ଗ୍ୟାସ୍‌ ବଞ୍ଚାଇବାକୁ ଚାହୁଁଥିଲେ..

ରୋଷେଇ ଆରମ୍ଭ କରିବା ପୂର୍ବରୁ ସମସ୍ତ ଆବଶ୍ୟକ ସାମଗ୍ରୀ ଏକାଠିକରି ରଖନ୍ତୁ। ଏହାଦ୍ୱାରା ଉଭୟ ଗ୍ୟାସ୍‌ ଓ ସମୟ ବଞ୍ଚିଥାଏ।
ଥଣ୍ଡା କ୍ଷୀର, ପନିପରିବା ଏବଂ ଫ୍ରୋଜନ୍‌ ଫୁଡ୍‌ ଆଦିକୁ ବ୍ୟବହାର କରିବାକୁ ଥିଲେ ୧ ଘଣ୍ଟା ପୂର୍ବରୁ ଫ୍ରିଜ୍‌ରୁ ବାହାରକରି ରଖନ୍ତୁ।
ବିନା ଢାଙ୍କୁଣିରେ ଖାଦ୍ୟ ପ୍ରସ୍ତୁତ କଲେ ଗ୍ୟାସ୍‌ ତିନିଗୁଣା ଅଧିକ ଖର୍ଚ୍ଚ ହୋଇଥାଏ। ତେଣୁ ସବୁବେଳେ ଢାଙ୍କୁଣି ଘୋଡ଼ାଇ ରୋଷେଇ କରନ୍ତୁ।
କଡ଼େଇ ଏବଂ ପ୍ୟାନ୍‌ ବଦଳରେ ପ୍ରେସର କୁକରରେ ରୋଷେଇ କରନ୍ତୁ। କୁକରରେ ରୋଷେଇ ଶୀଘ୍ର ହୋଇଥାଏ ଏବଂ ଗ୍ୟାସ୍‌ ବି କମ୍‌ ଖର୍ଚ୍ଚ ହୋଇଥାଏ।
ଖାଦ୍ୟ ପ୍ରସ୍ତୁତି ସମୟରେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ। ଅଧିକ ପାଣି ଦେବା ଦ୍ୱାରା ରୋଷେଇ ଅଧିକ ସମୟ ଲାଗିଥାଏ ଏବଂ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ।
ପନିପରିବା, ଡାଲି ଏବଂ ମାଂସ ଆଦି ସିଝିବା ପାଇଁ ଗ୍ୟାସ୍‌ ଅଧିକ ଖର୍ଚ୍ଚ ହୋଇଥାଏ। ଏସବୁକୁ ସେମି କୁକ୍‌ କରିବା ପାଇଁ ମାଇକ୍ରୋଓ୍ବେଭ୍‌ ବ୍ୟବହାର କରନ୍ତୁ। ଗ୍ୟାସ୍‌ ତୁଳନାରେ ମାଇକ୍ରୋଓ୍ବେଭ୍‌ରେ ମାଂସ ଶୀଘ୍ର ସିଝିଥାଏ।
ମିଡିୟମ ଆଞ୍ଚରେ ସବୁବେଳେ ଖାଦ୍ୟ ପ୍ରସ୍ତୁତ କରନ୍ତୁ। କାରଣ ଅଧିକ ଆଞ୍ଚରେ ଖାଦ୍ୟ ପୋଡ଼ିଯାଏ ଏବଂ କମ୍‌ ଆଞ୍ଚରେ ଗ୍ୟାସ୍‌ ଅଧିକ ଖର୍ଚ୍ଚ ହୋଇଥାଏ।
ରୋଷେଇ ତଥା ଚା’ କିମ୍ବା ଅନ୍ୟ ଖାଦ୍ୟ ପ୍ରସ୍ତୁତିବେଳେ ବାରମ୍ବାର ପାଣି ଗରମ ନ କରି ତା’ ବଦଳରେ ଗୋଟିଏ ଥର ଅଧିକ ପାଣି ଗରମକରି ଏକ ଫ୍ଲାକ୍ସରେ ରଖନ୍ତୁ।
ଶୀତଦିନେ ବାରମ୍ବାର ଗ୍ୟାସ୍‌ରେ ପାଣି ଗରମ କରିବା ବଦଳରେ ସୋଲାର ଓ୍ବାଟର ହିଟର ବ୍ୟବହାର କରନ୍ତୁ।
ଖାଦ୍ୟ ପ୍ରସ୍ତୁତି ପାଇଁ ଉପଯୁକ୍ତ ସାଇଜର କଡ଼େଇ ବା ପ୍ୟାନ୍‌ ବ୍ୟବହାର କରନ୍ତୁ। ଛୋଟ ସାଇଜ କଡ଼େଇ ବ୍ୟବହାର କରିବା ଦ୍ୱାରା ଗ୍ୟାସ୍‌ର ଆଞ୍ଚ କଡ଼େଇର ବାହାରକୁ ଆସିଥାଏ ଏବଂ ବଡ଼ ସାଇଜର କଡ଼େଇ ବ୍ୟବହାର ଦ୍ୱାରା ଗରମ ହେବା ପାଇଁ ଗ୍ୟାସ୍‌ ଅଧିକ ଖର୍ଚ୍ଚ ହୋଇଥାଏ।
ବର୍ନର ହଳଦିଆ ଫ୍ଲେମ୍‌ରେ ଜଳିଲେ ଏହାକୁ ପରିଷ୍କାର କରିବା ସଙ୍କେତ ମିଳିଥାଏ। ତେଣୁ ସମୟ ଅନ୍ତରରେ ରେଗୁଲେଟର, ପାଇପ୍‌ ଏବଂ ବର୍ନର ଆଦିର ଚେକ୍‌ କରି ନିଅନ୍ତୁ। ନଚେତ୍‌ ଗ୍ୟାସ୍‌ ଲିକ୍‌ ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାସ୍ତୁ ଅନୁଯାୟୀ କେଉଁ ଦିଗରେ କରିବେ ଶୌଚାଳୟ, ଜାଣନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ ରହିବା ଶୁଭ। ତେବେ ଅନ୍ୟ କୌଣସି ଦିଗରେ ଶୌଚାଳୟ ରହିଲେ କ’ଣ ସବୁ ସମସ୍ୟା...

୩୦ ବର୍ଷ ଯାଏ ଏହି ୪ ରାଶିର ଯୁବକ-ଯୁବତୀଙ୍କୁ କରିବାକୁ ପଡ଼ିଥାଏ ସଂଘର୍ଷ; ପରେ ସଫଳତା ପାଦ ଚୁମେ

ସଫଳତା ପାଇବାକୁ ହେଲେ ପ୍ରତ୍ୟେକ ମଣିଷକୁ ସଂଘର୍ଷ କରିବାକୁ ପଡ଼ିଥାଏ। ଏଥିପାଇଁ କାହାକୁ କମ୍‌ ତ କାହାକୁ ଅଧିକ ସମୟ ଲାଗିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କାହାକୁ...

ସୁରକ୍ଷିତ ରଙ୍ଗଖେଳ

ଆସୁଛି ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ବୋଳି ଏହି ଖେଳର ମଜା ନେବାକୁ ବେଶ୍‌ ଉତ୍କଣ୍ଠିତ ସଭିଏ । କିଏ ଭଳିକି ଭଳି...

ସ୍ମରଣ ଶକ୍ତି ବଢ଼ାଇବାର ସହଜ ଉପାୟ

ସ୍ମରଣ ଶକ୍ତି ବଢ଼ାଇବାର ଏକ ସହଜ ଉପାୟ ରହିଛି। ତାହା ପୁଣି ହାତପାଆନ୍ତାରେ। ଆପଣ ପ୍ରତିଦିନ କିଛି ସମୟ ସାଙ୍ଗମାନଙ୍କ ସହ ଗପୁଛନ୍ତି କି ?...

ଲିଭରର ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର…

ଅଶ୍ୱତ୍ଥ(ଓସ୍ତ)ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏହା ବିଭିନ୍ନ ଲିଭର ସମସ୍ୟାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଅଶ୍ୱତ୍ଥ ପତ୍ରକୁ ଶୁଖାଇ ସେଥିରେ...

ଏସିର ଅପ୍ରାକୃତିକ ଥଣ୍ଡା ସ୍ବାସ୍ଥ୍ୟପକ୍ଷେ ହାନିକାରକ, ହୋଇଥାଏ ଅନେକ ସମସ୍ୟା: ଜାଣନ୍ତୁ..

ଖରାଦିନ ଆସିବା ମାତ୍ରେ ଏସି ଲାଗିବା ଆରମ୍ଭ ହୋଇଯାଏ। ଅଫିସରେ ସମସ୍ତେ ଅଧିକ ସମୟ ପର୍ଯ୍ୟନ୍ତ ଏସିରେ ବସି କାମ କରିଥାନ୍ତି। କାରରେ ବସିବା ବେଳେ...

ଏମିତି କଲେ ରାଗନ୍ତି ମା’ଲକ୍ଷ୍ମୀ… ଚାଲିଯାଆନ୍ତି ଛାଡ଼ି

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ଶ୍ଳୋକରେ ହିତୋପଦେଶ ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ବ୍ୟକ୍ତି ଖୁସିରେ ଜୀବନଯାପନ କରିପାରିବ। ଚାଣକ୍ୟଙ୍କ ଭାଷାରେ,...

ଦାନ୍ତ ବିନ୍ଧା

ଦାନ୍ତ ବିନ୍ଧା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିରୁ ଉପଶମ ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ଦରକାର। ହେଲେ...

Advertisement
Archives

Model This Week