ଗ୍ୟାସ୍‌ ବଞ୍ଚାଇବାକୁ ଚାହୁଁଥିଲେ..

ରୋଷେଇ ଆରମ୍ଭ କରିବା ପୂର୍ବରୁ ସମସ୍ତ ଆବଶ୍ୟକ ସାମଗ୍ରୀ ଏକାଠିକରି ରଖନ୍ତୁ। ଏହାଦ୍ୱାରା ଉଭୟ ଗ୍ୟାସ୍‌ ଓ ସମୟ ବଞ୍ଚିଥାଏ।
ଥଣ୍ଡା କ୍ଷୀର, ପନିପରିବା ଏବଂ ଫ୍ରୋଜନ୍‌ ଫୁଡ୍‌ ଆଦିକୁ ବ୍ୟବହାର କରିବାକୁ ଥିଲେ ୧ ଘଣ୍ଟା ପୂର୍ବରୁ ଫ୍ରିଜ୍‌ରୁ ବାହାରକରି ରଖନ୍ତୁ।
ବିନା ଢାଙ୍କୁଣିରେ ଖାଦ୍ୟ ପ୍ରସ୍ତୁତ କଲେ ଗ୍ୟାସ୍‌ ତିନିଗୁଣା ଅଧିକ ଖର୍ଚ୍ଚ ହୋଇଥାଏ। ତେଣୁ ସବୁବେଳେ ଢାଙ୍କୁଣି ଘୋଡ଼ାଇ ରୋଷେଇ କରନ୍ତୁ।
କଡ଼େଇ ଏବଂ ପ୍ୟାନ୍‌ ବଦଳରେ ପ୍ରେସର କୁକରରେ ରୋଷେଇ କରନ୍ତୁ। କୁକରରେ ରୋଷେଇ ଶୀଘ୍ର ହୋଇଥାଏ ଏବଂ ଗ୍ୟାସ୍‌ ବି କମ୍‌ ଖର୍ଚ୍ଚ ହୋଇଥାଏ।
ଖାଦ୍ୟ ପ୍ରସ୍ତୁତି ସମୟରେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ। ଅଧିକ ପାଣି ଦେବା ଦ୍ୱାରା ରୋଷେଇ ଅଧିକ ସମୟ ଲାଗିଥାଏ ଏବଂ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ।
ପନିପରିବା, ଡାଲି ଏବଂ ମାଂସ ଆଦି ସିଝିବା ପାଇଁ ଗ୍ୟାସ୍‌ ଅଧିକ ଖର୍ଚ୍ଚ ହୋଇଥାଏ। ଏସବୁକୁ ସେମି କୁକ୍‌ କରିବା ପାଇଁ ମାଇକ୍ରୋଓ୍ବେଭ୍‌ ବ୍ୟବହାର କରନ୍ତୁ। ଗ୍ୟାସ୍‌ ତୁଳନାରେ ମାଇକ୍ରୋଓ୍ବେଭ୍‌ରେ ମାଂସ ଶୀଘ୍ର ସିଝିଥାଏ।
ମିଡିୟମ ଆଞ୍ଚରେ ସବୁବେଳେ ଖାଦ୍ୟ ପ୍ରସ୍ତୁତ କରନ୍ତୁ। କାରଣ ଅଧିକ ଆଞ୍ଚରେ ଖାଦ୍ୟ ପୋଡ଼ିଯାଏ ଏବଂ କମ୍‌ ଆଞ୍ଚରେ ଗ୍ୟାସ୍‌ ଅଧିକ ଖର୍ଚ୍ଚ ହୋଇଥାଏ।
ରୋଷେଇ ତଥା ଚା’ କିମ୍ବା ଅନ୍ୟ ଖାଦ୍ୟ ପ୍ରସ୍ତୁତିବେଳେ ବାରମ୍ବାର ପାଣି ଗରମ ନ କରି ତା’ ବଦଳରେ ଗୋଟିଏ ଥର ଅଧିକ ପାଣି ଗରମକରି ଏକ ଫ୍ଲାକ୍ସରେ ରଖନ୍ତୁ।
ଶୀତଦିନେ ବାରମ୍ବାର ଗ୍ୟାସ୍‌ରେ ପାଣି ଗରମ କରିବା ବଦଳରେ ସୋଲାର ଓ୍ବାଟର ହିଟର ବ୍ୟବହାର କରନ୍ତୁ।
ଖାଦ୍ୟ ପ୍ରସ୍ତୁତି ପାଇଁ ଉପଯୁକ୍ତ ସାଇଜର କଡ଼େଇ ବା ପ୍ୟାନ୍‌ ବ୍ୟବହାର କରନ୍ତୁ। ଛୋଟ ସାଇଜ କଡ଼େଇ ବ୍ୟବହାର କରିବା ଦ୍ୱାରା ଗ୍ୟାସ୍‌ର ଆଞ୍ଚ କଡ଼େଇର ବାହାରକୁ ଆସିଥାଏ ଏବଂ ବଡ଼ ସାଇଜର କଡ଼େଇ ବ୍ୟବହାର ଦ୍ୱାରା ଗରମ ହେବା ପାଇଁ ଗ୍ୟାସ୍‌ ଅଧିକ ଖର୍ଚ୍ଚ ହୋଇଥାଏ।
ବର୍ନର ହଳଦିଆ ଫ୍ଲେମ୍‌ରେ ଜଳିଲେ ଏହାକୁ ପରିଷ୍କାର କରିବା ସଙ୍କେତ ମିଳିଥାଏ। ତେଣୁ ସମୟ ଅନ୍ତରରେ ରେଗୁଲେଟର, ପାଇପ୍‌ ଏବଂ ବର୍ନର ଆଦିର ଚେକ୍‌ କରି ନିଅନ୍ତୁ। ନଚେତ୍‌ ଗ୍ୟାସ୍‌ ଲିକ୍‌ ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri