BigBasket, Blinkit ଓ Swiggy Instamart ଭଳି…

ମହଙ୍ଗା ମାଡ଼: ବଢ଼ିଲା ଅଣ୍ଡା ଦର, ଏତିକି ଟଙ୍କା ହେବ ଚିକେନ ଦାମ୍

ନୂଆଦିଲ୍ଲୀ,୨୬।୮: ଦୈନନ୍ଦିନ ଖାଦ୍ୟସାମଗ୍ରୀର ବୃଦ୍ଧିପାଉଥିବା ଦରଦାମ୍ ମଧ୍ୟରେ ଏବେ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ…

ବୋମା ଗିଳିଦେଲା ଷଣ୍ଢ, ଚାଲିଗଲା ଜୀବନ

ବାଙ୍କୀ,୨୬ା୮(ଶୁଭେନ୍ଦୁ ମହାପାତ୍ର): ବାର୍‌ହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାର୍‌ହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

ବଡ଼ ଆଲର୍ଟ ଜାରି କଲା RBI, ଚିନି-ପିଆଜ ପରେ ଆହୁରି ମହଙ୍ଗା ହେବ…

ନୂଆଦିଲ୍ଲୀ, ୨୬।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୫ ଅଗଷ୍ଟ ୨୦୨୬ରେ ଜାରି କରିଥିବା ନିଜର ମାସିକ ବୁଲେଟିନ୍‌ରେ ଅଗଷ୍ଟ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ…

ସ୍ବାମୀଜୀଙ୍କ ଲକ୍ଷ୍ୟ କାର୍ଯ୍ୟକାରୀ କରିବ ବିଶ୍ୱ ହିନ୍ଦୁ ପରିଷଦ: ଅକ୍ଟୋବର ୩୦ରେ…

ଭଞ୍ଜନଗର, ୨୬।୮(ବାବୁଲା ପ୍ରଧାନ):ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଧୁରା ଲକ୍ଷ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ କରିବ ବୋଲି ଘୁମୁସର ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ସୂର୍ଯ୍ୟ-ବୁଧ-କେତୁଙ୍କ ଅଦ୍ଭୁତ ସଂଯୋଗ: ସୁନା ଭଳି ଚମକିବ ୩ ରାଶିଙ୍କ ଭାଗ୍ୟ, ଯାହା ଚାହିଁବେ ତାହା ହେବ!

ବର୍ତ୍ତମାନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ଏବଂ ରାଜକୁମାର ବୁଧ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ସଂଯୋଗବଶତଃ କେତୁ ମଧ୍ୟ ଏହି ନକ୍ଷତ୍ରରେ ରହିଥିବାରୁ ଏକ ବିଶେଷ ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri