ଘଣ୍ଟାରେ ୨୩ଥର ମୁହଁରେ ହାତ ମାରନ୍ତି ଲୋକେ !

ଓ୍ବାଶିଂଟନ,୩୧।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୯ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ସେହିପରି ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏପରିସ୍ଥଳେ ହାତରେ ମୁହଁ, ଆଖି ନାକ, ପାଟି, କାନ ଆଦିକୁ ସ୍ପର୍ଶ ନ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏହାଦ୍ୱାରା କରୋନା ସଂକ୍ରମଣରୁ ଦୂରେଇ ରହିହେବ ବୋଲି କୁହାଯାଇଛି। ତେବେ ପ୍ରତି ଲୋକ ଘଣ୍ଟାରେ ହାରାହାରି ୨୩ ଥର ମୁହଁରେ ହାତ ମାରିଥାନ୍ତି ବୋଲି  ନ୍ୟୁ ସାଉଥ୍‌ ଓ୍ବେଲସ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏଭଳି ଅଭ୍ୟାସ ଦ୍ୱାରା ସହଜରେ ବିଭିନ୍ନ ସଂକ୍ରମଣ ହୋଇଥାଏ। ଏନେଇ ଗବେଷକଙ୍କ ପକ୍ଷରୁ କିଛି ଶିକ୍ଷାର୍ଥୀଙ୍କ ଉପରେ ଅଧ୍ୟୟନ କରାଯାଇଥିଲା। ସେମାନଙ୍କୁ ଏକ ବଡ଼ ହଲ୍‌ରେ ବସାଯାଇଥିଲା। ଏହାପରେ ସେମାନଙ୍କର ପ୍ରତିଟି କାର୍ଯ୍ୟ ଏବଂ ବ୍ୟକ୍ତିଗତ ଅଭ୍ୟାସର ଭିଡ଼ିଓ ରେକର୍ଡିଂ କରାଯାଇଥିଲା। ଜଣାପଡ଼ିଥିଲା ଘଣ୍ଟାଏ ମଧ୍ୟରେ ଶିକ୍ଷାର୍ଥୀମାନେ ହାରାହାରି ୨୩ ଥର ମୁହଁ, ନାକ, ପାଟି, କାନ ଏବଂ କେଶରେ ହାତ ମାରିଥିଲେ। ମାନସିକ ଚାପ ବଢ଼ିଲେ ଏହି ପ୍ରକ୍ରିୟା ଅଧିକ ଥର ହେଉଥିବାର ଅନୁଧ୍ୟାନ ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଖଲିସ୍ତାନୀଙ୍କ ବିରୋଧ ବଢୁଛି

ଲଣ୍ଡନ/ନୂଆଦିଲ୍ଲୀ,୧ା୧୦: ବ୍ରିଟେନ୍‌ରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସ୍କଟ୍‌ଲାଣ୍ଡ ଗସ୍ତରେ ଥିବାବେଳେ ତାଙ୍କୁ ସେଠାରେ ଏକ ଗୁରୁଦ୍ୱାରା ପ୍ରବେଶକୁ ଖଲିସ୍ତାନୀ ସପକ୍ଷବାଦୀତତ୍ତ୍ୱ ଅବରୋଧ କରିଛନ୍ତି।...

ଚାଇନାର ବ୍ୟବସାୟ ଯୁଦ୍ଧ, ମେଡ୍‌ ଇନ୍‌ ତାଇଓ୍ବାନ ଉତ୍ପାଦ ଆମଦାନୀ-ରପ୍ତାନି ଉପରେ କଟକଣା…

ବେଜିଂ, ୭।୮ : ଆମେରିକାର ଟେକ୍‌ଜାଣ୍ଟ୍‌ ଆପଲ ଏହାର ଯୋଗାଣକାରୀଙ୍କୁ ଚାଇନା କଷ୍ଟମ ନିୟମକୁ କଡାକଡି ପାଳନ କରିବାକୁ ଏବଂ ତାଇୱାନର ଉତ୍ପାଦଗୁଡ଼ିକୁ ମେଡ ଇନ...

