ଘରଭଙ୍ଗା ସହାୟତାକୁ ନେଇ ଅଭିନବ ଧାରଣା: ବ୍ଲକ ସମ୍ମୁଖରେ ରୋଷେଇ କରି ଖାଇଲେ କ୍ଷତିଗ୍ରସ୍ତ

ପୁରୀ ଅଫିସ, ୩।୧୧: ବାତ୍ୟା ଫନୀକୁ ୬ ମାସ ପୂରିଛି। ହେଲେ ଏବେ ବି ଅନେକ କ୍ଷତିଗ୍ରସ୍ତଙ୍କୁ ଘରଭଙ୍ଗା ସହାୟତା ମିଳିପାରିନାହିଁ। ତଦନ୍ତରେ ବ୍ୟାପକ ଅନିୟମିତତା ନେଇ କ୍ଷତିଗ୍ରସ୍ତମାନେ ଅଭିଯୋଗ କରୁଥିବାବେଳେ ପ୍ରଶାସନ କୌଣସି ପଦକ୍ଷେପ ନେଉନି। ଏହାର ପ୍ରତିବାଦରେ ଶନିବାର ପୁରୀ ସଦର ବ୍ଲକ ସମ୍ମୁଖରେ କ୍ଷତିଗ୍ରସ୍ତମାନେ ଅଭିନବ ଉପାୟରେ ଧାରଣା ଦେଇଥିଲେ। ଜମାରସୁଅଁା ପଞ୍ଚାୟତର ବାଇଲିବାଟି ଓ ପାତ୍ରପଡ଼ାର ୧୨ ପରିବାରର ସଦସ୍ୟ ବ୍ଲକ ଅଫିସ୍‌ ସମ୍ମୁଖରେ ରୋଷେଇ କରି ଖାଇଥିଲେ। ବିଡିଓ ଟେଲିଫୋନରେ ଆସନ୍ତା ସୋମବାର ତାଙ୍କୁ ଦେଖା କରିବାକୁ କହିବାରୁ କ୍ଷତିଗ୍ରସ୍ତମାନେ ଧାରଣାରୁ ଓହରି ଯାଇଥିଲେ। ଫନୀ ପରେ କେତେକ ପରିବାର ଅସଜଡ଼ା ଘରେ ତ ଆଉ କିଏ ପଲିଥିନ ତଳେ ପିଲାଛୁଆଙ୍କୁ ଧରି ଦିନ କାଟୁଛନ୍ତି। ଏହାକୁ ନେଇ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଏ ସମ୍ପର୍କରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ୩/୪ ହଜାର ଅଭିଯୋଗ କରାଯାଉଛି। ତଥାପି କୌଣସି ସମାଧାନ ପନ୍ଥା ବାହାରି ପାରୁନାହିଁ। ଶନିବାର ବ୍ଲକ ସମ୍ମୁଖରେ ଧାରଣା ଦେଇଥିବା ପ୍ରତାପ କୁମାର ମହାନ୍ତି କହିଛନ୍ତି, ଫନୀ ବାତ୍ୟାରେ ଆମ ୩ ବଖରା ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଘରଭଙ୍ଗା ସହାୟତା ମିଳିନାହିଁ। ଆଂଶିକ କ୍ଷତିଗ୍ରସ୍ତ ବୋଲି ତାଲିକା କରାଯାଇଛି। କ୍ଷୟକ୍ଷତି ଆକଳନରେ ଅନିୟମିତତା ହୋଇଛି। ସହାୟତା ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଛୁ, ହେଲେ କୌଣସି ସୁଫଳ ନ ପାଇ ହତାଶ ହେବା ପରେ ସଦର ବିଡିଓଙ୍କୁ ଦେଖା କରିବାକୁ ଆସିଥିଲୁ। ବିଡିଓଙ୍କ ସହିତ ସାକ୍ଷାତ୍‌ ନ ହେବାରୁ ଧାରଣାରେ ବସିଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ହାଟଡ଼ିହୀରେ ସରକାରୀ ପାଣ୍ଠି ହେରଫେର ଅଭିଯୋଗ: ଅଫିସରେ ବସି ତଦନ୍ତ ସାରିବା ନେଇ ଅଭିଯୋଗକାରୀଙ୍କ ଅସନ୍ତୋଷ

ହାଟଡ଼ିହୀ,୧୩।୮(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଧୀନ ସଢ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଅନୁଦାନ ହେରଫେର ହୋଇଥିବା ଅଭିଯୋଗର ଏକମାସ ପରେ ତଦନ୍ତ ହୋଇଥିଲେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

“ଆଟ୍ ହୋମ୍” କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ ସେଠୀ

ଛତ୍ରପୁର,୧୩|୮(ଦିଲ୍ଲୀପ ସାମଲ / ଦ୍ଵାରିକା ପଟନାୟକ): ଆଗାମୀ ସ୍ୱାଧୀନତା ଦିବସ ଅବସରରେ ରାଜଭବନ ତଥା ଲୋକ ସେବା ଭବନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର “ଆଟ୍ ହୋମ୍”…

ଅଟୋକୁ ଅଟକାଇ ଦମ୍ପତିଙ୍କୁ ହତ୍ୟା ଉଦ୍ୟମ ସହ ଲୁଟ୍, ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୩|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ଅଟକାଇ ଦମ୍ପତିଙ୍କୁ ହତ୍ୟା ଉଦ୍ୟମ କରିବା ସହ ୨୨୦୦…

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri