ଘରଭଙ୍ଗା ତଦନ୍ତରେ ଅନିୟମିତତା: ସତ୍ୟବାଦୀ ତହସିଲ ଅଫିସ ଘେରାଉ କଲେ ଫନୀ କ୍ଷତିଗ୍ରସ୍ତ

ସାକ୍ଷୀଗୋପାଳ, ୨୧।୧(ଡି.ଏନ୍‌.ଏ)-ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପ୍ରଦାନ ଦାବିରେ ମଙ୍ଗଳବାର ସତ୍ୟବାଦୀ ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘରଭଙ୍ଗା ତଦନ୍ତରେ ଅନିୟମିତତା ଅଭିଯୋଗ କରି ସେମାନେ ପୂର୍ବରୁ ତହସିଲରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବି ଗ୍ରହଣ କରି ତହସିଲଦାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଏକମାସ ମଧ୍ୟରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର କିଛି ସୁଫଳ ମିଳି ନ ଥିଲା। ଫଳରେ ଅସନ୍ତୋଷ ପ୍ରକାଶ କରି ସେମାନେ ପୁରୀ ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରି ନ୍ୟାୟ ପ୍ରଦାନ କରା ନ ଗଲେ ତହସିଲ କାର୍ଯ୍ୟାଳୟରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଥିଲେ। ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦେଇ ଯୋଗ୍ୟ ପରିବାରଗୁଡ଼ିକୁ ସହାୟତା ଯୋଗାଇ ଦେବାକୁ ଦୃଢ଼ ଦାବି କରି ନାରାବାଜି ଦେଇଥିଲେ। ଗୋବିନ୍ଦ ମହାପାତ୍ର, ସଚ୍ଚିକାନ୍ତ ବରାଳ, ଦୁର୍ଗେଶ ମିଶ୍ର, ପୀତାମ୍ବରୀ ଦାସ, ସତ୍ୟଭାମା ଦାସ, ଗିରିଧାରୀ ବରାଳ, ଉମା ବାରିକ ପ୍ରମୁଖ ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ର ଓ ଥାନା ଆଇଆଇସି ଶକୁନ୍ତଳା ପତିଙ୍କ ସହ ଆଲୋଚନା କରିଥିଲେ। ତହସିଲଦାର କସ୍ତୁରୀ ପ୍ରଧାନ ଦାବି ପୂରଣ ନେଇ ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏଣୁ ଆନ୍ଦୋଳନ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ଦମ୍ପତି :ବଛ୍‌ରେ ହେଲା ପରହର ଘରେ ମୁଡ଼ ଗୁଁଜିଛନ୍‌

  ଅତାବିରା, ୧୦।୧୨ (ଡି.ଏନ.ଏ.)- ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରକେ ଆବାସ ଯୋଜନାରେ ଘର ଯୁଗେଇ ଦେଉଛନ୍‌। ହେଲେ...

ଗଙ୍ଗାବାଡ଼ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ହେଉ

ପାରଳାଖେମୁଣ୍ଡି,୧୩।୨(ଡି.ଏନ୍‌.ଏ.): ରାଜ୍ୟ ଭାଜପାର ଏକ ଟିମ୍‌ ଶୁକ୍ରବାର ଗଜପତି ଜିଲା ଗସ୍ତରେ ଆସି ଆନ୍ଧ୍ରପ୍ରଦେଶ ନିର୍ବାଚନ କରୁଥିବା ଗଙ୍ଗାବାଡ଼ ପଞ୍ଚାୟତ ଗସ୍ତ କରିଥିଲେ। ସେଠାରେ ଓଡ଼ିଶା...

ଜବରଦଖଲ ରାସ୍ତା ନିର୍ମାଣରେ ବାଧକ : ପ୍ରଶାସନ ଚୁପ

କେନ୍ଦୁଝର, ୧୮ା୭ (ସ୍ବ.ପ୍ର.)- କେନ୍ଦୁଝର ସହରରେ ଜବରଦଖଲ ସମସ୍ୟା ଦିନକୁ ଦିନ ଜଟିଳ ହୋଇ ପଡୁଛି । କିଏ ସରକାରୀ ଜମିରେ ଘରବାଡି ଜବରଦଖଲ କରିଛି...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ

ଚିକିଟି,୧୯ା୧୧(ଡି.ଏନ୍‌.ଏ.)- ଚିକିଟି ବ୍ଲକ ଗିରିସୋଲା ପଞ୍ଚାୟତ କୃଷ୍ଣନଗର ଗ୍ରାମରେ ସୋମବାର ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ...

‘କ୍ଷୟ ହେବାକୁ ବସିଛି ଉପକୂଳ ଅଞ୍ଚଳ’

ପୁରୀ ଅଫିସ, ୧୩ା୧୨:ପୁରୀ ଜିଲା ସ୍ବେଚ୍ଛାସେବୀ ସଙ୍ଗଠନ ସାମ୍ମୁଖ୍ୟ ‘ଦି ବେଲ୍‌’ ଏବଂ ଷ୍ଟେଟ ବ୍ୟାଙ୍କ୍‌ର ମିଳିତ ସହଯୋଗରେ ସୋମବାର ମହୋଦଧି ଦିବସ ପାଳନ କରାଯାଇଛି।...

ଏମ୍‌କେସିଜିରେ ଅକ୍ସିଜେନ୍‌ ଅଭାବ: ଗୁଜବ କହିଲେ ଜିଲାପାଳ

ଛତ୍ରପୁର,୩।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ନେଇ ଭିଡିଓ ଭାଇରାଲ ହୋଇଥିଲା। ତେବେ ଅକ୍ସିଜେନ୍‌ର କୌଣସି ଅଭାବ ନ...

୧୨ରୁ ବେଙ୍ଗାଲୁରୁକୁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୭ା୧୦ (ବ୍ୟୁରୋ):କରୋନା କଟକଣା ପାଇଁ ଅଟକି ରହିଥିବା ସେବାଗୁଡ଼ିକୁ ଭାରତୀୟ ରେଳ ପୁନର୍ବାର ଆରମ୍ଭ କରୁଛି। ଏ ପରିପ୍ରେକ୍ଷୀରେ ଗତ ୧ ତାରିଖଠାରୁ ୧୦...

ଜଗତ୍‌ସିଂହପୁରରେ କାୟାମେଲୁଛି ବ୍ରାଉନ ସୁଗାର ର଼୍ୟାକେଟ: ୩ ଗିରଫ, ୪.୭୩ ଗ୍ରାମ ବ୍ରାଉନ ସୁଗାର ଜବତ

ଜଗତ୍‌ସିଂହପୁର ଅଫିସ,୧୯ା୬: ଜଗତ୍‌ସିଂହପୁର ଜିଲାରେ ଏବେ ବ୍ରାଉନ ସୁଗାର ର଼୍ୟାକେଟ୍‌ କାୟା ମେଲିବାରେ ଲାଗିଛି। ବିଶେଷକରି କମ୍‌ ବୟସର ଯୁବକମାନେ ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା...

Advertisement
Archives

Model This Week