ଘଣ୍ଟା ବଦଳାଇବ ଭାଗ୍ୟ, ଜାଣନ୍ତୁ…

ଘଣ୍ଟା ଖାଲି ସମୟ କହେନି। ବାସ୍ତୁ ଅନୁସାରେ ଏହାକୁ ଘରେ ରଖିଲେ ଭାଗ୍ୟ ବି ବଦଳିପାରେ। ତାହା କେମିତି ଜାଣନ୍ତୁ ନିମ୍ନରୁ…

ଦୁର୍ଭାଗ୍ୟ ସୂଚକ ଅଟେ ବନ୍ଦ ଘଣ୍ଟା
ବାସ୍ତୁ ଅନୁସାରେ ବନ୍ଦ ଘଣ୍ଟା ଜୀବନରେ ସମସ୍ୟା ସୃଷ୍ଟି କରିପାରେ। ଘରେ ଭଙ୍ଗା ତଥା ବନ୍ଦ ଘଣ୍ଟା ଥିଲେ ତାହା ଦୁର୍ଭାଗ୍ୟ ଆଣିପାରେ। ତେଣୁ ଏହାକୁ ଯେତେଶୀଘ୍ର ହଟାଇଦେବା ଭଲ।

ଏହି ଦିଗରେ ଘଣ୍ଟା ଥିଲେ ଉନ୍ନତିରେ ଲାଗିପାରେ ଅଙ୍କୁଶ
ଘରର ଦକ୍ଷିଣ ଦିଗରେ ଘଣ୍ଟା ଲଗାହୋଇଥିଲେ ଘର ମୁଖିଆଙ୍କଠାରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ ବୋଲି ବାସ୍ତୁଶାସ୍ତ୍ର କହେ। ତା’ସହ ଘର ଲୋକଙ୍କର ଉନ୍ନତି ବି ହେବ ନାହିଁ। ଆଉ ଘରେ ନକାରାତ୍ମକ ଉର୍ଜା ପ୍ରବାହ ହେବ।

କେଉଁ ଦିଗରେ ଲଗାଇବେ ଘଣ୍ଟା

ବାସ୍ତୁଶାସ୍ତ୍ର ଅନୁସାରେ ଘଣ୍ଟା ଘରର ପୂର୍ବ ଅବା ଉତ୍ତର ଦିଗର କାନ୍ଥରେ ଲଗାଇବା ଭଲ। ଏହାଦ୍ୱାରା ସବୁ ଶୁଭ ହେବାସହ ସମୃଦ୍ଧି ଓ ଉନ୍ନତି ମିଳିବ ଏବଂ ନୂଆ ମାର୍ଗ ପ୍ରଶସ୍ତ ହେବ। ଏମିତି କି ଅଟକି ରହିଥିବା କାମ ବି ହୋଇଯିବା ସମ୍ଭାବନା ରହିଛି। ଘରେ ପେଣ୍ଡୁଲମ୍‌ ଥିବା ଘଣ୍ଟା ରଖିବା ଭଲ। ତେବେ ଏହାକୁ ପଶ୍ଚିମ ଦିଗରେ ଲଗାଇବା ଭଲ। ଏହାଦ୍ୱାରା ପରିବାରର ଉନ୍ନତି ହେବ।

ଆକାର ଓ ରଙ୍ଗର ଧ୍ୟାନ ରଖିବା ଜରୁରୀ
ଘରେ କଳା, ନୀଳ ଓ ଲାଲ ରଙ୍ଗର ଘଣ୍ଟା ଲଗାଇବା ଉଚିତ ନୁହେଁ। କାରଣ ଏହାକୁ ବାସ୍ତୁ ଅନୁଯାୟୀ ଠିକ୍‌ ବୋଲି ଧରାଯାଏ ନାହିଁ। ଚାରିକୋଣିଆ ଓ ଗୋଲ ଘଣ୍ଟା ଘରେ ଲଗାଇବା ଭଲ। ପୂର୍ବ ଦିଗରେ ସବୁଜ କିମ୍ବା ହଳଦିଆ ରଙ୍ଗର, ଉତ୍ତର ଦିଗରେ ମାଟିଆ ବା ଆକାଶ ରଙ୍ଗ, ପଶ୍ଚିମରେ ସୁବର୍ଣ୍ଣ ରଙ୍ଗ ବା ମାଟିଆ ଅଥବା ଧଳା ରଙ୍ଗର ଘଣ୍ଟା ଲଗାଇବା ଭଲ। ଏହା ପରିବାରର ସମୃଦ୍ଧିକୁ ବୃଦ୍ଧି କରିଥାଏ। ଘରେ ସୁଖ ଓ ଶାନ୍ତି ଆଣିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ କଥା ମାନି ଚଳିଳେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ହେବନି ଝଗଡ଼ା, ବଢ଼ିବ ଧନ

କୁହାଯାଏ, ସ୍ତ୍ରୀ-ସ୍ବାମୀ ଗୋଟିଏ ଗାଡିର ଦୁଇଟି ଚକ। ଯଦି ଗୋଟିଏ ଚକ ନ ରୁହେ, ତେବେ ଗାଡି ଚାଲିବା କଷ୍ଟକର ହୋଇପଡେ। ଠିକ୍‌ ସେହିପରି ସ୍ତ୍ରୀ-ସ୍ବାମୀଙ୍କ...

କମ୍‌ ନିଦରେ ଶୋଉଥିବା ଶିଶୁଙ୍କୁ ହୋଇଥାଏ…

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ଶିଶୁମାନେ ରାତିରେ ଅତି କମ୍‌ରେ ୯ ଘଣ୍ଟା ଶୋଇବା ଉଚିତ୍‌। ଯେପର୍ଯ୍ୟନ୍ତ ୧୬ ବର୍ଷ ନ ହୋଇଛି...

ବାରମ୍ବାର ପିଲାକୁ ଦୃଷ୍ଟି ଲାଗୁଛି କି? ଏସବୁ ଉପାୟରେ ଦୂର କରନ୍ତୁ ଦୋଷ…

କଥାରେ ଅଛି କୁଦୃଷ୍ଟି ପଡ଼ିଲେ କିଛି ବି ଉଧାଏ ନାହିଁ। ମଣିଷର ଘର, ପଦୋନ୍ନତି, ଦୋକାନଠାରୁ ଆରମ୍ଭ କରି ଅନେକ ଜିନିଷ ଉପରେ ଖରାପ ନଜର...

ତ୍ୱଚା ପାଇଁ ବରଦାନ କେଶର

ପୃଥିବୀର ସବୁଠୁ ଦାମୀ ମସଲା ଭାବେ ପରିଚିତ କେଶର କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ ବରଂ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ...

ପୁରୁଷ ସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜନ୍ତି ମହିଳା; କ’ଣ ଆପଣ ଜାଣନ୍ତି…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ...

ଆଜି ମହାଶିବରାତ୍ରି: ଜାଣନ୍ତୁ ଉପବାସଧାରୀ କ’ଣ ଖାଇବା ଉଚିତ

ଆଜି ମହାଶିବରାତ୍ରି। ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ଭକ୍ତମାନେ ଏହିଦିନ ଉପବାସ ରହି ମହାଦେବଙ୍କ ଉପାସନା କରିଥାନ୍ତି। ଏପରି କି ଶ୍ରଦ୍ଧାଳୁମାନେ ଉଜାଗର ରହି...

ରସୁଣ ଚଟଣି

ଆବଶ୍ୟକ ସାମଗ୍ରୀ: କଞ୍ଚାଲଙ୍କା- ୫ଟି, ଲାଲ୍‌ କ୍ୟାପ୍ସିକମ୍‌- ୫ଟି, ରସୁଣ- ୨୦ରୁ ୨୫ କୋଲା, ବାଦାମ ତେଲ କିମ୍ବା ଘିଅ- ୪ ବଡ଼ ଚାମଚ, ଲେମ୍ବୁରସ-...

ଚାପ ଦୂର କରିବ ବଲ୍‌

କର୍ମମୟ ଜୀବନରେ ଷ୍ଟ୍ରେସ୍‌ ବା ଚାପରେ ରହିବା ସ୍ବାଭାବିକ କଥା। ଏଥିରୁ ମୁକ୍ତି ପାଇବା ପାଇଁ ଟିକେ ଫୁରସତ୍‌ ମିଳିଲେ କିଏ ଯୋଗ କରି ବସନ୍ତି...

Advertisement
Archives

Model This Week