ରୁଷିଆ ଅର୍ଥନୀତି ବିପର୍ଯ୍ୟସ୍ତ

ମସ୍କୋ, ୨୫ା୪ : ଫେବୃୟାରୀ ୨୪ ତାରିଖ ସକାଳେ ୟୁକ୍ରେନ୍‌ ଉପରେ ‘ସ୍ବତନ୍ତ୍ର ସାମରିକ ଅଭିଯାନ’ ଚଳାଇବା ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଘୋଷଣା...

କରୋନା ଭାଇରସ ଭଳି ହେଲମେଟ୍‌ ପିନ୍ଧି ସଚେତନତା ସୃଷ୍ଟି କଲେ ପୋଲିସ

ଚେନ୍ନାଇ,୨୮।୩: କରୋନା ଭାଇରସ ସଂକ୍ରମଣ ସମୟରେ ଘରେ ରହିବା କେତେ ଜରୁରୀ ତାହା ଏପର୍ଯ୍ୟନ୍ତ ଅଧିକାଂଶ ଲୋକେ ବୁଝି ପାରି ନ ଥିବା କୁହାଯାଏ। ସବୁ...

ପୋଲିସ ଗୁଳିରେ ୬ ମୃତ, ଅପରାଧୀ ଗୋଷ୍ଠୀ ବିରୋଧରେ ଚାଲିଛି ଅପରେଶନ

ବ୍ରାସିଲିଆ,୨୩।୯: ବ୍ରାଜିଲ ପୋଲିସ ସାଲଭାଡୋରରେ ଅପରେଶନ ଆରମ୍ଭ କରି ଅତି କମରେ ୬ ଜଣ ସନ୍ଦିଗ୍ଧଙ୍କୁ ହତ୍ୟା କରିଛି। ସ୍ଥାନୀୟ ଗଣମାଧ୍ୟମରୁ ଏହି ସୂଚନା ଗ୍ରହଣ...

ଭିଡିଓଗେମ୍‌ ଖେଳିବାକୁ ମା’ବାପା ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ

ଆମେରିକାର ମିଚିଗାନ ସହରର ୨୯ ବର୍ଷୀୟ ଯୁବକ ଖ୍ରୀଷ୍ଟୋଫର ମ୍ୟାକକେନ ତାଙ୍କ ସାବତ ବାପାଙ୍କୁ ଛୁରିରେ ହତ୍ୟା କରିଥିଲା ବେଳେ ମା’ଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି।...

ଶ୍ରୀଲଙ୍କାରୁ ମିଳିଲା କରୋନାର ନୂଆ ଷ୍ଟ୍ରେନ୍‌, ଯାହା ସବୁଠୁ ମାରାତ୍ମକ; ଜାଣନ୍ତୁ ଏ ସମ୍ପର୍କରେ…

କଲମ୍ବୋ,୨୫।୪: ଭାରତ ସମେତ ବିଶ୍ୱରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଆଉ ଏକ ଦୁଃଖଦ ଖବର ଆସିଛି ପଡ଼ୋଶୀ ଶ୍ରୀଲଙ୍କାରୁ। ଏଠାରେ କରୋନା...

ଫଟୋଗ୍ରାଫରଙ୍କ କ୍ୟାମେରାରେ କଏଦ ହେଲା ବିରଳ ହଳଦିଆ ପେଙ୍ଗୁଇନ୍‌!

ତିବଲିସି,୨୧ ।୨: ପେଙ୍ଗୁଇନ୍ ସାଧାରଣତଃ ଧଳା ଓ କଳା ରଙ୍ଗର ହୋଇଥିବା ବେଳେ ସେମାନଙ୍କ ବେକ ନିକଟରେ ଏକ ହଳଦିଆ ପ୍ୟାଚ ଥାଏ । କିନ୍ତୁ...

Advertisement
Archives

Model This Week